Posted inଜାତୀୟ

ଯେ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଜିତ ପାଓ୍ବାରଙ୍କୁ ଫଡନାଭିସଙ୍କ ଉତ୍ତର…

ମୁମ୍ବାଇ,୨୩।୪ : ଭାରତୀୟ ଜନତା ପାର୍ଟି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ନେଇ ନିଜର ଉତ୍ତର ରଖିଛନ୍ତି। ଅଜିତ କହିଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାର ଊତ୍ତରରେ ଫଡନାଭିସ କହିଛନ୍ତି କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିବାରେ କିଛି ଭୁଲ ନାହିଁ। କିନ୍ତୁ ଯେ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ।

ଅଜିତ ପାୱାରଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇଥିବା ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ତାଙ୍କୁ ସମର୍ଥନ କରି କହିଛନ୍ତି ଏନସିପି ନେତାଙ୍କ ମୁଖ୍ୟମନ୍ତ୍ରୀ ହେବାର କ୍ଷମତା ରହିଛି। ତେବେ ଅଜିତ ପାୱାରଙ୍କ ବକ୍ତବ୍ୟରେ କଂଗ୍ରେସ ଦଳ କହିଛି, ଉଦ୍ଧବ ଠାକରେଙ୍କ ସହ କାମ କରିବା ଅଧିକ ସୁବିଧାଜନକ ଥିବାବେଳେ ପୃଥ୍ବୀରାଜ ଚୌହ୍ବାନଙ୍କ ସହ କାମ କରିବାର କୌଣସି ବିକଳ୍ପ ନ ଥିଲା। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି, ଯଦି ଅଜିତ ପୃଥ୍ବୀରାଜ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ତେବେ ସେ ସେତେବେଳେ  କ୍ୟାବିନେଟ ଛାଡିଦେବାର ଜରୁରୀ ଥିଲା।

ଫଡନାଭିସ କହିଛନ୍ତି , ସେ ଅଜିତଙ୍କ ବିବୃତ୍ତି ଦେଖି ନାହାଁନ୍ତି। ଜଣେ ନେତାଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛାରେ କିଛି ଭୁଲ ନାହିଁ । ଅନେକ ଲୋକ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରନ୍ତି। କିନ୍ତୁ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଆମେ କେବଳ ଏନେଇ ଅଜିତଙ୍କୁ ଶୁଭେଚ୍ଛା ଜଣାଇ ପାରିବା। ମହା ବିକାଶ ଆଘାଡିରେ କଣ ଚାଲିଛି ମୁଁ ଜାଣେ ନାହିଁ। ଉଲ୍ଲେଖନୀୟ କଥା ହେଉଛି, ଅଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ୨୦୨୪ରେ ରାଜ୍ୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେବାକୁ ଅପେକ୍ଷା କରିବାକୁ ସେ ଚାହୁଁ ନାହାନ୍ତି। ୨୦୨୪ କାହିଁକି, ବର୍ତ୍ତମାନ ଏନସିପି ଏହି ପଦବୀ ପାଇଁ ପ୍ରସ୍ତୁତ ଅଛି। ୨୦୦୪ ରେ ଜନସାଧାରଣଙ୍କ ଦ୍ୱାରା ଏହି ଆସନ ଜିତିଥିଲା, ସେହି ଦୃଷ୍ଟିରୁ, ଏନସିପି ମୁଖ୍ୟମନ୍ତ୍ରୀ ପଦ ପାଇବା ଉଚିତ। କିନ୍ତୁ ରାଜନୀତିରେ ଅନେକ ନିଷ୍ପତ୍ତି ଶୀର୍ଷ ନେତୃତ୍ୱ ନେଇଛନ୍ତି। ଦଳରେ ଶୃଙ୍ଖଳା ବଜାୟ ରହିଛି, ତେଣୁ ନେତୃତ୍ୱ କ’ଣ କହୁଛନ୍ତି ତାହା ଆମେ ଶୁଣିଥାଉ।

ଅଜିତ ପାୱାରଙ୍କ ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଭାଜପା ସହିତ ତାଙ୍କର ଘନିଷ୍ଠତା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସଞ୍ଜୟ ରାଉତ କହିଛନ୍ତି, ଅଜିତଙ୍କ ନାମରେ ସର୍ବାଧିକ ଥର ଉପମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରହିଛି। ଏଭଳି ପରିସ୍ଥିତିରେ କିଏ ଅଛନ୍ତି, ଯେ କି ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିବେନି। ଅଜିତ ବହୁ ବର୍ଷ ଧରି ରାଜନୀତିରେ ଅଛନ୍ତି । ସେଥିପାଇଁ ସମସ୍ତେ ଭାବନ୍ତି ସେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ମୁଁ ତାଙ୍କୁୁ ଶୁଭେଚ୍ଛା ଜଣାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri