ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି ଅଧିକାରୀ

ବୈଶିଙ୍ଗା,୧୨ା୭(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ସଦର ସବ୍‌ଡିଭିଜନ ଅଧୀନରେ ଥିବା ବେତନଟୀ ତହସିଲ ଓ ବ୍ଲକର ପ୍ରଶାସନିକ ସେବା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି ମଧ୍ୟ ସମ୍ବେଦନଶୀଳ। ହେଲେ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ସମୟ ଧରି ତହସିଲଦାର ପଦବୀ ଓ ୨ ବର୍ଷରୁ ଊଦ୍ଧର୍‌ବ ହେବ ଉପନିବନ୍ଧକ (ସବରେଜିଷ୍ଟ୍ରାର) ପଦବୀ ଖାଲିପଡ଼ିଛି।
ଲୋକସଂଖ୍ୟା ବିଶିଷ୍ଟ ଏହି ତହସିଲ ଅଧୀନରେ ମୋଟ ୨୪ଟି ପଞ୍ଚାଯତ ଥିବାବେଳେ ୧୧ଟି ଆରଆଇ ସର୍କଲ ରହିଛି। ଏଠାକାର ତହସିଲଦାର ପଦବୀ ଖାଲି ପଡ଼ିଥିବା ସହ ଦୁଇ ଅତିରିକ୍ତ ତହସିଲଦାର ପଦବୀ ମଧ୍ୟରୁ ଗୋଟିଏ ଦୀର୍ଘ ଦିନରୁ ଖାଲିପଡ଼ିଛି। ଏଭଳି ସ୍ଥିତିରେ ଜଣେ ମାତ୍ର ଅତିରିକ୍ତ ତହସିଲଦାର ଉଭୟ ପଦବୀର କାର୍ଯ୍ୟ ସହିତ ଉପ ନିବନ୍ଧକଙ୍କ କାର୍ଯ୍ୟ ତୁଲାଉଥିବା ଦେଖାଯାଉଛି। ବେତନଟୀ ସହରାଞ୍ଚଳ ହୋଇଥିବା ହେତୁ ଅଧିକ ଜମି କିଣାବିକା ଏହି ସହରାଞ୍ଚଳ ମଧ୍ୟରେ ହେବା ସହିତ ଗ୍ରାମାଞ୍ଚଳରେ ମଧ୍ୟ ହୋଇଥାଏ। ବୃହତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚାଷଜମିର ସରକାରୀ ଦର ଆକଳନ ଅନୁଯାୟୀ କ୍ଷତିପୂରଣ ଦେବା ଦିଗରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଛି। ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୁଗ୍ମ ଭାବେ ତହସିଲଦାର ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ପଡୁଛି।
ଛାତ୍ରୀଛାତ୍ର ମାନଙ୍କର ନାମଲେଖା ଏବଂ ଚାକିରୀ ଆବେଦନ ପାଇଁ ବିଭିନ୍ନ ପ୍ରମାଣପତ୍ର ଆବଶ୍ୟକ ହେଉଥିବା ବେଳେ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ଅବଧି ମଧ୍ୟରେ ଏହା ମିଳି ପାରୁ ନ ଥିବାରୁ ଆବେଦନକାରୀ ହଇରାଣ ହେଉଛନ୍ତି। ସେହିପରି ଏଠାରେ ଜେଏମ୍‌ଏଫ୍‌ସି କୋର୍ଟ ଥିବା ହେତୁ ସିଭିଲ ମାମଲା ଗୁଡ଼ିକର ସାର୍ଟିଫାଏଡ କପି ତହସିଲ ଅଫିସରୁ ଠିକଣା ସମୟରେ ଆବେଦନକାରୀମାନେ ପାଇ ନ ପାରି କୋର୍ଟରେ ବାରମ୍ବାର ତାରିଖ ପରେ ତାରିଖ ନେବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଘଟଣା ହେଲା ବେତନଟୀ ତହସିଲ ଅଧୀନରେ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ ହେଉଥିବା ଏବଂ ଏହା ବନ୍ୟା ପ୍ରବଣ ହୋଇଥିବା ଯୋଗୁ ବନ୍ୟା ମୁକାବିଲା କରିବା ଓ କ୍ଷତିଗ୍ରସ୍ତଙ୍କୁ ଠିକ୍‌ ସମୟରେ ସହାୟତା ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହୋଇ ତହସିଲ ଓ ସବରେଜିଷ୍ଟ୍ରାର ଅଫିସ କେତେଜଣ କର୍ମଚାରୀମାନଙ୍କ ଦ୍ବାରା ଶୋଷିତ ହେଉଥିଲେ ମଧ୍ୟ ସେମାନଙ୍କୁ ଆର୍ଥିକ ଶୋଷଣରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉନାହିଁ। ନିକଟରେ ରାଜ୍ୟ ସରକାର ବିଭିନ୍ନ ତହସିଲରେ ଖାଲିଥିବା ତହସିଲଦାର ପଦବୀ ପୂରଣ କରିଥିବା ବେଳେ ବେତନଟୀ ତହସିଲ ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ବେତନଟୀ ସରସତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ତଥା ଜିଲା ବସ୍‌ ମାଲିକ ସଂଘର ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା କୁହନ୍ତି,ତହସିଲଦାର ନ ଥିବା ଯୋଗୁଁ ଲୋକେ ବହୁ ସମସ୍ୟାର ସାମନା କରୁଛନ୍ତି। ବିଶେଷ କରି ପିଲାମାନେ ହଇରାଣ ହରକତ ହେଉଛନ୍ତି। ସମସ୍ୟା ବାଦରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ ମଧ୍ୟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଗୋଟିଏ ଗୋଟିଏ କାମ ପାଇଁ ତହସିଲ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି। ଏହାକୁ ପ୍ରଶାସନିକ ଅଚଳାବସ୍ଥା ବୋଲି ବୋଲି ସେ କହିବା ସହ ଖୁବ୍‌ ଶୀଘ୍ର ଜିଲାପାଳ, ବିଧାୟକ ଓ ମୂଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri