ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି ଅଧିକାରୀ

ବୈଶିଙ୍ଗା,୧୨ା୭(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ସଦର ସବ୍‌ଡିଭିଜନ ଅଧୀନରେ ଥିବା ବେତନଟୀ ତହସିଲ ଓ ବ୍ଲକର ପ୍ରଶାସନିକ ସେବା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି ମଧ୍ୟ ସମ୍ବେଦନଶୀଳ। ହେଲେ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ସମୟ ଧରି ତହସିଲଦାର ପଦବୀ ଓ ୨ ବର୍ଷରୁ ଊଦ୍ଧର୍‌ବ ହେବ ଉପନିବନ୍ଧକ (ସବରେଜିଷ୍ଟ୍ରାର) ପଦବୀ ଖାଲିପଡ଼ିଛି।
ଲୋକସଂଖ୍ୟା ବିଶିଷ୍ଟ ଏହି ତହସିଲ ଅଧୀନରେ ମୋଟ ୨୪ଟି ପଞ୍ଚାଯତ ଥିବାବେଳେ ୧୧ଟି ଆରଆଇ ସର୍କଲ ରହିଛି। ଏଠାକାର ତହସିଲଦାର ପଦବୀ ଖାଲି ପଡ଼ିଥିବା ସହ ଦୁଇ ଅତିରିକ୍ତ ତହସିଲଦାର ପଦବୀ ମଧ୍ୟରୁ ଗୋଟିଏ ଦୀର୍ଘ ଦିନରୁ ଖାଲିପଡ଼ିଛି। ଏଭଳି ସ୍ଥିତିରେ ଜଣେ ମାତ୍ର ଅତିରିକ୍ତ ତହସିଲଦାର ଉଭୟ ପଦବୀର କାର୍ଯ୍ୟ ସହିତ ଉପ ନିବନ୍ଧକଙ୍କ କାର୍ଯ୍ୟ ତୁଲାଉଥିବା ଦେଖାଯାଉଛି। ବେତନଟୀ ସହରାଞ୍ଚଳ ହୋଇଥିବା ହେତୁ ଅଧିକ ଜମି କିଣାବିକା ଏହି ସହରାଞ୍ଚଳ ମଧ୍ୟରେ ହେବା ସହିତ ଗ୍ରାମାଞ୍ଚଳରେ ମଧ୍ୟ ହୋଇଥାଏ। ବୃହତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚାଷଜମିର ସରକାରୀ ଦର ଆକଳନ ଅନୁଯାୟୀ କ୍ଷତିପୂରଣ ଦେବା ଦିଗରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଛି। ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୁଗ୍ମ ଭାବେ ତହସିଲଦାର ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ପଡୁଛି।
ଛାତ୍ରୀଛାତ୍ର ମାନଙ୍କର ନାମଲେଖା ଏବଂ ଚାକିରୀ ଆବେଦନ ପାଇଁ ବିଭିନ୍ନ ପ୍ରମାଣପତ୍ର ଆବଶ୍ୟକ ହେଉଥିବା ବେଳେ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ଅବଧି ମଧ୍ୟରେ ଏହା ମିଳି ପାରୁ ନ ଥିବାରୁ ଆବେଦନକାରୀ ହଇରାଣ ହେଉଛନ୍ତି। ସେହିପରି ଏଠାରେ ଜେଏମ୍‌ଏଫ୍‌ସି କୋର୍ଟ ଥିବା ହେତୁ ସିଭିଲ ମାମଲା ଗୁଡ଼ିକର ସାର୍ଟିଫାଏଡ କପି ତହସିଲ ଅଫିସରୁ ଠିକଣା ସମୟରେ ଆବେଦନକାରୀମାନେ ପାଇ ନ ପାରି କୋର୍ଟରେ ବାରମ୍ବାର ତାରିଖ ପରେ ତାରିଖ ନେବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଘଟଣା ହେଲା ବେତନଟୀ ତହସିଲ ଅଧୀନରେ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ ହେଉଥିବା ଏବଂ ଏହା ବନ୍ୟା ପ୍ରବଣ ହୋଇଥିବା ଯୋଗୁ ବନ୍ୟା ମୁକାବିଲା କରିବା ଓ କ୍ଷତିଗ୍ରସ୍ତଙ୍କୁ ଠିକ୍‌ ସମୟରେ ସହାୟତା ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହୋଇ ତହସିଲ ଓ ସବରେଜିଷ୍ଟ୍ରାର ଅଫିସ କେତେଜଣ କର୍ମଚାରୀମାନଙ୍କ ଦ୍ବାରା ଶୋଷିତ ହେଉଥିଲେ ମଧ୍ୟ ସେମାନଙ୍କୁ ଆର୍ଥିକ ଶୋଷଣରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉନାହିଁ। ନିକଟରେ ରାଜ୍ୟ ସରକାର ବିଭିନ୍ନ ତହସିଲରେ ଖାଲିଥିବା ତହସିଲଦାର ପଦବୀ ପୂରଣ କରିଥିବା ବେଳେ ବେତନଟୀ ତହସିଲ ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ବେତନଟୀ ସରସତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ତଥା ଜିଲା ବସ୍‌ ମାଲିକ ସଂଘର ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା କୁହନ୍ତି,ତହସିଲଦାର ନ ଥିବା ଯୋଗୁଁ ଲୋକେ ବହୁ ସମସ୍ୟାର ସାମନା କରୁଛନ୍ତି। ବିଶେଷ କରି ପିଲାମାନେ ହଇରାଣ ହରକତ ହେଉଛନ୍ତି। ସମସ୍ୟା ବାଦରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ ମଧ୍ୟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଗୋଟିଏ ଗୋଟିଏ କାମ ପାଇଁ ତହସିଲ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି। ଏହାକୁ ପ୍ରଶାସନିକ ଅଚଳାବସ୍ଥା ବୋଲି ବୋଲି ସେ କହିବା ସହ ଖୁବ୍‌ ଶୀଘ୍ର ଜିଲାପାଳ, ବିଧାୟକ ଓ ମୂଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri