ଆଉ ଯିବାକୁ ପଡ଼ିବନି ଆର୍‌ଟିଓ: ୨୪ ପ୍ରକାର ଇ-ଚାଲାଣକୁ ରିହାତି

କଟକ,୧୪ା୧୦(କାର୍ତ୍ତିକ ସାହୁ):ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ରିହାତି ସୁବିଧା ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି ଧାରା ଏଥିରେ ସାମିଲ ହୋଇ ମୋଟ ୨୪ଟି ଧାରା ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ୨୦୨୫ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ସମସ୍ତ ଧାରାରେ ଜାରି ହୋଇଥିବା ଇ-ଚାଲାଣଗୁଡ଼ିକୁ ରିହାତିରେ ପୈଠ କରିହେବ। ପୂର୍ବରୁ ଆର୍‌ଟିଓ କାର୍ଯ୍ୟାଳୟରେ ଅଫ୍‌ଲାଇନ ଜରିଆରେ ରିହାତିରେ ପୈଠ କରାଯାଉଥିଲା। ଏବେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା ବା ଓଟିଏସ୍‌ର ଲାଭ ଅନ୍‌ଲାଇନରେ ମଧ୍ୟ ଉପଲବ୍ଧ କରାଯାଇଛି। ଫଳରେ ରିହାତିରେ ଜରିମାନା ପୈଠ ପାଇଁ ଆଉ ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆସିବାକୁ ପଡ଼ିବ ନାହିଁ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ମନ୍ତ୍ରୀ ଜେନା କହିଛନ୍ତି, ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଭବିଷ୍ୟତରେ ମୋଟର ଯାନ ସମ୍ବନ୍ଧୀୟ ବିଭିନ୍ନ ସେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନ କରାଯିବ। ବିଗତ କିଛିବର୍ଷ ଧରି ଲକ୍ଷ ଲକ୍ଷ ସଂଖ୍ୟାରେ ମୋଟରଯାନ ବ୍ୟବହାରକାରୀଙ୍କ ବିରୋଧରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନଜନିତ ଜାରି ହୋଇଥିବା ଇ-ଚାଲାଣ ବକେୟା ରହିଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବକେୟା ଇ-ଚାଲାଣ ପୈଠ ପାଇଁ ସରକାର ଏକ ସୁଯୋଗ ଦେଇଛନ୍ତି। ଯଦ୍ଦ୍ବାରା ସବୁତକ ବକେୟା ଏକକାଳୀନ ପୈଠ କରି ୫୦% ଯାଏ ରିହାତି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।
ଘରେ ବସି ଏହି ଇ-ଚାଲାଣ ପୈଠ କରିବାକୁ ପରିବହନ ବିଭାଗ ବ୍ୟବସ୍ଥା କରିଛି। ଏଥିପାଇଁ https://echallan.parivahan.gov.in/
ଓ୍ବେବ୍‌ସାଇଟରେ କ୍ଲିକ୍‌ କରି Pay Online ବିକଳ୍ପ କ୍ଲିକ୍‌ କରିବା ପରେ ଚାଲାଣ ସଂଖ୍ୟା କିମ୍ବା ଗାଡ଼ି ନମ୍ବର ଦେଇ ଓଟିପି ଭରିଲେ ଆପଣଙ୍କ ବକେୟା ଚାଲାଣର ବିବରଣୀ ଏବଂ ପୈଠ କରିବାର ବିକଳ୍ପ ଦେଖିପାରିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri