ଏଣିକି ମଲ୍‌-ରିଟେଲ ଷ୍ଟୋରରେ ମାଗିପାରିବେ ନାହିଁ ମୋବାଇଲ ନମ୍ବର, ନଚେତ ଫସିବେ…

ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଏକ ନୂଆ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ (DPDP) ଲାଗୁ କରିବାକୁ ଯାଉଛନ୍ତି, ଯାହା ଗ୍ରାହକଙ୍କ ମୋବାଇଲ ନମ୍ବର ଓ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଅନୁଯାୟୀ, ଦୋକାନ, ମଲ ଏବଂ ରିଟେଲ ଷ୍ଟୋର ଗୁଡ଼ିକରେ ଗ୍ରାହକଙ୍କଠାରୁ ମୋବାଇଲ ନମ୍ବର ମାଗିବା ବେଆଇନ ଗଣାଯିବ।

ଡାଟା ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ
ଏଯାଏ ଅନେକ ରିଟେଲ କମ୍ପାନୀ ଲକ୍ଷ ଲକ୍ଷ ଗ୍ରାହକଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ମହଙ୍ଗା ଦାମରେ ବିକ୍ରି କରୁଥିଲେ। କିନ୍ତୁ ନୂଆ ଆଇନ ଏହି ପ୍ରଥା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବ। ଏବେ କୌଣସି ଗ୍ରାହକଙ୍କ ଡାଟା ତାଙ୍କର ସ୍ପଷ୍ଟ ଅନୁମତି ବିନା ନିଆଯାଇ ପାରିବ ନାହିଁ କି ବିକ୍ରି କରାଯାଇ ପାରିବ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ଏହି ଆଇନ କମ୍ପାନୀଗୁଡ଼ିକୁ ଗ୍ରାହକଙ୍କ ମୋବାଇଲ ନମ୍ବର ଭଳି ତଥ୍ୟ କିପରି ସଂଗ୍ରହ ଓ ବ୍ୟବହାର କରାଯାଉଛି, ତାହା ଉପରେ ପୁନର୍ବିଚାର କରିବାକୁ ବାଧ୍ୟ କରିବ। ଏହା ଲୟାଲଟି ପ୍ରୋଗ୍ରାମ ପାଇଁ ବ୍ୟବହୃତ ପରିଚୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବ।

ମୋବାଇଲ ନମ୍ବର ବଦଳରେ କ’ଣ ହେବ ବିକଳ୍ପ?
ଏବେ ଦୋକାନୀମାନେ ଗ୍ରାହକଙ୍କଠାରୁ ମୌଖିକ ଭାବେ ମୋବାଇଲ ନମ୍ବର ମାଗିବା ବଦଳରେ କି-ପ୍ୟାଡ ଏଣ୍ଟ୍ରି କିମ୍ବା ଅନ୍ୟାନ୍ୟ ବିକଳ୍ପ ମାଧ୍ୟମରେ ଡାଟା ସଂଗ୍ରହ କରିବେ, ଯାହା ଗୋପନୀୟତା ବଜାୟ ରଖିବ। ଏହା ସହିତ ଗ୍ରାହକଙ୍କୁ ସ୍ପଷ୍ଟ ଭାବେ ଜଣାଇବାକୁ ହେବ ଯେ ତାଙ୍କ ଡାଟା କାହିଁକି ନିଆଯାଉଛି, କେତେ ସମୟ ପର୍ଯ୍ୟନ୍ତ ରଖାଯିବ ଏବଂ କେବେ ଏହା ହଟାଇ ଦିଆଯିବ।

ସ୍ପଷ୍ଟ ଅନୁମତି ହେବ ବାଧ୍ୟତାମୂଳକ
ନୂଆ ଆଇନ ଅନୁସାରେ, ଗ୍ରାହକଙ୍କଠାରୁ ଡାଟା ନେବା ପାଇଁ ସ୍ପଷ୍ଟ ଓ ସିଧାସଳଖ ଅନୁମତି (explicit consent) ଆବଶ୍ୟକ ହେବ। ଏଯାଏ ପ୍ରଚଳିତ ଅପ୍ରତ୍ୟକ୍ଷ ଅନୁମତି (implied consent)ର ବୈଧତା ବନ୍ଦ କରାଯିବ।

ସେବା ପ୍ରଦାନକୁ ଅସ୍ବୀକାର କରିପାରିବେ ନାହିଁ
ଯଦି ଗ୍ରାହକ ମୋବାଇଲ ନମ୍ବର ଦେବାକୁ ମନା କରନ୍ତି, ତେବେ ରିଟେଲର ସେବା ପ୍ରଦାନ କରିବାକୁ ଅସ୍ବୀକାର କରିପାରିବେ ନାହିଁ। ଏବେ ଦୋକାନଗୁଡ଼ିକୁ ଫିଜିକାଲ ରସିଦ କିମ୍ବା ଇମେଲ ରସିଦ ଭଳି ସୁବିଧା ପ୍ରଦାନ କରିବାକୁ ହେବ।

ଭିଜିଟର ଲଗ ଓ ହାଉସିଂ ସୋସାଇଟି ମଧ୍ୟ ଆଇନ ଅଧୀନରେ
ଏହି ଆଇନ କେବଳ ଦୋକାନଗୁଡ଼ିକ ପାଇଁ ସୀମିତ ନୁହେଁ। ଭିଜିଟର ମ୍ୟାନେଜମେଣ୍ଟ ସିଷ୍ଟମ, ହାଉସିଂ ସୋସାଇଟି ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠି ଫୋନ ନମ୍ବର ସଂଗୃହୀତ ହୁଏ, ସେମାନଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ଜଣାଇବାକୁ ହେବ ଯେ ଡାଟା କାହିଁକି ନିଆଯାଉଛି ଏବଂ କିପରି ସୁରକ୍ଷିତ ରଖାଯିବ।

ତିନି ବର୍ଷ ପରେ ଡାଟା ହଟାଇବା ବାଧ୍ୟତାମୂଳକ
ନୂଆ ନିୟମ ଅନୁସାରେ, ମୋବାଇଲ ନମ୍ବର ଭଳି ବ୍ୟକ୍ତିଗତ ଡାଟା କେବଳ ସେହି ଉଦ୍ଦେଶ୍ୟ ପାଇଁ ରଖାଯାଇ ପାରିବ, ଯେଉଁଥିପାଇଁ ଏହା ନିଆଯାଇଥିଲା। ଅଧିକତମ ତିନି ବର୍ଷ ପରେ କିମ୍ବା ଗ୍ରାହକଙ୍କ ଅନୁମତି ପ୍ରତ୍ୟାହାର କଲେ, ଏହି ଡାଟା ବାଧ୍ୟତାମୂଳକ ଭାବେ ହଟାଇ ଦିଆଯିବ।
ଭାରତରେ ଜିଡିପିଆର ଭଳି କଡ଼ା ନିୟମ
ବିଶେଷଜ୍ଞଙ୍କ ମତରେ, ଏହି ଆଇନ ଭାରତକୁ ଜିଡିପିଆର (GDPR) ଭଳି ବିଶ୍ୱସ୍ତରୀୟ ଡାଟା ସୁରକ୍ଷା ମାନକ ନିକଟତର କରିବ। ଏବେ କମ୍ପାନୀଗୁଡ଼ିକୁ ଜବାବଦେବାକୁ ହେବ ଯେ ସେମାନେ ଗ୍ରାହକଙ୍କ ଡାଟା କେବଳ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ପାଇଁ ନେଉଛନ୍ତି ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ହଟାଇ ଦେଉଛନ୍ତି।

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ, ୨୦୨୩ ଓ ଏହା ଅଧୀନରେ ପ୍ରସ୍ତୁତ ଡ୍ରାଫ୍ଟ ନିୟମ ୨୦୨୫ ଅନୁସାରେ, ଅଗଷ୍ଟ ୨୦୨୫ରୁ ଏହି ଆଇନ ଲାଗୁ ହେବ। ଗ୍ରାହକଙ୍କ ଅନୁମତି ଓ ଗୋପନୀୟତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ, ଏହି ପଦକ୍ଷେପ ଡାଟା ସୁରକ୍ଷା ଦିଗରେ ଭାରତର ଏକ ବଡ଼ ଓ ଦୃଢ଼ ପ୍ରୟାସ ଭାବେ ଗଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri