ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି । ଆସନ୍ତା ୧ ଅକ୍ଟୋବର ୨୦୨୬ ରୁ e-PDS (ଇଲେକ୍ଟ୍ରୋନିକ୍ ସାର୍ବଜନୀନ ବଣ୍ଟନ ପ୍ରଣାଳୀ) ଅଧୀନରେ ‘ଫେସ୍ ଅଥେଣ୍ଟିକେସନ୍’ (ଚେହେରା ଯାଞ୍ଚ) ସୁବିଧା ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ରାସନ୍ ଦୋକାନରେ ବାରମ୍ବାର ଆଙ୍ଗୁଠି ଚିହ୍ନ (ଫିଙ୍ଗରପ୍ରିଣ୍ଟ) ମ୍ୟାଚ୍ ନହେବା ସମସ୍ୟାରୁ ହିତାଧିକାରୀମାନେ ମୁକ୍ତି ପାଇବେ ।

କେମିତି କାମ କରିବ ଏହି ନୂଆ ବ୍ୟବସ୍ଥା?

ନୂଆ ନିୟମ ଅନୁଯାୟୀ, ରାସନ୍ ଦୋକାନଗୁଡ଼ିକରେ ଥିବା e-PoS ମେସିନ୍‌ଗୁଡ଼ିକୁ ଅପଡେଟ୍ କରାଯିବ । ରାଶନ୍ ନେବା ସମୟରେ ଯଦି କୌଣସି ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ନହୁଏ, ତେବେ ସେମାନେ ମେସିନ୍ ସାମ୍ନାରେ କେବଳ ଚେହେରା ଦେଖାଇ (Face Verification) ନିଜର ଚିହ୍ନଟ ପ୍ରକ୍ରିୟା ଓ e-KYC ସମ୍ପୂର୍ଣ୍ଣ କରିପାରିବେ । ଫେସ୍ ଯାଞ୍ଚ ସଫଳ ହେବା ପରେ ହିଁ ରାଶନ୍ ସାମଗ୍ରୀ ବଣ୍ଟନ କରାଯିବ ।

ବୃଦ୍ଧବୃଦ୍ଧା, ଶିଶୁ ଓ ଶ୍ରମିକଙ୍କୁ ମିଳିବ ବଡ଼ ଆଶ୍ୱସ୍ତି

ଫିଙ୍ଗରପ୍ରିଣ୍ଟ ଆଧାରିତ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟତଃ ବୟସ୍କ ବ୍ୟକ୍ତି, ଶିଶୁ ଏବଂ କଠିନ ପରିଶ୍ରମ କରୁଥିବା ଶ୍ରମିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବୟସ ବୃଦ୍ଧି କିମ୍ବା ଶାରୀରିକ ଶ୍ରମ ଯୋଗୁ ଅନେକ ସମୟରେ ସେମାନଙ୍କ ଆଙ୍ଗୁଠି ଚିହ୍ନ ଅସ୍ପଷ୍ଟ ହୋଇଯାଏ, ଯାହା ଫଳରେ ମେସିନ୍‌ରେ ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ହୁଏ ନାହିଁ । ଏହି ନୂତନ ଫେସ୍ ଅଥେଣ୍ଟିକେସନ୍ ସୁବିଧା ଏପରି ହିତାଧିକାରୀଙ୍କ ପାଇଁ ଏକ ବିକଳ୍ପ ସାଜିବ ।

e-PDS ଓ ଡିଜିଟାଲ୍ ବ୍ୟବସ୍ଥାର ଲାଭ

e-PDS ହେଉଛି ରାସନ୍ ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଡିଜିଟାଲ୍ କରିବା ପାଇଁ ବ୍ୟବହୃତ ଏକ ସିଷ୍ଟମ୍ । ଏହାଦ୍ୱାରା:

  • ରାସନ୍ ବଣ୍ଟନ ପ୍ରକ୍ରିୟାରେ ହେଉଥିବା ହେରଫେର୍ ଓ ଦୁର୍ନୀତି ହ୍ରାସ ପାଇବ ।

  • କାର୍ଡଧାରୀମାନେ ନିଜ ରାସନ୍ କାର୍ଡର ସ୍ଥିତି, ପରିବାର ସଦସ୍ୟଙ୍କ ବିବରଣୀ ଓ ହିତାଧିକାରୀ ତାଲିକା ଘରେ ବସି ଅନ୍‌ଲାଇନ୍‌ରେ ଯାଞ୍ଚ କରିପାରିବେ ।

  • ରାସନ୍ କାର୍ଡ ସହ ଆଧାର ସଂଯୋଗ (e-KYC) ପ୍ରକ୍ରିୟା ଅଧିକ ସହଜ ଓ ସୁଗମ ହୋଇପାରିବ ।

Dharitri – Odisha’s No.1 Odia Daily

Share