ଫାସ୍‌ଟାଗ୍‌ରେ ମିନିମମ୍‌ ବାଲାନ୍ସ ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ନ୍ୟାଶନାଲ ହାଇଓ୍ବେରେ ଯାତ୍ରା କରୁଥିଲେ ଫାସ୍‌ଟାଗ୍‌ ରଖିବା ଜରୁରୀ। ଯଦି ଆପଣ ଫାସ୍‌ଟାଗ୍‌ ବ୍ୟବହାର କରୁଛନ୍ତି ତେବେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଥିବା ନିୟମ ସମ୍ପର୍କରେ ଜାଣିରଖିବା ଜରୁରୀ। ଫାସ୍‌ଟାଗ୍‌ରେ ବର୍ତ୍ତମାନ ମିନିମମ୍‌ ବାଲାନ୍ସ ନ ରଖିଲେ କୌଣସି ଅସୁବିଧା ନାହିଁ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସୁବିଧା କେବଳ କାର୍‌, ଜିପ୍‌ ଏବଂ ଭ୍ୟାନ୍‌ ପାଇଁ ଲାଗୁ ହେବ। ବାଣିଜି୍ୟକ ଯାନଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଫାସ୍‌ଟାଗ୍‌ ଜାରି କରୁଥିବା ବ୍ୟାଙ୍କ ସିକ୍ୟୁରିଟି ଜମାକୁ ଛାଡ଼ିଦେଲେ କୌଣସି ମିନିମମ୍‌ ବାଲାନ୍ସ ରଖିବା ନେଇ ବାଧ୍ୟ କରିପାରିବେ ନାହିଁ। ପୂର୍ବରୁ ସିକ୍ୟୁରିଟି ଜମା ବାଦ୍‌ ମିନିମମ୍‌ ବାଲାନ୍ସ ରଖିବା ନେଇ ବ୍ୟାଙ୍କ କହୁଥିଲେ। ୧୫୦ରୁ ୨୦୦ ଟଙ୍କାର ମିନିମମ୍‌ ବାଲାନ୍ସ ରଖିବା ନେଇ ଲୋକଙ୍କୁ କୁହାଯାଉଥିଲା। ଫାସ୍‌ଟାଗ୍‌ ଆକାଉଣ୍ଟରେ ଅର୍ଥ ରହିଥିଲେ ମଧ୍ୟ ମିନିମମ୍‌ ବାଲାନ୍ସ ଯୋଗୁ ଟୋଲ୍‌ ପ୍ଲାଜାରେ ଲୋକଙ୍କୁ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡୁଥିଲା। ଯଦି ଫାସ୍‌ଟାଗ୍‌ ଆକାଉଣ୍ଟରେ ବାଲାନ୍ସ ନେଗେଟିଭ ନ ଥାଏ ତେବେ ଟୋଲ୍‌ ପ୍ଲାଜାରେ ଯିବା ବେଳେ ଅନୁମତି ମିଳିବ। ଆକାଉଣ୍ଟରେ କମ୍‌ ଅର୍ଥ ରାଶି ଥିଲେ ମଧ୍ୟ ଯିବାରେ କୌଣସି ସମସ୍ୟା ନାହିଁ। ଟୋଲ୍‌ ପ୍ଲାଜା ପାରହେବା ପରେ ଆକାଉଣ୍ଟ ନେଗେଟିଭ ହେଲେ ମଧ୍ୟ ଚଳିବ। ଯଦି ଗ୍ରାହକ ଏହାକୁ ରିଚାର୍ଜ କରୁନାହାନ୍ତି ତେବେ ନେଗେଟିଭ ଆକାଉଣ୍ଟ ଅର୍ଥ ସିକ୍ୟୁରିଟି ଜମାରୁ ଆଦାୟ କରାଯାଇପାରିବ। ସୂଚନାଯୋଗ୍ୟ ଦେଶ ମଧ୍ୟରେ ବର୍ତ୍ତମାନ ୨.୫୪ କୋଟିରୁ ଊର୍ଦ୍ଧ୍ୱ ଫାସ୍‌ଟାଗ୍‌ ୟୁଜର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri