ଯେକୌଣସି ଶାଢ଼ି ହେଉନା କାହିଁକି ଯଦି ତା’ସାଙ୍ଗରେ

ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧାଯାଏ ତା’ହେଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗେ। ଏବେ ତ ଡୋରିବାଲା ବ୍ଲାଉଜ୍‌ର ଖୁବ୍‌ ଟ୍ରେଣ୍ଡ ଚାଲିଛି। ତା’ହେଲେ ଜାଣନ୍ତୁ ଏହି ଡୋରିବାଲା ବ୍ଲାଉଜ୍‌ର କିଛି ଲାଟେଷ୍ଟ ଡିଜାଇନ୍‌ ଆଉ ସେ ନେଇ କିଛି ଜରୁରୀ ଟିପ୍ସ ସମ୍ପର୍କରେ…

ସାଇଡ୍‌ ଡୋରି ବ୍ଲାଉଜ୍‌: ନର୍ମାଲ୍‌ ଡୋରି ଡିଜାଇନ୍‌ବାଲା ବ୍ଲାଉଜ୍‌ ପିନ୍ଧି ପିନ୍ଧି ଯଦି ବୋରିଂ ଫିଲ୍‌ କରୁଥାନ୍ତି, ତା’ହେଲେ ସେ କ୍ଷେତ୍ରରେ ବ୍ଲାଉଜ୍‌ର ଗୋଟେ ସାଇଡ୍‌ରେ କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରି ବ୍ଲାଉଜ୍‌କୁ ଭିନ୍ନ ଲୁକ୍‌ ଦେଇପାରିବେ। ଆବଶ୍ୟକ ହେଲେ ଡବଲ୍‌ ଡୋରି ଡିଜାଇନ୍‌ ବି କରି ୟୁନିକ୍‌ ଲୁକ୍‌ ପାଇପାରିବେ।
ଜିଗ୍‌ଜାଗ୍‌ ଡୋରି ବ୍ଲାଉଜ୍‌: ଏହି ଡିଜାଇନ୍‌ର ବ୍ଲାଉଜ୍‌ ଟିକେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଆପଣ ଚାହିଁଲେ ବ୍ଲାଉଜ୍‌ରେ ଜିଗ୍‌ଜାଗ୍‌ ଡୋରି ଡିଜାଇନ୍‌ କରି ସେଥିରେ ବ୍ଲାଉଜ୍‌ କପଡ଼ାରେ ତିଆରି ଲଟକନ୍‌ ମଧ୍ୟ ଲଗାଇପାରିବେ, ଯଦ୍ଦ୍ବାରା ଆପଣଙ୍କ ଶାଢ଼ି ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବା ସହିତ ବୋଲ୍ଡ ଆଉ ଷ୍ଟାଇଲିଶ୍‌ ବି ଦେଖାଯିବେ।
ସ୍ଲିଭ୍ସ ଡୋରି ଡିଜାଇନ୍‌: କେବଳ ବ୍ଲାଉଜ୍‌ର ପଛପଟେ ନୁହେଁ, ଆପଣ ଚାହିଁଲେ ବ୍ଲାଉଜ୍‌ର ସ୍ଲିଭ୍ସରେ ବି କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରି ଭିନ୍ନ ଲୁକ୍‌ ପାଇପାରିବେ। କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରିବା ଦ୍ୱାରା ବ୍ଲାଉଜ୍‌ ପିନ୍ଧିବାକୁ ଭଲ ଫିଟିଙ୍ଗ୍‌ ବି ହୋଇଥାଏ। ଏହାକୁ ଆଉ ଟିକେ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଆପଣ ଚାହିଁଲେ ବ୍ଲାଉଜ୍‌ର ସ୍ଲିଭ୍ସରେ କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରି ସେଥିରେ କିଛି ଛୋଟ ଛୋଟ ଘୁଙ୍ଗୁର ବି ଲଗାଇ ପାରିବେ।*ଡବଲ୍‌ ଡୋରି ଡିଜାଇନ୍‌: ଷ୍ଟେଟ୍‌ମେଣ୍ଟ ଲୁକ୍‌ ପାଇଁ ଆପଣ ଚାହିଁଲେ ବ୍ଲାଉଜ୍‌ରେ ଡବଲ୍‌ ଡୋରି ଡିଜାଇନ୍‌ ବି କରିପାରିବେ। ଏଥିପାଇଁ ଗୋଟେ ଡୋରି ବ୍ଲାଉଜ୍‌ର କାନ୍ଧ ପାଖରେ ରହିବ ଏବଂ ଅନ୍ୟ ଡୋରିଟି ବ୍ଲାଉଜ୍‌ର ଅଣ୍ଟା ପାଖରେ ରହିବ, ଯଦ୍ଦ୍ବାରା ବ୍ଲାଉଜ୍‌ ଡିପ୍‌ ନେକ୍‌ର ହୋଇଥିଲେ ଏହାର ଗୋଟେ ଡୋରି କାନ୍ଧ ପାଖରେ ଥିବାରୁ ଏହା ବ୍ଲାଉଜ୍‌କୁ ସହଜରେ ଖସିବାକୁ ଦେବନାହିଁ। ସେହିପରି ଅନ୍ୟ ଡୋରିଟି ବ୍ଲାଉଜ୍‌ର ଅଣ୍ଟା ପାଖରେ ଥିବାରୁ
ଏହା ଭଲ ଫିଟିଙ୍ଗ୍‌ ହୋଇ ରହିବ।
ମଲ୍ଟି ଡୋରି ଷ୍ଟାଇଲ୍‌: ଏହି ଟାଇପ୍‌ର ବ୍ଲାଉଜ୍‌ ଡିଜାଇନ୍‌ ଦେଖିବାକୁ ବେଶ୍‌ ଟ୍ରେଣ୍ଡି ଲାଗିଥାଏ। କଟନ୍‌ ଶାଢ଼ି ହେଉ କି ନେଟ୍‌ ଶାଢ଼ି ସବୁଥିରେ ଏହି ମଲ୍ଟି ଡୋରି କାମବାଲା ବ୍ଲାଉଜ୍‌ ବେଶ୍‌ ଭଲ ମାନିଥାଏ।
ବ୍ୟାକ୍‌ଲେସ୍‌ ଡୋରି ବ୍ଲାଉଜ୍‌: ଏହି ଟାଇପ୍‌ର ବ୍ଲାଉଜ୍‌ ଟିକେ ବୋଲ୍ଡ ଲୁକ୍‌ ଦେଇଥାଏ। ତେବେ ଧ୍ୟାନଦେବେ ଯଦି ଆପଣ ବ୍ଲାଉଜ୍‌ରେ ବ୍ୟାକ୍‌ଲେସ୍‌ ଡୋରି ଡିଜାଇନ୍‌ କରୁଥା’ନ୍ତି, ତା’ହେଲେ ତା’ସାଙ୍ଗକୁ ହେଭି ଲଟକନ୍‌ ଲଗାଇବେ ନାହିଁ। ଆବଶ୍ୟକ ହେଲେ ହାଲ୍‌କା ଡିଜାଇନ୍‌ର କିମ୍ବା ବ୍ଲାଉଜ୍‌ କପଡ଼ାରେ ତିଆରି ଛୋଟ ଛୋଟ ଲଟକନ୍‌ ଲଗାଇ ଭିନ୍ନ ଲୁକ୍‌ ପାଇପାରିବେ।
ବୋ ଷ୍ଟାଇଲ୍‌ ଡୋରି ବ୍ଲାଉଜ୍‌: ବ୍ଲାଉଜ୍‌ରେ ବୋ ଷ୍ଟାଇଲ୍‌ ଡୋରି ଡିଜାଇନ୍‌ କରିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ବିଶେଷକରି ସାଟିନ୍‌ ଶାଢ଼ିରେ ଏହି ଷ୍ଟାଇଲ୍‌ର ବ୍ଲାଉଜ୍‌ ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ।
ଫ୍ରଣ୍ଟ ଡୋରି ଡିଜାଇନ୍‌: ଏବେ ବ୍ଲାଉଜ୍‌ର ସାମ୍ମା ପଟେ ବି ଡୋରି ଡିଜାଇନ୍‌ କରାଯାଉଛି; ଯାହା ଖୁବ୍‌ ଟ୍ରେଣ୍ଡି ଲାଗୁଛି।
କିଛି ଟିପ୍ସ
– ଯଦି ଆପଣଙ୍କ ପାଖରେ କୌଣସି ଗୋଲ୍ଡେନ କଲର୍‌ର ଶାଢ଼ି ଥାଏ, ତା’ହେଲେ ତା’ସହିତ କ୍ରିସ୍‌ କ୍ରସ୍‌ ଡୋରି ଡିଜାଇନ୍‌ ହୋଇଥିବା ନାଲିରଙ୍ଗର ବ୍ଲାଉଜ୍‌ ବେଶ୍‌ ସୁନ୍ଦର ମାନିଥାଏ।
– ବର୍ଡର କାମବାଲା ବ୍ଲାଉଜ୍‌ରେ ବି କ୍ରିସ୍‌ କ୍ରସ୍‌ ଡିଜାଇନ୍‌ର ଡୋରି କାମ ଖୁବ୍‌ ଆକର୍ଷଣୀୟ ଲାଗିଥାଏ।
– ପିଙ୍କ୍‌ କଲର୍‌ର ଶାଢ଼ି ସାଙ୍ଗକୁ କ୍ରିସ୍‌ କ୍ରସ୍‌ ଡିଜାଇନ୍‌ର ଡୋରି କାମ ହୋଇଥିବା ବ୍ଲୁ କଲର୍‌ର ବ୍ଲାଉଜ୍‌ ଖୁବ୍‌ ମାନିଥାଏ।
– ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ରେ ବି ଡୋରି ଡିଜାଇନ୍‌ ବେଶ୍‌ ଆକର୍ଷକ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri