Posted inଫୁରସତ

୩୫୦ ବର୍ଷ ଧରି ଏହି ଗାଁର ଯୁବତୀ-ଯୁବକଙ୍କ ଘରେ ହୋଇନି ବାହାଘର, କାରଣ ଜାଣିଲେ…

ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍‌ ଗ୍ରାମର ସମସ୍ତ ଅବିବାହିତ ଯୁବତୀ-ଯୁବକଙ୍କ ବିବାହ ମନ୍ଦିରରେ ହିଁ ହୋଇଥାଏ।

ବିଶ୍ୱାସ କରାଯାଏ, ଯଦି ବିବାହ ମନ୍ଦିରରେ କରାଯାଏ ନାହିଁ, ତେବେ ବୋହୂ କିମ୍ବା ଝିଅଙ୍କ କୋଳ ପୂରିବ ନାହିଁ। ଏହି ବିଶ୍ୱାସ ହେତୁ ଆଜି ବି ଗାଁର ଯୁବତୀ ଯୁବକଙ୍କ ବିବାହ ଗାଁର ଚାମୁଣ୍ଡା ମାତା ମନ୍ଦିରରେ ହୋଇଥାଏ।

ଏହି ଗାଁର ନାଁ ଆଟି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ। ମେଘୱାଲ ସମ୍ପ୍ରଦାୟର ଜୟପାଲ ଗୋତ୍ର ପରିବାର ଏହି ଗାଁରେ ରୁହନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଝିଅଟି ଘରର ପ୍ରାଙ୍ଗଣରେ ବିବାହ ନ ହେବା ପର୍ଯ୍ୟନ୍ତ, ପ୍ରାଙ୍ଗଣଟି କୁଆଁରୀ ବୋଲି ବିବେଚନା କରାଯାଏ। ତେଣୁ ମନ୍ଦିରରେ ସାତଫେରା ନେବା ସହ ଖାଦ୍ୟ ଏବଂ ବିଦାୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସମାପନ ହୁଏ। ଏପରିକି ମନ୍ଦିରରେ ଶୋଭାଯାତ୍ରା ମଧ୍ୟ ହୁଏନାହିଁ।

ପୁଅମାନଙ୍କ ବିବାହର ରୀତିନୀତି ମଧ୍ୟ ଏହି ମନ୍ଦିରରେ ସମ୍ପନ୍ନ ହୋଇଥାଏ। ମନ୍ଦିର କମିଟିର ସଭାପତି ମେହେରାମ ଜୟପାଲ କହିଛନ୍ତି, ମନ୍ଦିରରେ ଝିଅ-ପୁଅ ଉଭୟଙ୍କ ରୀତିନୀତି ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ବର ମନ୍ଦିରରେ ପହଞ୍ଚିବା ପରେ କନ୍ୟା ମଧ୍ୟ ମନ୍ଦିରକୁ ଆସିଥାଏ। ବିବାହ ପରଦିନ ସକାଳେ ବର ସହ ଘରକୁ ଯାଇଥାଏ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୩୫୦ ବର୍ଷ ପୂର୍ବେ ଜୈସଲମେରର ଖୁଅଡ଼ି ଗାଁର ଜୟପାଲ ଗୌତ୍ର ଲୋକ ଆତି ଗ୍ରାମରେ ବସବାସ କରିଥିଲେ। ତା’ପରେ ସେ କାଠ ତିଆରି ମାତାଜୀଙ୍କ ପ୍ରତିମୂର୍ତ୍ତି ଆଣିଥିଲେ। ଗାଁର ତତ୍କାଳୀନ ଜମିଦାର ହମିର ସିଂ ରାଠୋର ତାଙ୍କୁ ଏଠାରେ ବସବାସ କରିବାକୁ ଏକ ସ୍ଥାନ ଦେଇଥିଲେ। ପରେ ଏହି ସମ୍ପ୍ରଦାୟର ଲୋକମାନେ ଏକ ମନ୍ଦିର ସ୍ଥାପନ କରି ମାତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ।

ଗ୍ରାମବାସୀ ମନ୍ଦିରକୁ ସେମାନଙ୍କର ଗୃହ ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ମନ୍ଦିରରେ ଝିଅ ଏବଂ ପୁଅମାନଙ୍କୁ ବିବାହ କରିଆସୁଛନ୍ତି। ସମୟ ସହିତ ଏହା ଏକ ପରମ୍ପରାରେ ପରିଣତ ହୋଇଗଲାଣି। ବିଗତ ୩୫୦ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। ଏକ ବିଶ୍ୱାସ ରହିଛି ମନ୍ଦିରରେ ବିବାହ ନ କଲେ ଝିଅ କିମ୍ବା ବୋହୂ ଗର୍ଭବତୀ ହେବେ ନାହିଁ। ମାତାଙ୍କ ଆଶୀର୍ବାଦ ରହିଲେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri