ମିଳିନି ବୀମା କ୍ଷତିପୂରଣ, ବୈଠକରେ ତାତିଲେ ଚାଷୀ

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୨୦୨୩ରେ ମିଗଜୋମ୍‌ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳିପାରି ନାହିଁ। ଅନ୍ୟପଟେ ବିଭିନ୍ନ ଚାଷୀଙ୍କୁ ନାନା ଆଳ ଦେଖାଇ ସେଥିରୁ ବଞ୍ଚିତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବୁଧବାର ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଷୀ, ପ୍ରଶାସନିକ ଅଧିକାରୀ ଏବଂ ବୀମା କମ୍ପାନୀ ପ୍ରତିନିଧିଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ବସିଥିଲା। ବାଦ୍‌ ପଡ଼ିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସବସିଡ଼ି ସହାୟତା ପ୍ରଦାନ ଦିଗରେ ଉପସ୍ଥିତ ବୀମା କମ୍ପାନୀର ପ୍ରତିନିଧିଏବଂ ବିଭାଗୀୟ ଅଧିକାରୀ କିଛି ଠୋସ୍‌ ପ୍ରତିଶ୍ରୁତି ଦେଇ ପାରି ନ ଥିଲେ। ତେବେ ଆସନ୍ତା ୯ ତାରିଖ ସୁଦ୍ଧା ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସବସିଡ଼ି ସହାୟତା ନ ମିଳିଲେ ୧୦ ତାରିଖ ଚାଷୀମାନେ ବାଧ୍ୟ ହୋଇ ରେଲରୋକୋ ଆନ୍ଦୋଳନ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ସୂଚନାନୁଯାୟୀ, ୨୦୨୩ ଡିସେମ୍ବରରେ ମିଗଜୋମ୍‌ ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ସେହି ସମୟରେ ଜିଲାର ପ୍ରାୟ ୪୪ ହଜାର ହେକ୍ଟର ଜମିର ଧାନ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ବିଭାଗୀୟ ଅଧିକାରୀମାନେ ଆକଳନ କରିଥିଲେ। ଏହି ଦୃଷ୍ଟିରୁ ଜିଲାର ଚାଷୀମାନେ ୧୨୮କୋଟି ଟଙ୍କା ବୀମା କ୍ଷତିପୂରଣ ଏବଂ ୫୬କୋଟି ଟଙ୍କା ଇନପୁଟ୍‌ ସବସିଡ଼ି ସହାୟତା ପାଇବା କଥା ବୋଲି ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ମାତ୍ର ଶେଷରେ ବିିଭିନ୍ନ ଆଳ ଦେଖାଇ କ୍ଷତିଗ୍ରସ୍ତ ଧାନ ଫସଲକୁ ମାତ୍ର ୪ହଜାର ହେକ୍ଟରକୁ ଖସାଇ ଦିଆଗଲା। ଅନ୍ୟପଟେ ଜିଲାର ୩୦ ହଜାର ଚାଷୀଙ୍କୁ ୨୩ କୋଟି ବୀମା କ୍ଷତିପୂରଣ ସହାୟତା ପ୍ରଦାନ କରାଯାଇଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୯କୋଟି ବୀମା କ୍ଷତିପୂରଣ ସହାୟତା ମିଳିଥିବାବେଳେ ଆହୁରି ୪ କୋଟି ଟଙ୍କା ଚାଷୀଙ୍କ ପାଖକୁ ଅପହଞ୍ଚ ହୋଇ ପଡ଼ିଛି। ଇନପୁଟ୍‌ ସବସିଡ଼ି ସହାୟତା ପ୍ରଦାନ କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ସେଭଳି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ସଂଯୁକ୍ତ କୃଷକ ସଂଗଠନ, ବୀମା କମ୍ପାନୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତୁହାକୁ ତୁହା ବୈଠକ ବସିଛି। ଚାଷୀ ସଂଗଠନ ଆନ୍ଦୋଳନ ଚେତାବନୀ ଦେବା ପରେ ଚିରାଚରିତ ଢଙ୍ଗରେ ଏଭଳି ତ୍ରିପାକ୍ଷିକ ବୈଠକ ବସୁଛି ଏବଂ ନାନା ଆଳ, ଆଶ୍ୱାସନା ଦେଖାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଅନୁରୂପଭାବେ ବୁଧବାର ତ୍ରିପାକ୍ଷିକ ବୈଠକ ବସିଥିଲା। ବୈଠକରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ଉପଜିଲାପାଳ ପ୍ରସନ୍ନ ପାଣ୍ଡେ, ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ଉପତ୍ନ୍ନ ଭୋଇ ଏବଂ ବୀମା କମ୍ପାନୀର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। ତେବେ ଆଲୋଚନା ଫଳପ୍ରଦ ହୋଇ ପାରି ନ ଥିଲା। ଏହାପରେ ଚାଷୀମାନେ ଆସନ୍ତା ୯ ତାରିଖ ସୁଦ୍ଧା ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ସମ୍ପୂର୍ଣ୍ଣଭାବେ ନ ମିଳିଲେ ବରଗଡ଼ରେ ରେଳରୋକୋ ଆନ୍ଦୋଳନ କରିବେ ବୋଲି ବୈଠକରେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri