Categories: ଖେଳ

ଅନ୍ତିମ ଟେଷ୍ଟରୁ କାହିଁକି ବାଦ୍‌ ପଡ଼ିଲେ ବୁମରା

ଅହମ୍ମଦାବାଦ,୨।୩ : ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାଙ୍କୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରୁ ବାଦ୍‌ ଦିଆଯାଇଛି। ଏହି ନିଷ୍ପତ୍ତି ପଛର କାରଣ ମଙ୍ଗଳବାର ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। କୌଣସି ଆହତ ସମସ୍ୟା କାରଣରୁ ବୁମରାଙ୍କୁ ବାଦ୍‌ ଦିଆଯାଇ ନାହିଁ। ତାଙ୍କୁ ବିଶ୍ରାମ ଦରକାର ଥିଲା। ସେ ନିଜେ ଏ ନେଇ ବିସିସିଆଇକୁ ଅନୁରୋଧ କରିଥିଲେ।

ଡାହାଣ ହାତୀ ପେସର ଏବେ ନିଜ ହୋମ ସିଟି ଅହମ୍ମଦାବାଦରେ ଅଛନ୍ତି। ଆଉ ଏହି ସହରରେ ସେ ତାଙ୍କ ମା’ଙ୍କ ସହ ରୁହନ୍ତି। ଆଗାକୁ ଆଇପିଏଲ, ଇଂଲଣ୍ଡ ଗସ୍ତ ଓ ଟି୨୦ ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ରହିଛି। ଏଥିନେଇ ତାଙ୍କୁ ବାୟୋ ବବଲରେ ରହିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କ୍ରିକେଟରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୁମରା। ଗତକିଛି ବର୍ଷ ହେଲା ଏହି ୨୭ ବର୍ଷୀୟ ପେସର ଭାରତୀୟ ଦଳ ପାଇଁ ସମସ୍ତ ଫର୍ମାଟରେ ଷ୍ଟ୍ରାଇକ୍‌ ବୋଲର ପାଲଟିଛନ୍ତି। ୨୦୧୯ରେ ପିଠି ଜନିତ ସମସ୍ୟା କାରଣରୁ ତାଙ୍କୁ ୪ ମାସ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିଥିଲା।

Share