ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ ହିତାଧିକାରୀମାନଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଜିଲା କାର୍ଯ୍ୟାଳୟରେ ମଧ୍ୟସ୍ଥ ଯୋଗୁ ଯୋଗୁଁ ହିତାଧିକାରୀ ହଇରାଣ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଖରିଆର ରୋଡରେ। ଜିଲା ଶ୍ରମ କାର୍ଯ୍ୟାଳୟରେ ମଧ୍ୟସ୍ଥଙ୍କୁ ନ ଧରିଲେ କୌଣସି କାର୍ଯ୍ୟ ହେଉ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ନୂତନ ଶ୍ରମିକ ପଞ୍ଜିକରଣ, ନବୀକରଣ ହେଉ ବା ଛାତ୍ରବୃତ୍ତି ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା ତଥା ଅନ୍ୟାନ୍ୟ ସହାୟତା ପାଇଁ ମଧ୍ୟସ୍ଥ ନ ହେଲେ କାର୍ଯ୍ୟ ହେଉନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗାଁର ଶ୍ରମିକକାର୍ଡ ଧାରୀ ରବି ମାଝୀ ୨୦୨୧ ଅକ୍ଟୋବର ୧୮ରେ ମୃତ୍ୟୁବରଣ କରିଛନ୍ତି। ଶ୍ରମିକ କାର୍ଡଧାରୀଙ୍କ ମୃତ୍ୟୁ ହେଲେ ତାଙ୍କର ଉତ୍ତରାଧିକାରୀ ମୃତ୍ୟୁକାଳୀନ ସହାୟତା ପାଇବା ପାଇଁ ହକଦାର। ହେଲେ ଆଜକୁ ୪ବର୍ଷ ବିତି ଯାଇଥିଲେ ମଧ୍ୟ ରବିଙ୍କ ପରିବାର ମୃତ୍ୟୁକାଳୀନ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ରବିଙ୍କ ସ୍ତ୍ରୀ ସୁଶିଳା ଓ ଝିଅ ଦୌପଦୀ ଜିଲା ଶ୍ରମ କାର୍ଯ୍ୟାଳୟ ଖରିଆର ରୋଡଙ୍କୁ ଦୌଡି ଦୌଡି ନୟାନ୍ତ ହୋଇ ପଡିଲେଣି। ରବିଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ସୁଶିଳା ମାନସିକ ବିକୃତ ହୋଇ ଯାଇଛନ୍ତି। ସେଥିପାଇଁ ଝିଅ ଦୌପଦୀ ମା’ଙ୍କୁ ସାଙ୍ଗରେ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ମୃତ୍ୟୁକାଳୀନ ସହାୟତା ଆଜି ମିଳିବ, କାଲି ମିଳିବ ବୋଲି ଗଡି ୪ ବର୍ଷ ବିତିଯାଇ ସହାୟତା ନ ମିଳିବାରୁ ମା’ଓ ଝିଅ ନିରାଶ ହୋଇ ମାନବ ଅଧିକାର ପରିଷଦ ଜିଲା ସମ୍ପାଦକ ଗୋବିନ୍ଦ ଅହିରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମାନବ ଅଧିକାର ପରିଷଦ ଜିଲା ସମ୍ପାଦକ ଅହିର ଜିଲା ଶ୍ରମ ଅଧିକାରୀ ଜସ୍ନିନ ଶୁଭଦର୍ଶନୀ ସାହୁଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ମା’ ଓ ଝିଅ ପରିଷଦ ସମ୍ପାଦକ ଅହିର ସହ ଶ୍ରମ କାର୍ଯ୍ୟାଳୟକୁ ଯାଇ ଶ୍ରମ ନିର୍ଦ୍ଦେଶକ ରବୀନ୍ଦ୍ର ବାର୍ଲାଙ୍କଠାରେ ଅଭିଯୋଗ କରିଥିଲେ। ମୃତ୍ୟୁ ପ୍ରମାଣପତ୍ର ସହ ଅନ୍ୟାନ୍ୟ କାଗଜାତ କାର୍ଯ୍ୟାଳୟରେ ଦାଖଲ ପରେ ମୃତ୍ୟୁକାଳୀନ ସହାୟତା କାର୍ଯ୍ୟ ସଫଳ ହେଲା। ଆଗାମୀ ଦିନରେ ଜିଲା ଶ୍ରମ କାର୍ଯ୍ୟାଳୟରେ ଏଭଳି ଶ୍ରମିକମାନଙ୍କୁ ହଇରାଣ କରାଗଲେ ମାନବ ଅଧିକାର ପରିଷଦରେ ମାମଲା ରୁଜୁ କରାଯିବ ବୋଲି ପରିଷଦ ସମ୍ପାଦକ ଅହିର ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri