ପାଟଣା ରେଞ୍ଜ୍‌କୁ ଆସିନାହାନ୍ତି ବିଦେଶୀ ପକ୍ଷୀ

କେନ୍ଦୁଝର/ପାଟଣା, ୧୧।୧ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। କେନ୍ଦୁଝର ଡିଭିଜନର ବିଭିନ୍ନ ଜଳାଶୟରେ ଗଣନା କରାଯାଇଥିଲା। କେନ୍ଦୁଝର ରେଞ୍ଜ୍‌ର ନଳପଙ୍ଗା ଡ୍ୟାମ୍‌, ବଡ଼ଶାସନ ପୋଖରୀ, ମାଧପୁର ଫାର୍ମ ପୋଖରୀ, ଟିକରପଡା ଡ୍ୟାମ, ଚାନ୍ଦିନୀ ପୋଖରୀ, ସାପୁଆ ଡ୍ୟାମ୍‌, କୋଡିପଶା ଡ୍ୟାମ, କାଂଜାରୀ ଡ୍ୟାମ୍‌, ଜଗଦଳା ଡ୍ୟାମ୍‌, ଧୂଳିଆବେଡା ଡ୍ୟାମ୍‌, ଘଟଗଁା ରେଞ୍ଜ୍‌ର ମାନପୁର ଡ୍ୟାମ୍‌, କାଳିମାଟି ଡ୍ୟାମ, କାଣ୍ଡସର ଡ୍ୟାମ୍‌, ଭୂୟଁା ଜୁଆଙ୍ଗ ପୀଢ ରେଞ୍ଜ୍‌ର ବଡଘାଗରା ଜଳଭଣ୍ଡାର, ତେଲକୋଇ ରେଞ୍ଜ୍‌ର ଖଜୁରଆ, ଦଣ୍ଡାଧର, ଖୁଣ୍ଟାପଡା, ସଲେଇକେନା ଡ୍ୟାମ୍‌, କାକୁଡିଅମ୍ବା, ଚମ୍ପୁଆ ରେଞ୍ଜ୍‌ର ସ୍ଲିମ ଡ୍ୟାମ୍‌ ଓ ପାଟଣା ରେଞ୍ଜ୍‌ର ଖିରେଇଟାଙ୍ଗିରୀ ବଡ଼ପୋଖରୀ ଆଦିରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ହୋଇଥିଲା। ୨୦୨୦ରେ ୪୪୨୬ ଏବଂ ୨୦୨୧ରେ ୫୮୯୨ ଏବଂ ୨୦୨୨ରେ ୬୯୦୦ ବହିରାଗତ ପକ୍ଷୀ ଗଣନା ହୋଇଥିଲା। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ଜଳାଶୟ ପରିମାଣ ହ୍ରାସ, ପକ୍ଷୀ ଶିକାର ଆଦି କାରଣରୁ ଚଳିତବର୍ଷ କମ୍‌ ପକ୍ଷୀ ଆସିଥିବା କୁହାଯାଇଛି। ଚଳିତବର୍ଷ ୨୦ ଟିମ୍‌ ପକ୍ଷୀ ଗଣନାରେ ନିୟୋଜିତ ଥିଲେ। ଏଥର କେତେ ସଂଖ୍ୟାରେ ଏବଂ କେଉଁ କେଉଁ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଛନ୍ତି, ଗଣନା ସଂଖ୍ୟା ମିଳିବା ପରେ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି. କହିଛନ୍ତି। ଚଳିତବର୍ଷ କେନ୍ଦୁଝର ସହରର ମାଧପୁରସ୍ଥିତ ୧୫ ନମ୍ବର ୱାର୍ଡର ଫାର୍ମ ପୋଖରୀରେ ବିରଳ ହଂସ ଲେସର ହୁଇସଲିଂ ପକ୍ଷୀ ଆଗମନ ହେବା ପରେ ଏହି ପୋଖରୀରେ ପ୍ରଥମଥର ପାଇଁ ଗଣନା କରାଯାଇଛି। ପାଟଣା ରେଞ୍ଜ୍‌ରେ କ୍ଷୀରେଇଟାଙ୍ଗିରୀ ସେକ୍ସନ କ୍ଷୀରେଇଟାଙ୍ଗିରୀ ବଡ଼ବନ୍ଧକୁ ମୋଟ ୧୩ଟି ପକ୍ଷୀଙ୍କ ଆଗମନ ହୋଇଛି। ଚଳିତବର୍ଷ ବିଦେଶୀ ପକ୍ଷୀ ଏଠାକୁ ଆସି ନ ଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି। ମାତ୍ରାଧିକ ପ୍ରଦୂଷଣ ଏବଂ ଏହି ବନ୍ଧ ନିକଟ ଦେଇ ୪୯ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ଗାଡ଼ି ମୋଟର ଚଳାଚଳ କରୁଥିବାରୁ ଏଥର ଏହି ରେଞ୍ଜ୍‌କୁ ଖୁବ୍‌ କମ୍‌ ସଂଖ୍ୟକ ପକ୍ଷୀଙ୍କ ଆଗମନ ହୋଇଥିବା ସେ ଅନୁମାନ କରିଛନ୍ତି। ରେଞ୍ଜର ପାତ୍ରଙ୍କ ସହ କ୍ଷୀରେଇଟାଙ୍ଗିରୀ ବନପାଳ ସୁନିତା ବଘେଲ ଏବଂ ପାରାଷ୍ଟାଫ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri