ଜଳ ନିଷ୍କାସନ ହେଉନି: ଚିନ୍ତାରେ ପଞ୍ଚାୟତବାସୀ

ରଘୁନାଥପୁର, ୧୪ ।୮(ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରଘୁନାଥପୁର ବ୍ଲକ ରାଢ଼ଙ୍ଗ ପଞ୍ଚାୟତବାସୀଙ୍କ ଚିନ୍ତା ବଢ଼ିଯାଇଛି। ଜଳ ନିଷ୍କାସନରେ ସମସ୍ୟା ଯୋଗୁ ଉପରମୁଣ୍ଡରୁ ବର୍ଷାପାଣି ଗଡ଼ି ଏହି ସ୍ଥାନରେ ଜମାହୋଇ ରହୁଛି। ଫଳରେ ରାଢ଼ଙ୍ଗ ଓ ଜିରା ଗ୍ରାମର ଚାଷଜମିରେ ପଡ଼ିଥିବା ତଳିଘେରା ବୁଡ଼ିବା ଆରମ୍ଭ କରିଛି। ସେହିପରି ପୂଜା, କଳିଙ୍ଗା ଓ କରିମୂଳ ଆଦି ଗ୍ରାମର ଚାଷଜମି ମଧ୍ୟ କେତେକାଂଶରେ ବୁଡ଼ିରହିଛି। ଆସନ୍ତା ଦୁଇଦିନ ମଧ୍ୟରେ ଉଦ୍‌ବୃତ ବର୍ଷାପାଣି ସମ୍ପୂର୍ଣ୍ଣ ତଳି ଘେରାକୁ ବୁଡାଇ ନଷ୍ଟ କରିଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ଜଗତ୍‌ସିଂହପୁର ଗାନ୍ଧୀଛକଠାରୁ ବାହାରିଥିବା ମାଧପୁର ସଫେଇ ଓ କନ୍ଦରପୁରଠାରୁ ଆସୁଥିବା ବର୍ଷାପାଣି ଏହି ପଞ୍ଚାୟତର ଚାଷଜମି ଦେଇ ନାଲିବାରସ୍ଥିତ ହଂସୁଆ ସଫେଇକୁ ନିଷ୍କାସିତ ହୋଇଥାଏ। ଏହା ଖାଲୁଆ ଅଞ୍ଚଳ ହୋଇଥିବାବେଳେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି।
ଏହି ସମସ୍ୟାର ସମାଧାନ ପାଇଁ ଗତ ଦଶବର୍ଷ ଧରି ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଅନଶନ କରାଯାଉଥିଲେ ବି ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉନାହିଁ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଶନିବାର ଅପରାହ୍ନରେ ଚାଷୀମାନେ ମିଳିତ ହୋଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ବିପିନ ପାଳ, ବିପିନ ମୁଦୁଲି, ଅତିଥି ସ୍ବାଇଁ, ରାକେଶ ଜେନା, ଚନ୍ଦ୍ରଶେଖର ରାଉତ, ଭାସ୍କର ପାଳ, ଉଲ୍ଲାସ ପାଳ, କିଶୋର ରାଉତ, ଶିଶିର ପାଳ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଣ୍ଡା କୁହନ୍ତି ଯେ, ଉକ୍ତ ପଞ୍ଚାୟତ ଦେଇ ଯାଇଥିବା ଜଳସେଚିତ କେନାଲରେ ଜଳପ୍ରବାହ ବନ୍ଦ କରିଦିଆଯାଇଛି ା ତୁରନ୍ତ ଉକ୍ତ ବାଟ ଦେଇ ବର୍ଷା ପାଣି ନିଷ୍କାସନ ହେବାରେ କୌଣସି ସମସ୍ୟା ରହିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri