ଆଗ୍ରା,୨୧।୧୦: ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ (Toll Gates) ଖୋଲି ଦେବାରୁ ହଜାର ହଜାର ଗାଡ଼ି ବିନା ଶୁଳ୍କରେ ଯାତାୟାତ କରିଥିଲେ।
କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ (ଶ୍ରୀସାଇ ଓ ଦାତାର) ସେମାନଙ୍କୁ ବୋନସ୍ ଦେଉନାହିଁ ଏବଂ ଠିକ୍ ସମୟରେ ଦରମା ମଧ୍ୟ ଦେଉନାହିଁ। ଏହି ପ୍ରତିବାଦ ଯୋଗୁଁ କେନ୍ଦ୍ର ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି।
ଅଧିକାରୀମାନେ ବୋନସ୍ ଦେବାକୁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୧୦ ଘଣ୍ଟା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଥିଲା। ଏହି ଘଟଣା ଯୋଗୁଁ ଏକ୍ସପ୍ରେସୱେରେ ଗାଡ଼ି ଚଳାଚଳ ମାଗଣାରେ ହୋଇଥିଲା।

