ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ ୨.୫ ପ୍ରତିଶତ ତଳକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ସାରା ବିଶ୍ୱରୁ ଭାରତର ମୃତ୍ୟୁ ହାର କମ୍‌ ରହିଛି। ଭାରତରେ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ରହିଛି ଯେଉଁଠାରେ ମୃତ୍ୟୁ ହାର ଜାତୀୟ ହାର ୨.୪୯% ରୁ କମ୍‌ ରହିଛି। ଜୁନ ୨ରେ ଭାରତରେ କରୋନା ମୃତ୍ୟୁ ହାର ୨.୮୨% ରହିଥିବା ବେଳେ ଜୁଲାଇ ୧୦ରେ ଏହା ତଳକୁ ଖସି ୨.୭୨% ରହିଥିଲା। ତେବେ ବିଶ୍ୱର ସର୍ବାଧିକ ମୃତ୍ୟୁ ହାର ୟେମେନ, ବେଲଜିୟମ୍‌ ଓ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ରେକର୍ଡ କରାଯାଇଛି। କିନ୍ତୁ ଦେଶର ଏଭଳି ୫ଟି ରାଜ୍ୟ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ କରୋନା ଯୋଗୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ।
ମଣିପୁର: ଉତ୍ତର-ପୂର୍ବ ମଣିପୁରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧,୮୯୧ରେ ପହଞ୍ଚିଛି। ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ରାଜ୍ୟରେ ପ୍ରାୟ ୨ହଜାର ମାମଲା ଚିହ୍ନଟ ହୋଇଥିଲେ ମଧ୍ୟ ଏଠାରେ ଏପର୍ଯ୍ୟନ୍ତ କାହାରି ଜୀବନ ଯାଇନାହିଁ। ୧,୮୯୧ କେରାନା ରୋଗୀଙ୍କ ମଧ୍ୟରୁ ୭୦୯ ଚିକିତ୍ସିତ ହେଉଥିବା ବେଳେ ୧,୧୯୨ ସୁସ୍ଥ ହୋଇଛନ୍ତି। ମହାମାରୀ କରୋନା ଭାଇରସ୍‌ ରାଜ୍ୟର ୧୭ଟି ଗାଁରେ ବ୍ୟାପିଥିବା ଜଣାପଡ଼ିଛି।
ନାଗାଲାଣ୍ଡ: ମଣିପୁରର ପଡୋଶୀ ନାଗାଲାଣ୍ଡରେ ଏପର୍ଯ୍ୟନ୍ତ ପାଖାପାଖି ୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୭୮ଆକ୍ରାନ୍ତଙ୍କ ମଧ୍ୟରୁ ୪୩୨ଜଣ ଚିକିତ୍ସିତ ହେଉଥିବା ବେଳେ ୫୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନାଗାଲାଣ୍ଡର ୧୦ଟି ଜିଲା ଏବେ କରୋନା କବଳରେ।
ସିକ୍କିମ: ସିକ୍କିମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଦୀର୍ଘ ସମୟ ଧରି କରୋନାର ଗୋଟିଏ ବି ମାମଲା ଚିହ୍ନଟ ହୋଇ ନ ଥିଲା। ମେ ୨୩ରେ ଏଠାରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ବର୍ତ୍ତମାନ ଉକ୍ତ ରାଜ୍ୟରେ ୨୭୫ କରୋନା ଆକ୍ରାନ୍ତ ରହିଛନ୍ତି। ସମସ୍ତଙ୍କ ସ୍ବସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ଏଠାରେ ୧୮୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୯୦ସୁସ୍ଥ ହୋଇଛନ୍ତି। ଅନ୍ୟପଟେ କରୋନା ପଜିଟିଭ୍‌ ସୈନ୍ୟଙ୍କୁ ଉକ୍ତ ରାଜ୍ୟରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। କାରଣ ସିକ୍କିମରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ସେନା ଓ ପାରାମିଲିଟାରୀ ଫୋର୍ସର ଯବାନ ରହିଥିବା ଜଣାପଡ଼ିଛି।
ମିଜୋରାମ: ମିଜୋରାମରେ ମଧ୍ୟ କରୋନାଜନିତ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ଉକ୍ତ ରାଜ୍ୟରେ ମୋଟ ୨୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧୭ ଚିକିତ୍ସିତ ହେଉଥିବା ବେଳେ ୧୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଣ୍ଡାମାନ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମୋଟ ୧୯୮ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪୫ଜଣ ସୁସ୍ଥ ହୋଇଥିବା ବେଳେ ୫୩ଜଣ ଚିକିତ୍ସିତ ହେଉଥିବା ସୂଚନା ରହିଛି। ଦେଶର ସର୍ବନିମ୍ନ କରୋନା ମାମଲା ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଉଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ଏଠାରେ କରୋନାଜନିତ ଜଣଙ୍କର ବି ମୃତ୍ୟୁ ଘଟି ନ ଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri