Posted inଜାତୀୟ

ଅନାସ୍ଥା ମୁହଁ ଖୋଲାଇବ

ନୂଆଦିଲ୍ଲୀ,୨୭ା୭(ପି.ଟି.) : ବିରୋଧୀ ଦଳଗୁଡ଼ିକର ବାରମ୍ବାର ଦାବି ସତ୍ତ୍ୱେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଏଯାଏ କୌଣସି ବିବୃତି ଦେଇନାହାନ୍ତି। ଶେଷରେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବୁଧବାର ଲୋକ ସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି। ଏହାକୁ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିଛନ୍ତି। ବିରୋଧୀ ‘ଇଣ୍ଡିଆ’ ଗୋଷ୍ଠୀ ଜାଣିଥିବେ ଯେ ସେମାନଙ୍କର ସଂଖ୍ୟା ଅନୁଯାୟୀ ଏହି ଅନାସ୍ଥା ପ୍ରସ୍ତାବ ନିଶ୍ଚିତ ଭାବରେ କାଟ ଖାଇବ। କିନ୍ତୁ ରାଜନୈତିକ ଦୃଷ୍ଟିରୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକ ସଭାକୁ ଟାଣି ଆଣି ବକ୍ତବ୍ୟ ଦେବାକୁ ବାଧ୍ୟ କରାଇପାରିବ ବୋଲି କୁହାଯାଉଛି। ତାହା ହିଁ ବିରୋଧୀଙ୍କ ସଫଳତା ହେବ।

ଭାଜପା ଶାସିତ ମଣିପୁରରେ ନିରୀହ ଲୋକଙ୍କୁ ଲଗାତର ହତ୍ୟା କରାଯାଉଛି। ମହିଳାମାନଙ୍କ ଦେହରୁ ପୋଷାକ କାଢ଼ି ଉଲଗ୍ନ ପରେଡ୍‌ କରାଯାଉଛି। ଦୀର୍ଘ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଜାତିଆଣ ହିଂସା ଓ ଯୌନହିଂସା ଲାଗିରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନ ଘନ ବିଦେଶ ଗସ୍ତ କରୁଥିବାବେଳେ ମଣିପୁର ଯାଉନାହାନ୍ତି। ଏପରି କି ଏହି ପ୍ରସଙ୍ଗକୁ ନେଇ ମୁହଁ ମଧ୍ୟ ଖୋଲୁନାହାନ୍ତି। ମଣିପୁର ଭଳି ଜାତୀୟ ଲଜ୍ଜା ସମେତ ଦେଶର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ନିନ୍ଦା କରାଯାଉଛି। ସରକାରଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଥିବାବେଳେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ଲୋକ ସଭାରେ ନୋଟିସ ଦିଆଯାଇଛି। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି। ସବୁ ଦଳର ନେତାମାନଙ୍କ ସହ ଏହା ଉପରେ ଆଲୋଚନା କରିବା ପରେ ନିୟମାନୁସାରେ ବିତର୍କ ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ବିର୍ଲା କହିଛନ୍ତି।
୨୬ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ ନିମ୍ନ ସଦନରେ କଂଗ୍ରେସ ଉପନେତା ଗୌରବ ଗୋଗୋଇ ଏହି ପ୍ରସ୍ତାବ ଆଗତ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଗୃହକାର୍ଯ୍ୟ ଚାଲିବା ମାତ୍ରେ ବାଚସ୍ପତି କହିଥିଲେ, ମନ୍ତ୍ରୀ ପରିଷଦ ଉପରେ ବିରୋଧୀ ଦଳଗୁଡ଼ିକର ଆସ୍ଥା ନାହିଁ। ରୁଲ୍‌ ୧୯୮ ଅନୁସାରେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅନୁମତି ଲୋଡ଼ିଛନ୍ତି।

ଏହି ପ୍ରସ୍ତାବକୁ ଗ୍ରହଣ କରିବା ସପକ୍ଷରେ ଥିବା ସଦସ୍ୟମାନେ ମୁଣ୍ଡ ଗଣତି ପାଇଁ ଛିଡ଼ା ହୁଅନ୍ତୁ ବୋଲି ବାଚସ୍ପତି କହିଥିଲେ। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା, ଡିଏମ୍‌କେର ଟି.ଆର୍‌. ବାଲୁ ଏବଂ ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ସମେତ ବିରୋଧୀ ମେଣ୍ଟ ଇଣ୍ଡିଆର ଏମ୍‌ପିମାନେ ଛିଡ଼ାହୋଇ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପରେ ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ।
ଏହା ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ପି ନମ ନାଗେଶ୍ୱର ରାଓ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନୋଟିସ ଦେଇଥିଲେ। ସଂଖ୍ୟାବଳକୁ ଦେଖିଲେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ ବିତର୍କ ବେଳେ ସେମାନେ ସରକାରଙ୍କୁ ହରାଇବେ, ଯାହାକି ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବତା ଭଙ୍ଗ ପାଇଁ ବାଧ୍ୟ କରିବ। କାରଣ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା ଉପରେ ବିବୃତି ଦେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି।
ରୁଲ୍ସ ଅଫ୍‌ ପ୍ରସିଡ୍ୟୁର୍‌ ଆଣ୍ଡ୍‌ କଣ୍ଡକ୍ଟ ଅଫ୍‌ ଲୋକ ସଭାର ରୁଲ୍‌ ୧୯୮ ଅନୁସାରେ ଲୋକ ସଭାରେ ଯେକୌଣସି ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିପାରିବେ। ଏଥିପାଇଁ ସମ୍ପୃକ୍ତ ସଦସ୍ୟଙ୍କୁ ପୂର୍ବାହ୍ନ ୧୦ଟା ପୂର୍ବରୁ ଲିଖିତ ଭାବେ ନୋଟିସ ଦେବାକୁ ପଡ଼ିଥାଏ। ବାଚସ୍ପତି ଉକ୍ତ ନୋଟିସକୁ ଗୃହରେ ପଢ଼ି ସମସ୍ତ ସଦସ୍ୟଙ୍କୁ ଶୁଣାଇଥାନ୍ତି। ତେବେ ପ୍ରସ୍ତାବ ଆଗତ ପାଇଁ ଅନୂ୍ୟନ ୫୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ। ବାଚସ୍ପତି ଏହାକୁ ଅନୁଧ୍ୟାନ କରିବା ପରେ ପ୍ରସ୍ତାବ ଓ ଭୋଟିଂ ପାଇଁ ଦିନ ଧାର୍ଯ୍ୟ କରିଥାନ୍ତି। ମୋଶନ ଗ୍ରହଣ କରାଯିବାର ୧୦ ଦିନ ମଧ୍ୟରେ ହିଁ ଭୋଟିଂ କରାଯାଇଥାଏ। ଯଦି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରନ୍ତି, ତେବେ ସେନେଇ ସମ୍ପୃକ୍ତ ସଦସ୍ୟଙ୍କୁ ଅବଗତ କରାଯାଇଥାଏ। ଗୃହରେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ ସଦସ୍ୟମାନେ ଇସ୍ତଫା ଦେଇଥାନ୍ତି। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫ ଆସନ ଖାଲିପଡ଼ିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୪୪। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି)ର ୧୨, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସର ୨୨ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆର୍‌ଏସ୍‌ର ୯ ଏମ୍‌ପିଙ୍କ ସମେତ ଏପରି ୭୦ ସଦସ୍ୟ ରହିଛନ୍ତି, ଯେଉଁମାନେ ଉପରୋକ୍ତ ଦୁଇ ମେଣ୍ଟରେ ସାମିଲ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri