ଖୋର୍ଦ୍ଧା, (ପ୍ରଭାତ ପାଣିଗ୍ରାହୀ),୨୫।୭: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଦଳେଇ ସାହି ପଞ୍ଚାୟତ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଲେ ଉକ୍ତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର। ଏନେଇ ଉପଜିଲାପାଳ କିଶୋର ଚନ୍ଦ୍ର ପଣ୍ଡାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଅନସ୍ଥା ପ୍ରସ୍ତାବ ଆଣିଛନ୍ତି ସମସ୍ତ ୱାର୍ଡ ମେମ୍ବର ଓ ସମିତି ସଭ୍ୟ। ସ୍ତ୍ରୀ ସରପଞ୍ଚ, ସ୍ବାମୀ ଚଳାଉଛନ୍ତି ପଞ୍ଚାୟତ କାର୍ଯ୍ୟାଳୟ। ବାପା, ପୁଅ ମିଶି କରୁଛନ୍ତି କାମ। ୩ବର୍ଷ ଧରି ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରତିବାଦ କରିଲେ ନାଲି ଆଖି ଦେଖାଉଛନ୍ତି ସରପଞ୍ଚଙ୍କ ସ୍ବାମୀ। ଏଭଳି ଅଭିଯୋଗ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି।

