ଭୀଷ୍ମଗିରୀ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ 

ଦିଗପହଣ୍ଡି,୧୯|୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ  ଭୀଷ୍ମଗୀରି ପଞ୍ଚାୟତର  ସରପଞ୍ଚ ଗାୟତ୍ରୀ ବ୍ରହ୍ମାଙ୍କ ବିରୋଧରେ ୱାର୍ଡ ସଭ୍ୟା ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ମଙ୍ଗଳବାର  ବ୍ରହ୍ମପୁର ଉପ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିବା ଜଣାପଡ଼ିଛି । ଆଦର୍ଶ ଗ୍ରାମ ଭାବରେ ପରିଚିତ ଥିବା ଏକମାତ୍ର ଗ୍ରାମକୁ ନେଇ ଗଠିତ ହୋଇଥିବା ଭୀଷ୍ମଗିରୀ ପଞ୍ଚାୟତ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଏବଂ ପଞ୍ଚାୟତ ବାସୀଙ୍କ ମୌଳିକ ସମସ୍ୟାକୁ ସମାଧାନ ଦିଗରେ ସରପଞ୍ଚଙ୍କ କୈାଣସି ସହଯୋଗ ପାଇ ଆସୁନଥିବା ନେଇ ପୂର୍ବରୁ ଜନସାଧାରଣଙ୍କ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । ଗ୍ରାମରେ ଦୀର୍ଘବର୍ଷ ଧରି ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲେ ମଧ୍ୟ ସରପଞ୍ଚଙ୍କ ଗ୍ରାମରେ ଦେଖା ମିଳୁନାହିଁ । ଏପରିକି ଗ୍ରାମରେ ରହିଥିବା ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ୍ ଖରାପ ହୋଇଲେ ଏହାକୁ ସଜାଡ଼ିବାରେ ବିଳମ୍ବ , ଗ୍ରାମରେ ଗ୍ରାମସଭା ନ କରିବା ଫଳରେ ପଞ୍ଚାୟତବାସୀ ସରପଞ୍ଚଙ୍କକାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆସୁଥିଲେ ।

ପଞ୍ଚାୟତରେ କୈାଣସି କାର୍ଯ୍ୟରେ ସରପଞ୍ଚ  ୱାର୍ଡ ସଦସ୍ୟଙ୍କୁ ଅବଗତ କରାଉନଥିବା ଫଳରେ ୧୬ ଜଣ ୱାର୍ଡ଼ ସଭ୍ୟା ସଭ୍ୟ ମଧ୍ୟରୁ ୧୩ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ୱାର୍ଡ ସଭ୍ଯ ତମାଳ ଗୌଡ଼ , ଟୁକୁନା ଗୌଡ଼ ,  ଅଜୟ ପଣ୍ଡା , ଗୀତାଞ୍ଜଳି ରାଉତ ,  ରୀତା ନାୟକ ,  ବେଣୁ ମାଧବ ବକ୍ସି ,  ଅମୂଲ୍ୟ ଦାସ , ବି. ଚନ୍ଦ୍ରମଣି ନାୟକ ,  ମୁନା ସେଠୀ , ବି. ଲବ କୁମାର ପୃଷ୍ଟି , ସସ୍ମିତା ଗୌଡ଼ , ସୀତା ସାହୁ ଏବଂ  ବି. ଅଗାଡିପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ସରପଞ୍ଚ ଙ୍କୁ ପଚାରିବାରୁ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ନାଁ ରେ ଅଭିଯୋଗ କରାଯାଇଛି।ନିର୍ଦ୍ଧାରିତ ସମୟରେ ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ପଞ୍ଚାୟତରେ ଚାଲିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri