କ୍ଷତିପୂରଣ ମିଳିନି, ମେମୁ ଟ୍ରେନ୍‌ ବି ଚାଲିଲା ନାହିଁ

କେନ୍ଦ୍ରାପଡ଼ା,୧୪ା୧୨(ଜଗନ୍ନାଥ ଧଳ)ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ ପାଇଁ ପ୍ରୟାସ ଚାଲିଛି। ଜିଲାର ଆର୍ଥିକ ବୃଦ୍ଧି ପାଇଁ କୃଷି, ଶିଳ୍ପ ପ୍ରତି ଧ୍ୟାନ ଦେବା ସହିତ କ୍ଷେତକୁ ଜଳ ପରିଚାଳନା, ସବୁ ପଞ୍ଚାୟତକୁ ରାସ୍ତା, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ପରି ମୌଳିକ ସମସ୍ୟା ପ୍ରସଙ୍ଗ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଗଡିବା ସ୍ବପ୍ନ ପୂରଣକୁ ନେଇ ନେତାମାନେ ବୟାନବାଜି ଜାରି ରଖିଛନ୍ତି। ଅପରପକ୍ଷେ ଅଧିଗ୍ରହଣ ହୋଇଥିବା ଜମିର ସ୍ବତ୍ୱାଧିକାରୀଙ୍କୁ ସମ୍ପୂର୍ଣ୍ଣ କ୍ଷତିଭରଣା ହୋଇନାହିଁ। ସେହିପରି କେନ୍ଦୁଝରରୁ ପାରାଦୀପ ପର୍ଯ୍ୟନ୍ତ ମେମୁ ଟ୍ରେନ ଚଳାଚଳ ପାଇଁ ଘୋଷଣା ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇନାହିଁ।
ଏ ସମ୍ପର୍କରେ ବୁଦ୍ଧଜୀବୀ ଗଣେଶ ଚନ୍ଦ୍ର ସାମଲ, ନିହାର ରଞ୍ଜନ ପ୍ରଧାନ, ଶିବାଶିଷ ମହାନ୍ତି, ପ୍ରତାପ କୁମାର ମହାନ୍ତି ପ୍ରମୁଖ କୁହନ୍ତି, ହରିଦାସପୁର ପାରାଦୀପ ରେଳପଥ ପାଇଁ ୧୯୯୮ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଫାଟକବିହୀନ ଏହି ରେଳପଥ ନିର୍ମାଣ ପାଇଁ ସମ୍ପ୍ରତି ରେଳ ବିକାଶ ନିଗମ ଲିମିଟେଡ ୨୯ ପ୍ରତିଶତ, ସାଗରମାଳା ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ ୨୭ ପ୍ରତିଶତ, ରାଜ୍ୟ ସରକାର ୧୯ ପ୍ରତିଶତ, ଓଡ଼ିଶା ମାଇନିଂ କର୍ପୋରେଶନ ଲିମିଟେଡ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ୧୭.୬୧ ପ୍ରତିଶତ, ବିଭିନ୍ନ ଖଣି ଓ ଇସ୍ପାତ୍‌ କମ୍ପାନୀ ଅଂଶୀଦାର ଅଛନ୍ତି। ପୂର୍ବରୁ ଏହି ସ୍ପେଶାଲ ପରପୋଜ ଭେଇକିଲ (ଏସ୍‌ପିଭି)ରେ ଥିବା ପୋସ୍କୋ ଓହରି ଯାଇଛି। ପାରାଦୀପ ପୋର୍ଟ ସହିତ ବିଭିନ୍ନ ଖଣି ଅଞ୍ଚଳକୁ ଯୋଡି ପଣ୍ୟ ପରିବହନ ପାଇଁ ଏହି ରେଳପଥ ନିର୍ମାଣ ହୋଇଥିଲା। କେନ୍ଦ୍ରାପଡ଼ା ଜିଲାର ୩୯ କି.ମି. ରେଳପଥ ପାଇଁ ଡେରାବିଶ, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୪୭ଟି ଗ୍ରାମର ମୋଟ ୮୨୭.୬୨୦ ଏକର ଜମି ଅଧିଗ୍ରହଣ ହୋଇଛି ା ରେଳପଥ ମଧ୍ୟରେ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ଜମି ଅଧିଗ୍ରହଣ ସମୟରେ ମୋଟ ୧୮୬୦ଟି କ୍ଷତିପୂରଣ ମାମଲା ଆଗକୁ ଆସିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୮୪୬ ମାମଲା ଥିଲା। ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ୩୭୩ ମାମଲାରୁ ୩୩୫ଟି ମାମଲା ଶେଷ ହୋଇଥିବା ବେଳେ ୩୮ ମାମଲା କୋର୍ଟରେ ଅଛି। ବଳକା ୪୭୩ ମାମଲା ମଧ୍ୟରୁ ୪୧୬ ମାମଲା ରେଳ କର୍ତ୍ତୃପକ୍ଷଙ୍କ ତୃଣମୂଳସ୍ତରରେ ଉଦ୍ୟମ ଜାରି ରହଛି। ଜମି ବାବଦ କ୍ଷତିପୂରଣ ପାଇଁ ନ ଥିବା ଲୋକଙ୍କ ସ୍ବରରେ ଏହି ରାଜନେତାମାନେ କେବେ ସାମିଲ ହୋଇନାହାନ୍ତି।
ସେହିପରି ଫାଟକବିହୀନ ରେଳପଥ ପାଇଁ ଭୂମିସ୍ତରଠାରୁ ୧୫ ଫୁଟ୍‌ ଉଚ୍ଚ ନିର୍ମାଣ ହୋଇଛି। ମାତ୍ର ନିୟମିତ ସାଇଫ୍‌ନ ନ ଥିବାରୁ ଚାଷୀଙ୍କ ଜଳ ନିଷ୍କାସନ ଓ ସେଚନ ଏକ ସମସ୍ୟା ହୋଇଛି। ଉପଯୁକ୍ତ ସମୟରେ ରେଳପଥ ନିର୍ମାଣ ନ ହେବା କାରଣରୁ ଏହି ଜିଲାରେ ହେବାକୁ ଥିବା ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହୋଇପାରିଲା ନାହିଁ। କେନ୍ଦ୍ର ସରକାରଙ୍କ ଅନୁଦାନ, ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସବୁ ଦଳୀୟ ନେତାଙ୍କ ଊଣାଅଧିକ ଉଦ୍ୟମ ଅଛି। ଏହି ରେଳପଥ ପ୍ରାରମ୍ଭିକ ସମୟରେ ପଣ୍ୟ ପରିବହନ ପାଇଁ ନିର୍ମାଣ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚଳାଚଳ ହେବ ବୋଲି ସଂସଦରେ ଆଲୋଚନା ହୋଇଛି। ଏପରି କି ଉତ୍କଳମଣି ଯୁବକ ସଂଘ ଆବାହକ ଗୌତମ ବେହେରାଙ୍କୁ ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ ଚାଲିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ଡେପୁଟି ଚିଫ୍‌ ଅପରେଶନ୍ସ ମ୍ୟାନେଜର ଡିଆର ପାଉଲ ଚିଠି (ନଂ-୯୫/୨୨)ରେ ଦର୍ଶାଇଛନ୍ତି। ଏହାସତ୍ତ୍ୱେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ରାଜନେତା ଏନେଇ କସରତ ଆରମ୍ଭ କରିଛନ୍ତି ବୋଲି ବିଶ୍ଲେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri