ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି, ବଦଳିବନି ନାଁ , ଘୁଞ୍ଚିବନି ରିଲିଜ୍‌ ତାରିଖ

ନୂଆଦିଲ୍ଲୀ,୨୪।୨: ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଫିଲ୍ମଟି ଆସନ୍ତା ୨୫ ଅର୍ଥାତ୍‌ କାଲି ରିଲିଜ୍‌ ହେବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ଏହି ଫିଲ୍ମର ନାଁ ବଦଳିବନି କି ଏହାର ରିଲିଜ୍‌ ତାରିଖ ଘୁଞ୍ଚିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଗଙ୍ଗୁବାଇଙ୍କ ପରିବାର ଲୋକେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ନାଁକୁ ବଦଳାଇବା ପାଇଁ ପରିବାର ଲୋକେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଇବା ସମ୍ଭବ ନୁହେଁ ବୋଲି କୋର୍ଟଙ୍କୁ ଜଣାଇଥିଲେ ନିର୍ମାତା। ଫିଲ୍ମରେ ଗଙ୍ଗୁବାଈଙ୍କୁ ଛବି ଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ବି ପ୍ରକାରରେ ଅପମାନିତ କରାଯାଇ ନ ଥିବା ସେ ଦାବି କରିଥିଲେ। ଅଭିଯୋଗକାରୀ ଫିଲ୍ମ ନ ଦେଖି ଏଭଳି ଦାବି ଉଠାଇବା ଭୁଲ ବୋଲି ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ବଚାରପତି ଜେକେ ମହେଶ୍ୱରୀ ଏହି ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ଆଣିଥିବା ଅଭିଯୋଗକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri