ହେବନାହିଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଦିଲ୍ଲୀରୁ ଫେରି ମନମୋହନ ଦେଲେ ସରପ୍ରାଇଜ

ଭୁବନେଶ୍ୱର,୨୭।୭(ସୁନିତ୍‌ ମିଶ୍ର): ନୂଆଦିଲ୍ଲୀ ଗସ୍ତ ଶେଷକରି ଶନିବାର ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶା ଫେରିଛନ୍ତି। ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ମନ୍ତ୍ରିମଣ୍ଡଳର ଏକ ଫେକ୍‌ ତାଲିକା ପ୍ରସ୍ତୁତ କରି କେତେଜଣ ସାମାଜିକ ଗଣମାଧ୍ୟମରେ ବୁଲାଉଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆହୁରି ଜୋର୍‌ ଧରିଥିଲା। କେବଳ ସେତିକି ନୁହେଁ, ଭାଜପା ଭିତରେ ଓ ସରକାରୀ ଅଧିକାରୀମାନେ ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ପ୍ରସାରଣ ବିଷୟକୁ ନେଇ ଆଲୋଚନା କରୁଛନ୍ତି। ହେଲେ ମନମୋହନ ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତାଙ୍କର ଏଭଳି କଥାରୁ ବର୍ତ୍ତମାନ ସମୟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ଏବଂ ସମ୍ପ୍ରସାରଣ ନେଇ କୌଣସି କଥା ଆଉ ଆଗେଇ ନ ପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ବିମାନବନ୍ଦରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପର୍କିତ ଚର୍ଚ୍ଚା ପାଇଁ ଯାଇ ନ ଥିଲେ। ଦିଲ୍ଲୀରେ ସଙ୍ଗଠନ ଏବଂ ଅଟକି ରହିଥିବା କାର୍ଯ୍ୟ ବାବଦରେ ଆଲୋଚନା ହେଲା। ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହୋଇନାହିଁ। ଏନେଇ ସେମିତି କିଛି ସମ୍ଭାବନା ନାହିଁ। ଭାଜପାର ନୂଆ କମିଟି ଗଠନ ହେବ। ସେଥିରେ ନୂଆ ଏବଂ ପୁରୁଣା ଚେହେରାର ନେତା ରହିଛନ୍ତି। ଠିକ୍‌ ସମୟରେ ନିଗମ ଓ ବୋର୍ଡ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଭାଜପା ସରକାରରେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦବୀ ପୂରଣ ଏବଂ କେତେଜଣ ମନ୍ତ୍ରୀଙ୍କୁ ଅଦଳବଦଳ କରିବାକୁ ଆଲୋଚନା ହେଉଥିଲା। ମନମୋହନ ସଭାପତି ହେବା ପୂର୍ବରୁ ମଧ୍ୟ ଖାଲି ପଦବୀ ପୂରଣ ହେବ ବୋଲି କହିଥିଲେ। ଏପରିକି ସେ ୪ର୍ଥ ଥର ଲାଗି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଯାଇ ମନ୍ତ୍ରିମଣ୍ଡଳରେ ଖାଲି ଥିବା ୬ ମନ୍ତ୍ରୀ ପଦ ପୂରଣ ହେବ ବୋଲି କହିଥିଲେ। ହେଲେ ଏଥର ସେ ପରୋକ୍ଷରେ ଏହି ବିଷୟକୁ ଏଡ଼ାଇଯିବା ପରେ ଚର୍ଚ୍ଚା ନୂଆ ମୋଡ଼ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri