ସକାଳ ଜଳଖିଆ ମିଳୁନି, ଶିଶୁ ଉପାସ

ନୟାଗଡ଼,୩୦।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହର ୬ ନଂ. ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ସାରଣୀ ନିୟମକୁ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ଶିଶୁଙ୍କୁ ସକାଳ ଜଳଖିଆ ଗାଏବ କରରାଯାଉଥିବା ଅଭିଯୋଗ ଶୁକ୍ରବାର ପ୍ରମାଣିତ ହୋଇଛି। ଶୁକ୍ରବାର କେନ୍ଦ୍ରରେ ଖାଦ୍ୟ ସାରଣୀର ନିୟମ ମୁତାବକ ସକାଳ ଜଳଖିଆ ବେସନ ଓ ଅଟା ଲଡୁ ଶିଶୁଙ୍କୁ ଦିଆ ଯାଇ ନ ଥିଲା। ଅନ୍ୟପକ୍ଷେ ଶିଶୁ ବସୁଥିବା ସ୍ଥାନରେ ଫ୍ୟାନ ନାହିଁ। କିନ୍ତୁ ଅଙ୍ଗନୱାଡି କର୍ମୀ ବସୁଥିବା ସ୍ଥାନରେ ୱାଲ ଫ୍ୟାନ ଝୁଲୁଛି। ଆଲଟମେଣ୍ଟ ନାହିଁ କହି ଶିଶୁଙ୍କୁ ଗରମରେ ସିଝାଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଫ୍ୟାନ ପବନ ଖାଉଛନ୍ତି। ଅପରପକ୍ଷେ ଟ୍ରେନିଂ ନାଁରେ ଅଙ୍ଗନୱାଡି କର୍ମୀ କେନ୍ଦ୍ରକୁ ପ୍ରାୟ ୨୫ଦିନ ହେବ ଆସୁ ନ ଥିବା ଅଭିଯୋଗ ରହିଛି। ଏଣୁ ସହାୟିକା ଶିଶୁଙ୍କୁ ପାଠ ପଢ଼ାଇବା ସହ ରୋଷେଇ କରୁଛନ୍ତି। ପୁଣି ଶିଶୁମାନଙ୍କୁ ଘରୁ ଡାକି ଆଣୁନାହାନ୍ତି କି ଛାଡୁ ନ ଥିବା ଅନୁରୂପ ଅଭିଯୋଗ ଅଙ୍ଗନୱାଡି ସହାୟିକାଙ୍କ ନଁାରେ ରହିଛି। ଏଣୁ ବିଭନ୍ନ ସମୟରେ ଖାଦ୍ୟରେ ଅନିୟମିତତା କରାଯାଉଛି। ଏ ସମ୍ପର୍କରେ ଜାଣିବା ପରେ ନୟାଗଡ଼ ସିଡିପିଓ ଅଙ୍ଗନୱାଡି କର୍ମୀଙ୍କୁ କାରଣ ଦଶାଅ ନୋଟିସ୍‌ କରିଛନ୍ତି।
ଏ ନେଇ ଶଗଡ଼ିଆ ସାହିର ବିକ୍ରମ ଡାକୁଆ କହିଛନ୍ତି, ୬ ନଂ. ଅଙ୍ଗନୱାଡି କେନ୍ଦ୍ରରେ ଝିଅ ପଢ଼ୁଛି। ଝିଅକୁ ଡ୍ରେସ ନ ମିଳିବାରୁ ଅଭିଯୋଗ କଲା ପରେ ମିଳିଲା। କେନ୍ଦ୍ରରେ ସହାୟିକା ପାଠ ପଢ଼ାଉଛନ୍ତି ଓ ରୋଷେଇ କରୁଛନ୍ତି। ଶିଶୁମାନଙ୍କୁ ଘରୁ କେନ୍ଦ୍ରକୁ ଆଣୁ ନାହାନ୍ତି କି ଛାଡୁ ନାହାନ୍ତି। ମାସରେ ୨୫ ଦିନ ଅଙ୍ଗନୱାଡି କର୍ମୀ ଅନୁପସ୍ଥିତ ରହୁଛନ୍ତି। ପଚାରିଲେ ଉତ୍ତର ମିଳୁଛି ଟେନିଂରେ ଯାଇଥିଲି। ମାସ ତମାମା ଯଦି ଅଙ୍ଗନୱାଡି କର୍ମୀ ଟେନିଂରେ ଯିବେ କେନ୍ଦ୍ରକୁ ବନ୍ଦ କରି ଦେବା ଦରକାର। ସେହିପରି କେନ୍ଦ୍ରରେ ଶିଶୁଙ୍କ ପାଇଁ ଫ୍ୟାନ ନ ଥିବାରୁ ଗରମରେ ବସୁଛନ୍ତି। ସହାୟିକା କହିଥିଲେ, ସବୁଦିନ ସକାଳ ଜଳଖିଆ ଦେଉଥିଲୁ। ହେଲେ ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଖି ଜଳଖିଆ ଦେବାକୁ ଭୁଲି ଯାଇଥିଲି। ଆଗକୁ ଏପରି ହେବନି। ଅଙ୍ଗନୱାଡି କର୍ମୀ ଟ୍ରେନିଂରେ ଯାଉଥିବାରୁ ଏକୁଟିଆ ଯୋଗୁ ଶିଶୁମାନଙ୍କୁ ଘରୁ ଡାକି ଆଣି ପାରୁନି କି ଛାଡ଼ି ପାରୁନି ବୋଲି ସେ କହିଥିଲେ। ନୟାଗଡ ସିଡିପିଓ ଓ ସୁପରଭାଇଜରଙ୍କ ଦେଖାଇଲେ ନାଲି ଆଖି ୬ନଂ ଅଙ୍ଗନୱାଡି କେନ୍ଦ୍ର ସମ୍ପର୍କରେ ଅଭିଯୋଗକାରୀଙ୍କୁ ଗଣମାଧ୍ୟମର ପ୍ରତିନିଧିଙ୍କ ସମ୍ମୁଖରେ ନୟାଗଡ଼ ବ୍ଲକ ସିଡିପିଓ ଓ ସୁପରଭାଇଜର ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। କେହି ଅଭିଯୋଗ କରୁନାହାନ୍ତି ତୁମେ କାହିଁକି ଅଭିଯୋଗ କରିବ ବୋଲି ଉଭୟ ମହିଳା ଅଧିକାରୀ ନାଲି ଆଖି ଦେଖାଇଥିଲେ। ଏପରିକି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସମର୍ଥନ କରି ଅଭିଯୋଗ ଫେରାଇ ନେବାକୁ ଚାପ ପ୍ରୟୋଗ କରିଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସୁପରଭାଇଜର ଓ ସିଡିପିଓ ଚୁପ ହୋଇଥିଲେ। ଏ ନେଇ ଅଭିଯୋଗକାରୀ ବିକ୍ରମ ଡାକୁଆ ଅସନ୍ତୋଷ ବ୍ୟକ୍ତ କରି ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବି ବୋଲି କହିଛନ୍ତି। ଏ ନେଇ ସୁପରଭାଇଜର ଆଞ୍ଚଳ ପାତ୍ର ଓ ସିଡିପିଓ ସୌଦାମିନୀ ସ୍ବାଇଁଙ୍କୁ ପଚାରିବାରେ ଗଣମାଧ୍ୟମର ପ୍ରତିନିଧି ଆସିଥିବା ଜାଣି କେନ୍ଦ୍ରରେ ପହଞ୍ଚତ୍ ଥିଲୁ। ଆମେ ଖରାପ ବ୍ୟବହାର ଦେଖାଇ ନାହୁଁ। ଅନ୍ୟପକ୍ଷେ ଅଭିଯୋଗର ତଦନ୍ତ ହେବ। ଅଙ୍ଗନୱାଡି କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ଅଙ୍ଗନୱାଡି କେନ୍ଦ୍ରରେ ମୁକୁଳା ଟ୍ରାନ୍ସଫର୍ମର
ନୟାଗଡ ପୁରୁଣା ସହରର ୬ନଂ. ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମୁକୁଳା ଟ୍ରାନ୍ସଫର୍ମର ବସିଛି। ଶିଶୁମାନେ ମୁକୁଳା ଟ୍ରାନ୍ସଫର୍ମର ପାଖ ଦେଇ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛନ୍ତି। ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଯଦି କିଛି ଦୁର୍ଘଟଣା ଘଟେ କିଏ ଦାୟୀ ରହିବ ସେନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ୩ ବର୍ଷର ଶିଶୁମାନେ ବିଦ୍ୟୁତ୍‌ କ’ଣ ଜାଣନ୍ତି ନାହିଁ। ଖେଳିବା ବୁଲିବା ବୟସରେ ଯଦି ଟ୍ରାନ୍ସଫର୍ମର ପାଖକୁ ଚାଲି ଯାଆନ୍ତି ତେବେ ଦୁର୍ଘଟଣା ଘଟି ପାରେ। ମୁକୁଳା ଟ୍ରାନ୍ସଫର୍ମର ନେଇ ଅଙ୍ଗନୱାଡି କେନ୍ଦ୍ର, ସିଡିପିଓଙ୍କ କାର୍ଯ୍ୟାଳୟ ଓ ବିଦ୍ୟୁତ୍‌ ବିଭାଗ ପଦକ୍ଷେପ ନ ନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସେହିପରି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖ ଅବର୍ଜନା ହୋଇ ପଡ଼ି ରହିଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁରଙ୍କୁ ପଚାରିବାରେ ୬ ନଂ. ଅଙ୍ଗନୱାଡି କେନ୍ଦ୍ରର ଅସୁବିଧା ନେଇ ଅବଗତ ହେବା ପରେ ସିଡିପିଓଙ୍କୁ ତଦନ୍ତ ନେଇ ରିପୋର୍ଟ ଦେବାକୁ କହିଛି। କେନ୍ଦ୍ରର ସମ୍ମୁଖ ପରିସ୍କାର କରିବାକୁ କହିଛି। ଅନ୍ୟପକ୍ଷେ ବିଦ୍ୟୁତ୍‌ ସବଷ୍ଟେଶନ ଚତୁଃପାର୍ଶ୍ୱରେ ସୁରକ୍ଷା ବଳୟ ତୁରନ୍ତ କରିବାକୁ ବିଦ୍ୟୁତ୍‌ ବିଭାଗକୁ ଚିଠି ଲେଖିବାକୁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଟିପିସିଓଡିଏଲର ନିର୍ବାହୀ ଅଧିକାରୀ ସନ୍ତୋଷ ମହାପାତ୍ର କୁହନ୍ତି, ବିଦ୍ୟୁତ୍‌ ସବଷ୍ଟେଶନ ଚତୁଃପାର୍ଶ୍ୱରେ ସୁରକ୍ଷା ବଳୟରେ ରହିବା ଦରକାର। ଏହାକୁ ସୁରକ୍ଷା ବଳୟରେ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri