ସକାଳ ଜଳଖିଆ ମିଳୁନି, ଶିଶୁ ଉପାସ

ନୟାଗଡ଼,୩୦।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହର ୬ ନଂ. ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ସାରଣୀ ନିୟମକୁ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ଶିଶୁଙ୍କୁ ସକାଳ ଜଳଖିଆ ଗାଏବ କରରାଯାଉଥିବା ଅଭିଯୋଗ ଶୁକ୍ରବାର ପ୍ରମାଣିତ ହୋଇଛି। ଶୁକ୍ରବାର କେନ୍ଦ୍ରରେ ଖାଦ୍ୟ ସାରଣୀର ନିୟମ ମୁତାବକ ସକାଳ ଜଳଖିଆ ବେସନ ଓ ଅଟା ଲଡୁ ଶିଶୁଙ୍କୁ ଦିଆ ଯାଇ ନ ଥିଲା। ଅନ୍ୟପକ୍ଷେ ଶିଶୁ ବସୁଥିବା ସ୍ଥାନରେ ଫ୍ୟାନ ନାହିଁ। କିନ୍ତୁ ଅଙ୍ଗନୱାଡି କର୍ମୀ ବସୁଥିବା ସ୍ଥାନରେ ୱାଲ ଫ୍ୟାନ ଝୁଲୁଛି। ଆଲଟମେଣ୍ଟ ନାହିଁ କହି ଶିଶୁଙ୍କୁ ଗରମରେ ସିଝାଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଫ୍ୟାନ ପବନ ଖାଉଛନ୍ତି। ଅପରପକ୍ଷେ ଟ୍ରେନିଂ ନାଁରେ ଅଙ୍ଗନୱାଡି କର୍ମୀ କେନ୍ଦ୍ରକୁ ପ୍ରାୟ ୨୫ଦିନ ହେବ ଆସୁ ନ ଥିବା ଅଭିଯୋଗ ରହିଛି। ଏଣୁ ସହାୟିକା ଶିଶୁଙ୍କୁ ପାଠ ପଢ଼ାଇବା ସହ ରୋଷେଇ କରୁଛନ୍ତି। ପୁଣି ଶିଶୁମାନଙ୍କୁ ଘରୁ ଡାକି ଆଣୁନାହାନ୍ତି କି ଛାଡୁ ନ ଥିବା ଅନୁରୂପ ଅଭିଯୋଗ ଅଙ୍ଗନୱାଡି ସହାୟିକାଙ୍କ ନଁାରେ ରହିଛି। ଏଣୁ ବିଭନ୍ନ ସମୟରେ ଖାଦ୍ୟରେ ଅନିୟମିତତା କରାଯାଉଛି। ଏ ସମ୍ପର୍କରେ ଜାଣିବା ପରେ ନୟାଗଡ଼ ସିଡିପିଓ ଅଙ୍ଗନୱାଡି କର୍ମୀଙ୍କୁ କାରଣ ଦଶାଅ ନୋଟିସ୍‌ କରିଛନ୍ତି।
ଏ ନେଇ ଶଗଡ଼ିଆ ସାହିର ବିକ୍ରମ ଡାକୁଆ କହିଛନ୍ତି, ୬ ନଂ. ଅଙ୍ଗନୱାଡି କେନ୍ଦ୍ରରେ ଝିଅ ପଢ଼ୁଛି। ଝିଅକୁ ଡ୍ରେସ ନ ମିଳିବାରୁ ଅଭିଯୋଗ କଲା ପରେ ମିଳିଲା। କେନ୍ଦ୍ରରେ ସହାୟିକା ପାଠ ପଢ଼ାଉଛନ୍ତି ଓ ରୋଷେଇ କରୁଛନ୍ତି। ଶିଶୁମାନଙ୍କୁ ଘରୁ କେନ୍ଦ୍ରକୁ ଆଣୁ ନାହାନ୍ତି କି ଛାଡୁ ନାହାନ୍ତି। ମାସରେ ୨୫ ଦିନ ଅଙ୍ଗନୱାଡି କର୍ମୀ ଅନୁପସ୍ଥିତ ରହୁଛନ୍ତି। ପଚାରିଲେ ଉତ୍ତର ମିଳୁଛି ଟେନିଂରେ ଯାଇଥିଲି। ମାସ ତମାମା ଯଦି ଅଙ୍ଗନୱାଡି କର୍ମୀ ଟେନିଂରେ ଯିବେ କେନ୍ଦ୍ରକୁ ବନ୍ଦ କରି ଦେବା ଦରକାର। ସେହିପରି କେନ୍ଦ୍ରରେ ଶିଶୁଙ୍କ ପାଇଁ ଫ୍ୟାନ ନ ଥିବାରୁ ଗରମରେ ବସୁଛନ୍ତି। ସହାୟିକା କହିଥିଲେ, ସବୁଦିନ ସକାଳ ଜଳଖିଆ ଦେଉଥିଲୁ। ହେଲେ ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଖି ଜଳଖିଆ ଦେବାକୁ ଭୁଲି ଯାଇଥିଲି। ଆଗକୁ ଏପରି ହେବନି। ଅଙ୍ଗନୱାଡି କର୍ମୀ ଟ୍ରେନିଂରେ ଯାଉଥିବାରୁ ଏକୁଟିଆ ଯୋଗୁ ଶିଶୁମାନଙ୍କୁ ଘରୁ ଡାକି ଆଣି ପାରୁନି କି ଛାଡ଼ି ପାରୁନି ବୋଲି ସେ କହିଥିଲେ। ନୟାଗଡ ସିଡିପିଓ ଓ ସୁପରଭାଇଜରଙ୍କ ଦେଖାଇଲେ ନାଲି ଆଖି ୬ନଂ ଅଙ୍ଗନୱାଡି କେନ୍ଦ୍ର ସମ୍ପର୍କରେ ଅଭିଯୋଗକାରୀଙ୍କୁ ଗଣମାଧ୍ୟମର ପ୍ରତିନିଧିଙ୍କ ସମ୍ମୁଖରେ ନୟାଗଡ଼ ବ୍ଲକ ସିଡିପିଓ ଓ ସୁପରଭାଇଜର ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। କେହି ଅଭିଯୋଗ କରୁନାହାନ୍ତି ତୁମେ କାହିଁକି ଅଭିଯୋଗ କରିବ ବୋଲି ଉଭୟ ମହିଳା ଅଧିକାରୀ ନାଲି ଆଖି ଦେଖାଇଥିଲେ। ଏପରିକି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସମର୍ଥନ କରି ଅଭିଯୋଗ ଫେରାଇ ନେବାକୁ ଚାପ ପ୍ରୟୋଗ କରିଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସୁପରଭାଇଜର ଓ ସିଡିପିଓ ଚୁପ ହୋଇଥିଲେ। ଏ ନେଇ ଅଭିଯୋଗକାରୀ ବିକ୍ରମ ଡାକୁଆ ଅସନ୍ତୋଷ ବ୍ୟକ୍ତ କରି ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବି ବୋଲି କହିଛନ୍ତି। ଏ ନେଇ ସୁପରଭାଇଜର ଆଞ୍ଚଳ ପାତ୍ର ଓ ସିଡିପିଓ ସୌଦାମିନୀ ସ୍ବାଇଁଙ୍କୁ ପଚାରିବାରେ ଗଣମାଧ୍ୟମର ପ୍ରତିନିଧି ଆସିଥିବା ଜାଣି କେନ୍ଦ୍ରରେ ପହଞ୍ଚତ୍ ଥିଲୁ। ଆମେ ଖରାପ ବ୍ୟବହାର ଦେଖାଇ ନାହୁଁ। ଅନ୍ୟପକ୍ଷେ ଅଭିଯୋଗର ତଦନ୍ତ ହେବ। ଅଙ୍ଗନୱାଡି କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ଅଙ୍ଗନୱାଡି କେନ୍ଦ୍ରରେ ମୁକୁଳା ଟ୍ରାନ୍ସଫର୍ମର
ନୟାଗଡ ପୁରୁଣା ସହରର ୬ନଂ. ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମୁକୁଳା ଟ୍ରାନ୍ସଫର୍ମର ବସିଛି। ଶିଶୁମାନେ ମୁକୁଳା ଟ୍ରାନ୍ସଫର୍ମର ପାଖ ଦେଇ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛନ୍ତି। ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଯଦି କିଛି ଦୁର୍ଘଟଣା ଘଟେ କିଏ ଦାୟୀ ରହିବ ସେନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ୩ ବର୍ଷର ଶିଶୁମାନେ ବିଦ୍ୟୁତ୍‌ କ’ଣ ଜାଣନ୍ତି ନାହିଁ। ଖେଳିବା ବୁଲିବା ବୟସରେ ଯଦି ଟ୍ରାନ୍ସଫର୍ମର ପାଖକୁ ଚାଲି ଯାଆନ୍ତି ତେବେ ଦୁର୍ଘଟଣା ଘଟି ପାରେ। ମୁକୁଳା ଟ୍ରାନ୍ସଫର୍ମର ନେଇ ଅଙ୍ଗନୱାଡି କେନ୍ଦ୍ର, ସିଡିପିଓଙ୍କ କାର୍ଯ୍ୟାଳୟ ଓ ବିଦ୍ୟୁତ୍‌ ବିଭାଗ ପଦକ୍ଷେପ ନ ନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସେହିପରି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖ ଅବର୍ଜନା ହୋଇ ପଡ଼ି ରହିଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁରଙ୍କୁ ପଚାରିବାରେ ୬ ନଂ. ଅଙ୍ଗନୱାଡି କେନ୍ଦ୍ରର ଅସୁବିଧା ନେଇ ଅବଗତ ହେବା ପରେ ସିଡିପିଓଙ୍କୁ ତଦନ୍ତ ନେଇ ରିପୋର୍ଟ ଦେବାକୁ କହିଛି। କେନ୍ଦ୍ରର ସମ୍ମୁଖ ପରିସ୍କାର କରିବାକୁ କହିଛି। ଅନ୍ୟପକ୍ଷେ ବିଦ୍ୟୁତ୍‌ ସବଷ୍ଟେଶନ ଚତୁଃପାର୍ଶ୍ୱରେ ସୁରକ୍ଷା ବଳୟ ତୁରନ୍ତ କରିବାକୁ ବିଦ୍ୟୁତ୍‌ ବିଭାଗକୁ ଚିଠି ଲେଖିବାକୁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଟିପିସିଓଡିଏଲର ନିର୍ବାହୀ ଅଧିକାରୀ ସନ୍ତୋଷ ମହାପାତ୍ର କୁହନ୍ତି, ବିଦ୍ୟୁତ୍‌ ସବଷ୍ଟେଶନ ଚତୁଃପାର୍ଶ୍ୱରେ ସୁରକ୍ଷା ବଳୟରେ ରହିବା ଦରକାର। ଏହାକୁ ସୁରକ୍ଷା ବଳୟରେ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri