ବେଗ ଉପରେ ଲାଗୁନି ବ୍ରେକ୍‌

ଅନୁଗୋଳ ଅଫିସ, ୧୩।୧୨: ସହର, ବଜାର କିମ୍ବା କଲୋନୀ ଅଞ୍ଚଳ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ କଟକଣା ରହିଛି। ଏପରି କି ଡାକ୍ତରଖାନା, ସ୍କୁଲ ନିକଟରେ ଉଚ୍ଚଶବ୍ଦରେ ହର୍ନକୁ ମଧ୍ୟ ବାରଣ କରାଯାଇଛି। ଏହାର ଉଲ୍ଲଂଘନ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। କିନ୍ତୁ ଅନୁଗୋଳ ସହରରେ ଏପରି କଟକଣାକୁ ଖାତିର କରାଯାଉ ନ ଥିବା ଦୈନିକ ଦେଖାଯାଉଥିଲେ ମଧ୍ୟ ପୋଲିସ ଓ ପରିବହନ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି।
ଅନୁଗୋଳ ସହର ମଧ୍ୟଦେଇ ୫୫ନଂ. ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଭାରିଯାନ ଚଳାଚଳକୁ ଏଠାରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସହରରେ ଲୋକସଂଖ୍ୟା ବଢ଼ୁଥିବାବେଳେ ଶିଳ୍ପବହୁଳ ଜିଲା ହୋଇଥିବାରୁ ଦୈନିକ ବାହାର ଅଞ୍ଚଳରୁ ସହସ୍ରାଧିକ ଲୋକଙ୍କ ଆତଯାତ ହେଉଛି। ତେଣୁ ସହରାଞ୍ଚଳ ରାସ୍ତାରେ ସର୍ବଦା ଭିଡ଼ ଲାଗିରହୁଛି। ଏହାକୁ ଦୃଷ୍ଟିରେ ରଖି ଗାଡ଼ିର ବେଗ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ରାସ୍ତାରେ ସୂଚନା ଫଳକ ଲଗାଯାଇଛି। କିନ୍ତୁ ରାଜପଥରେ ଟ୍ରକ୍‌, ବସ୍‌, କାର୍‌ ଆଦି କଟକଣା ମାନୁ ନ ଥିବାବେଳେ ସ୍ପିଡ୍‌ ବାଇକଗୁଡ଼ିକ ଅଧିକ ଚିନ୍ତାର କାରଣ ହୋଇଛି। ଭିଆଇପି ରୋଡ୍‌ରେ ଥିବା ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ, ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଆବାସିକ କାର୍ଯ୍ୟାଳୟ ସହ ମେଡିକାଲ, କୋର୍ଟ, ଥାନା, ଜିଲା କାର୍ଯ୍ୟାଳୟ, ଏସ୍‌ପି କାର୍ଯ୍ୟାଳୟ, ସ୍କୁଲ ନିକଟରେ ମଧ୍ୟ କଟକଣାର ଉଲ୍ଲଂଘନ ହେଉଛି। ବିକଟାଳ ହର୍ନ ଶବ୍ଦ ପ୍ରଦୂଷଣ ବଢ଼ାଉଛି। ପୋଲିସ କିମ୍ବା ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ସହରବାସୀଙ୍କ କ୍ଷେତ୍ରରେ ଦୁର୍ଘଟଣା ଆଶଙ୍କା ବଢ଼ିଯାଉଛି। ଲୁଟେରା ଓ ଛିନ୍‌ତାଇ ଗ୍ୟାଙ୍ଗ ସହରରେ ଲୁଟ୍‌ପାଟ କରି ଫେରାର ହୋଇଯାଉଛନ୍ତି। ଗତ ସପ୍ତାହରେ ବିଇଡି କଲେଜ କଲୋନୀ ନିକଟ, ଗୀତାଗ୍ରାମ ଅଞ୍ଚଳ ଓ ଗାନ୍ଧୀ ମାର୍ଗରେ ମହିଳାମାନଙ୍କଠାରୁ ବ୍ୟାଗ, ଚେନ୍‌ ଆଦି ଛିନ୍‌ତାଇ କରାଯାଇଛି। ତଥାପି ପୋଲିସ କିମ୍ବା ପରିବହନ କର୍ତ୍ତୃପକ୍ଷ ସତର୍କ ହୋଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

 

ରଫ୍‌ ଡ୍ରାଇଭ୍‌ରେ କେସ୍‌ ବୁକ୍‌ ହେଉଛି
ଦ୍ରୁତ ଗତିରେ ଗାଡ଼ି ଚାଳନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି। ଗାଡ଼ି ସିଜ୍‌ କରାଯାଇ ମାମଲା ରୁଜୁ କରାଯାଉଛି। ସହରରେ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବିଭବ ରଞ୍ଜନ ସାମନ୍ତସିଂହାର, ଆଞ୍ଚଳିକ ପରିବହନ ଅଧିକାରୀ

ସ୍ପେଶାଲ ଡ୍ରାଇଭ ହେବ
ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଗାଡ଼ି ମଧ୍ୟ ଜବତ ହେଉଛି। ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ନଜର ରଖାଯାଉଛି। ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri