Posted inଫୁରସତ

ଅଧିକ ଉଚ୍ଚତା ଯୋଗୁ ମିଳୁନି ବୟଫ୍ରେଣ୍ଡ

ୱାଶିଂଟନ:  ସମସ୍ତେ ସୁନ୍ଦର ଚେହେରା, ଉଚ୍ଚତା ପସନ୍ଦ କରନ୍ତି। ହେଲେ ଉଚ୍ଚତାକୁ ନେଇ ଜଣେ ଝିଅଙ୍କୁ ଅସୁବିଧା ହେଉଥିବା ସେ କହିଛନ୍ତି। ତାଙ୍କର ଅଧିକ ଉଚ୍ଚତା ଯୋଗୁ ତାଙ୍କୁ ବୟଫ୍ରେଣ୍ଡ ମିଳିବା ମଧ୍ୟ କଷ୍ଟକର ହେଉଛି। ଆମେରିକାର ଜଣେ ୬ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ୨୮ ବର୍ଷୀୟା ମୈରୀ ତେମାରା ତାଙ୍କ ଉଚ୍ଚତାକୁ ନେଇ ଦୁଃଖରେ ଥିବା କହିଛନ୍ତି। ଯେଉଁଥିପାଇଁ ତାଙ୍କୁ ବୟଫ୍ରେଣ୍ଡ ଖୋଜିବାରେ ଅସୁବିଧା ହେଉଛି। ଥରେ ସେ ୬ଫୁଟ ୩ ଇଞ୍ଚ ବିଶିଷ୍ଟ ଜଣେ ପୁଅକୁ ଦେଖା କରିବାକୁ ଯାଇଥିଲେ। ହେଲେ ସେଠାରେ ପହଞ୍ଚି ଜଣାପଡିଲା ଯେ, ପୁଅର ଉଚ୍ଚତା ୫ ଫୁଟ ୧୧ ଇଞ୍ଚ। ମୈରୀଙ୍କୁ ସେଠାରେ ତାଙ୍କ ଉଚ୍ଚତା ପାଇଁ ଟ୍ରୋଲ ହେବାକୁ ପଡିଥିଲା। କଥାରେ ଅଛି, ଝିଅଙ୍କ କମ୍‌ ଉଚ୍ଚତା ହେଲେ ଚଳିବ, କିନ୍ତୁ ପୁଅଙ୍କ ଉଚ୍ଚତା ଝିଅଙ୍କଠାରୁ ଅଧିକ ହେବା ଉଚିତ। ଏବେ ମୈରୀ ଏହି ରୁଢି କଥାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ସେ ଏବେ ତାଙ୍କଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ପୁଅଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି। ମୈରୀଙ୍କ ମା’ଙ୍କ ଉଚ୍ଚତା ୬ ଫୁଟ ୫ ଇଞ୍ଚ ହୋଇଥିବାବେଳେ ବାପାଙ୍କ ଉଚ୍ଚତା ୬ଫୁଟ ୩ ଇଞ୍ଚ। ତାଙ୍କ ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ଉଚ୍ଚତା ୬ଫୁଟ ୯ ଇଞ୍ଚ ହୋଇଥିବାବେଳେ ଅନ୍ୟଜଣଙ୍କ ୬ଫୁଟ୍‌ ୧୦ ଇଞ୍ଚ। ତାଙ୍କ ଘରେ ସମସ୍ତଙ୍କ ଉଚ୍ଚତା ୬ଫୁଟ ଉପରେ ଥିବାରୁ ବାହାର ଲୋକେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ତେବେ ମୈରୀ ଆଥ୍‌ଲେଟ ହେବା ସହ ଜଣେ ମଡେଲର ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri