Posted inଖେଳ

ଏହି ବୋଲର୍‌ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍‌ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ। କ୍ରିକେଟ୍‌ ଇତିହାସରେ ଏହିଭଳି କେତେଜଣ ବୋଲର ରହିଛନ୍ତି, ଯେଉଁମାନେ କି ଲମ୍ବା ଟେଷ୍ଟ କ୍ୟାରିୟର ମଧ୍ୟରେ କେବେ ମଧ୍ୟ ତାଙ୍କୁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଛକା ମାରିପାରି ନାହାନ୍ତି। ଏହିଭଳି ବିରଳ ସଫଳତା ପାଇଥିବା ବୋଲରଙ୍କ ମଧ୍ୟରେ ଇଂଲଣ୍ଡର ଡାରେଲ ପ୍ରିଙ୍ଗଲ୍‌ ଅନ୍ୟତମ। କେନିଆରେ ଜନ୍ମଗ୍ରହଣ କରିଥିବା ଡାରେଲ ଜଣେ ମଧ୍ୟଗତିର ବୋଲର ଥିଲେ। ସେ ଇଂଲଣ୍ଡ ପକ୍ଷରୁ ୩୦ ଟେଷ୍ଟ ମ୍ୟାଚ୍‌ ଖେଳି ୫ ହଜାର ୨୮୭ ବଲ୍‌ ପକାଇ ୭୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। କିନ୍ତୁ ତାଙ୍କ ବଲ୍‌ରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ କେବେ ଛକା ମାରିପାରି ନାହାନ୍ତି। ସେହିଭଳି ଏହି ତାଲିକାରେ ରହିଛନ୍ତି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ହୁସେନ। ୧୯୫୨ରେ ଭାରତ ବିପକ୍ଷରେ ପଦାର୍ପଣ କରିଥିବା ହୁସେନ ପାକିସ୍ତାନ ପକ୍ଷରୁ ୨୭ ଟେଷ୍ଟ ମ୍ୟାଚ୍‌ ଖେଳି ୬୮ ଉଇକେଟ୍‌ ନେଇଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ୫,୯୧୦ ବଲ୍‌ ପକାଇଥିଲେ ମଧ୍ୟ କେବେ ଛକା ମାରିବାକୁ ବ୍ୟାଟ୍ସମ୍ୟାନଙ୍କୁ ଦେଇ ନ ଥିଲେ।
୧୯୮୯ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ଖେଳିଥିବା ମୁଦାସର ନଜର ମଧ୍ୟ ଏହି ତାଲିକାରେ ରହିଛନ୍ତି। ସେ ୭୬ ଟେଷ୍ଟ ଓ ୧୧୨ ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ଯଦି ତାଙ୍କ ଟେଷ୍ଟ କ୍ୟାରିୟରକୁ ଆଲୋଚନା କରିବା ତେବେ ସେ ୫,୮୬୭ ବଲ୍‌ ବୋଲିଂ କରିଥିଲେ ମଧ୍ୟ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ କେବେ ତାଙ୍କୁ ଗୋଟିଏ ଛକା ମାରିପାରି ନାହାନ୍ତି। ଏହି ତାଲିକାର ସବା ଶେଷରେ ରହିଛନ୍ତି ଅଷ୍ଟ୍ରେଲିଆର ନିଲ୍‌ ହ୍ବେକ୍‌। ସେ ୨୭ ଟେଷ୍ଟ ମ୍ୟାଚ୍‌ ଖେଳି ୬,୯୮୭ ବଲ୍‌ ପକାଇଛନ୍ତି। କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ବଲରେ ଗୋଟିଏ ମଧ୍ୟ ଛକା ମାରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri