Posted inଜାତୀୟ

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ ଏହାକୁ ଫିଙ୍ଗି ଦେଇଥିଲେ। ତାଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଆୟୋଜକ ତଥା ବହୁ ନେତା ଏହି କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ। ରାବଣର ପୋଡି ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ରାବଣଙ୍କୁ ମାରିବା ପାଇଁ ସମସ୍ତେ ପ୍ରତୀକାତ୍ମକ ଭାବରେ ଧନୁ ଏବଂ ତୀରକୁ ଧରିଥିଲେ ଏବଂ ସମସ୍ତେ ଧନୁରେ ଏକ ତୀର ଲଗାଇ ତାରକୁ ଟାଣିଥିବାର ଦେଖାଯାଇଥିଲା, କିନ୍ତୁ ନୀତୀଶ କୁମାର ଧନୁ ଓ ତୀର ଫିଙ୍ଗିଥିଲେ।
ଅସଲ କଥା ହେଲା ନୀତୀଶ କୁମାର ତୀର ମାରିବାକୁ ଲକ୍ଷ୍ୟ କରୁଥିବା ବେଳେ ଏହା ତାଙ୍କ ହାତରୁ ଖସି ଯାଇଥିଲା। ଯାହାପରେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆଲୋଚନା ହେଉଛି କି ନୀତୀଶଙ୍କ ହାତରୁ ତୀର ଖସିଯିବା ପରି ପଦ ଖସିଯିବନି ତ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଧନୁ ଓ ତୀର ଖସିଯିବାର ଭିଡିଓ ଭାଇରାଲ ହୋଇଛି। ଏକ୍ସରେ ହଜାର ହଜାର ଲୋକ ଏହା ଦେଖିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହାକୁ ଦେଖି ପ୍ରତିକ୍ରିୟା ଦେଇଛନ୍ତି। ଧନୁ ଏବଂ ତୀର ଖସିଯିବା ପରେ ନୀତୀଶ କୁମାର କିଛି ସମୟ ତଳକୁ ଚାହିଁ ରହିଲେ। ଏହା ପରେ ସେ ରାଜ୍ୟପାଳଙ୍କୁ ସଙ୍କେତ ଦେଇଥିଲେ ଯେ ଧନୁତୀର ତଳେ ପଡ଼ିଯାଇଛି। ଏହା ପରେ ସେ ପଛକୁ ଯାଇ ବସିବାକୁ ଗଲେ। ଏବେ ଲୋକମାନେ ଏହି ଭିଡିଓକୁ ବହୁତ ଦେଖୁଛନ୍ତି। ଏହି ଭିଡିଓ କ୍ରମାଗତ ଭାବରେ ଏକ୍ସରେ ପୋଷ୍ଟ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍‌ରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୨୯।୧: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଜାନୁଆରୀ ୨୯ ରାତିରେ ମିଥୁନ ରାଶିରେ ଗୋଚର କରିବେ ଚନ୍ଦ୍ର, ଏହି ୩ଟି ରାଶିକୁ…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରକୁ ମନ ଏବଂ ମାତାଙ୍କ କାରକ ଗ୍ରହ ଭାବେ ବିବେଚନା କରାଯାଏ । ଆଜି, ଜାନୁଆରୀ ୨୯ତାରିଖ, ରାତିରେ ଚନ୍ଦ୍ର ବୃଷ ରାଶିରୁ ମିଥୁନ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

ମିନିବସ୍-ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…

‘ଡିଜିଟାଲ୍ ନିଶା’ରେ ଭାରତୀୟ ଯୁବପିଢ଼ି: ଚିନ୍ତା ପ୍ରକଟ କଲେ ସରକାର

ନୂଆଦିଲ୍ଲୀ,୨୯।୧: ଦିନକୁ ଦିନ ଭାରତୀୟ ଯୁବପିଢ଼ିଙ୍କ ଡିଜିଟାଲ ନିଶା ବଢ଼ିବାରେ ଲାଗିଛି। ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ଏହି ଧାରାକୁ ‘ଉଦ୍‌ବେଗଜନକ’ ବୋଲି ଦର୍ଶାଯାଇଛି।…

ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri