Posted inଜାତୀୟ

‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ ଯେବେଠାରୁ ନୀତୀଶ ଜୁନ ୪ ପରେ ଦଳବଦଳ କରିବେ ବୋଲି ବୟାନ ଦେଇଛନ୍ତି, ସେବେଠାରୁ ବିହାର ରାଜନୀତି ସରଗରମ ରହିଛି। ସେ ଦିଲ୍ଲୀ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ହେଲେ ୫ ଜୁନ ପରିବର୍ତ୍ତେ ସେ ଜୁନ ୩ରେ ଫେରିବାର କାର୍ଯ୍ୟକ୍ରମ ନିଶ୍ଚିତ କରିଥିବା ଅନେକଙ୍କୁ ଚକିତ କରିଛି। ଏହି କାରଣରୁ ପୁଣିଥରେ ସେ କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଥିବା ସନ୍ଦେହ କରାଯାଉଛି।

ନୀତୀଶଙ୍କ ପାଖ ଲୋକ ଜାଣନ୍ତି ସେ ଯେବେ ଦିଲ୍ଲୀରୁ ଶୀଘ୍ର ପାଟଣା ଫେରନ୍ତି ତେବେ କିଛି ବଡ଼ କାରଣ ଥାଏ। ମେଣ୍ଟରେ ସେ ଯେବେ ରହିଥିଲେ ସେତେବେଳେ ମନମୁତାବକ କାମ ନ ହେବା ଯୋଗୁ ଅଧା ମିଟିଂରୁ ସେ ପାଟଣା ଫେରି ଆସୁଥିଲେ। ଏମିତି ସେ ନିଜର ବାଙ୍ଗାଲୁରୁଠାରୁ ଆରମ୍ଭ କରି ମୁମ୍ବାଇ ଯାଏର ବୈଠକରେ କରିସାରିଛନ୍ତି। ଏଣୁ ଆଜି ସନ୍ଧ୍ୟାରେ ସେ ଦିଲ୍ଲୀରୁ ଫେରି ଆସିବା ଅନେକଙ୍କୁ ଚକିତ କରିଛି।

କହିରଖୁଛୁ, ଗତ ଏନ୍‌ଡିଏ ସରକାର ସମୟରେ ନୀତୀଶ ଶପଥ ଗ୍ରହଣ ସମାରୋହ ଛାଡ଼ି ପାଟଣା ଫେରି ଆସିଥିଲେ। ଏବେ ପୁଣିଥରେ ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀ ଯାଇ ନିଜ ଦଳକୁ ସମର୍ଥନ ଦେବା ତାଙ୍କର ଉଦ୍ଦେଶ୍ୟ ଥିଲା। ଜୁନ ୪ରେ ପରିଣାମ ଆସିବା ପରେ ସେ ଜେ ପି ନଡ୍ଡାଙ୍କୁ ଭେଟି ପାଟଣା ଫେରିଥାନ୍ତେ। ହେଲେ ହଠାତ ଜୁନ ୩ ଅପରାହ୍ନ ୬ଟାରେ ସେ ଫେରିଆସିବା ସବୁକିଛି ଠିକ୍‌ ନ ଥିବା ସଙ୍କେତ ଦେଉଛି। ଏଣୁ ଯେଉଁ ଉଦ୍ଦେଶ୍ୟ ରଖି ସେ ଦିଲ୍ଲୀ ଯାଇଥିଲେ ତାହା ପୂରଣ ହୋଇ ନ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri