Posted inଜାତୀୟ

ଏନ୍‌ଡିଏରୁ ଓହରନ୍ତୁ ନୀତୀଶ

ଲକ୍ଷ୍ନୌ,୧୨ା୧୦: ସମାଜବାଦୀ ମାର୍ଗଦର୍ଶକ ତଥା ଜରୁରିକାଳୀନ ପରିସ୍ଥିତିର ଦୃଢ଼ ସମାଲୋଚକ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କୁ ନେଇ ୟୁପିର ଶାସକ ଭାଜପା ଏବଂ ବିରୋଧୀ ଏସ୍‌ପି ବର୍ତ୍ତମାନ ମୁହଁାମୁହଁି ସ୍ଥିତିରେ। ଶୁକ୍ରବାର ଏହି ସୋସିଆଲିଷ୍ଟ ନେତାଙ୍କ ଜୟନ୍ତୀ ଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷୌ ରାଜରାସ୍ତାରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ଜେପିଏନ୍‌ଆଇସି ଅଖିଳେଶ ଯାଦବ ସରକାରଙ୍କ ଅମଳର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। କିନ୍ତୁ ଏହାର ନିର୍ମାଣରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ ସରକାର ଏହାର ତଦନ୍ତ କରୁଛନ୍ତି। ଶୁକ୍ରବାର ସକାଳେ ଏସ୍‌ପି କର୍ମୀମାନେ ଅଖିଳେଶଙ୍କ ବାସଭବନ ବାହାରରେ ଏକତ୍ରିତ ହୋଇଥିଲେ। ଅଖିଳେଶ ନିଜ ସମର୍ଥକମାନଙ୍କ ସହ ଏକ ଗାଡ଼ିରେ ଜେପିଏନ୍‌ଆଇସି ଅଭିମୁଖେ ବାହାରିଥିବାବେଳେ ପୋଲିସ ବିକ୍ରମାଦିତ୍ୟ ମାର୍ଗସ୍ଥିତ ତାଙ୍କ ବାସଭବନ ନିକଟରେ ବ୍ୟାରିକେଡ୍‌ କରିଥିଲା। ସମାଜବାଦୀମାନଙ୍କୁ ଜେପିଙ୍କ ଜନ୍ମଦିନରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାରୁ ନିବୃତ୍ତ ରଖିବାରୁ ଭାଜପା ଏପରି କରିଥିବା ଅଖିଳେଶ ସମାଲୋଚନା କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଅଖିଳେଶ ଜେପିଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇଥିଲେ। ଏହି ଅବସରରେ ସେ ସମର୍ଥକଙ୍କୁ ସମ୍ବୋଧିତ କରି କହିଥିଲେ, ଜେପିଏନ୍‌ଆଇସି ମ୍ୟୁଜିୟମ୍‌କୁ ଯିବାବେଳେ ଭାଜପା ସରକାର ଆମକୁ କାହିଁକି ଅଟକାଉଛି ତାହାର କାରଣ ଜଣାନାହିଁ। ଭାଜପା ସରକାରର ଏହା ପ୍ରଥମ ବ୍ଲକେଡ୍‌ ନୁହେଁ। ସମସ୍ତ ଭଲ କାମରେ ଭାଜପା ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଆଜି ଆମେ ରାସ୍ତା ଉପରେ ଛିଡ଼ାହୋଇ ଜେପିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ପାର୍ବଣ ଦିନ ହୋଇ ନ ଥିଲେ ବାଉଁଶ ବ୍ୟାରିକେଡ୍‌ କର୍ମୀମାନଙ୍କୁ ଅଟକାଇପାରି ନ ଥାନ୍ତା। ଜେଡିୟୁ ଜେପି ଆନ୍ଦୋଳନରୁ ସୃଷ୍ଟି ହୋଇଥିବାରୁ ଭାଜପାର ଏଭଳି କାର୍ଯ୍ୟକୁ ବିରୋଧ କରି ଏନ୍‌ଡିଏରୁ ସମର୍ଥନ ପ୍ରତ୍ୟାହାର ଉଚିତ। ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ଛୁଇଁ ନ ପାରି ୨୪୦ ଆସନରେ ସୀମିତ ହୋଇଯାଇଥିଲା। ଫଳରେ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁର ୧୨ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୧୬ ଏମ୍‌ପିଙ୍କୁ ନେଇ ତୃତୀୟ ଥର କ୍ଷମତାକୁ ଫେରିଥିଲା। ଏହି ପରିପ୍ରେକ୍ଷୀରେ ଅଖିଳେଶ କହିଛନ୍ତି, ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆନ୍ଦୋଳନ କରିଥିବା ଜେପିଙ୍କ ଅବଦାନକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଝନ୍ତି ନାହିଁ। ନୀତୀଶ ସେହି ଆନ୍ଦୋଳନରେ ସାମିଲ ଥିଲେ। ତେଣୁ ନୀତୀଶ ବର୍ତ୍ତମାନ ଏନ୍‌ଡିଏରୁ ଓହରିଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri