Posted inଜାତୀୟ

ନୀତୀଶ ଆମର, ସେ ପୁଣି ଏନଡିଏକୁ ଫେରିବେ: ରାମଦାସ ଅଠାଓ୍ବଲେ…

ପାଟନା,୨୯।୭ : କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାଓ୍ବଲେ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନୀତୀଶ କୁମାର ଆମର। ସେ ଯେ କୌଣସି ସମୟରେ ଆମ ପାଖକୁ ପୁଣି ଫେରିବେ। ସେ ବିହାରର ମୁଙ୍ଗର ଗସ୍ତରେ ଯାଇଛନ୍ତି। ଯେତେବେଳେ ତାଙ୍କୁ ନୀତୀଶ କୁମାରଙ୍କୁ ଭେଟିବେ କି ନାହିଁ ବୋଲି ପଚରାଯାଇଥିଲା ସେ କହିଥିଲେ ଏଥର ତାଙ୍କୁ ଭେଟି ପାରିବି ନାହିଁ। ଏହା ପୂର୍ବରୁ ଭାଜପା ବହୁଥର କହିଛି କୌଣସି ପରିସ୍ଥିତିରେ ଆଉ ନୀତୀଶ କୁମାରଙ୍କୁ ଏନଡିଏରେ ନିଆଯିବ ନାହିଁ। ମାତ୍ର କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ମହଲରେ ଏବେ ନୂଆ କଳ୍ପନା ଜଳ୍ପନା ସୃଷ୍ଟି କରିଛି।

ଆମେ ନୀତୀଶ ଅନୁପସ୍ଥିତି ଅନୁଭବ କରୁଛୁ। ସେ ବିରୋଧୀଙ୍କ ମୁମ୍ବାଇ ବୈଠକଠାରୁ ଦୂରେଇ ରହିବା ଉଚିତ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରେଳ ମନ୍ତ୍ରୀ ହେବା ପରଠାରୁ ଆମେ ଏକାଠି ରହିଛୁ। ଆମେ ଏବେ ମଧ୍ୟ ତାଙ୍କୁ ସମ୍ମାନ କରୁ। ବିହାରର ଲୋକମାନେ ଆମର ଲୋକ। ନୀତୀଶ ଆମ ସମସ୍ତଙ୍କର ଜଣେ ବନ୍ଧୁ। ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାବେଳେ ତାଙ୍କ ଦଳର ବିଧାନସଭାରେ ମାତ୍ର ୪୪ ଟି ଆସନ ଥିଲା। ଆମେ କିନ୍ତୁ ତାଙ୍କୁ ଗୁରୁତ୍ୱପ୍ରଦାନ କରିଥିଲୁ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ବିହାରରେ ଅନ୍ୟ ରାଜ୍ୟ ତୁଳନାରେ ଏସସି / ଏସଟି ସମ୍ପ୍ରଦାୟ ଉପରେ ଅତ୍ୟାଚାର ମାମଲା ଅଧିକ ରହିଛି। ମୁଁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରୁଛି।

ଏଥି ସହିତ ବିରୋଧୀ ଦଳ ଉପରେ ସେ କହିଛନ୍ତି ଗଠିତ ଏହି ମିଳିତ ମେଣ୍ଟର ନାମ ଇଣ୍ଡିଆ ରହିଛି। ଏକ ସମୟ ଥିଲା ଯେତେବେଳେ ଇଣ୍ଡିଆ ଇଜ ଇନ୍ଦିରା କୁହାଯାଉଥିଲା । ମାତ୍ର ଏବେ ସମୟ ବଦଳି ଯାଇଛି। ଆମର ସହଯୋଗୀଙ୍କ ଦଳ ହେଉଛି ଏନଡିଏ। ବିରୋଧୀ ଦଳ ଆମ ବିରୁଦ୍ଧରେ ଏକଜୁଟ ହେଉଛନ୍ତି। ଏହା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଲୋକପ୍ରିୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ବରରେ ଅଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri