Posted inଜାତୀୟ

ପ୍ରତିଶ୍ରୁତି ଦେଇ ହରଡ଼ଘଣାରେ ନୀତୀଶ: ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ନେଇ ଦାବି ତେଜିଲା…

ପାଟନା,୩।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ବିହାରର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର ୬୩ ପ୍ରତିଶତ। ଏହି ରିପୋର୍ଟରେ ଦର୍ଶାଯାଇଛି ଅନୁସୂଚିତ ଜାତି (ଏସଟି) ୧୯ ପ୍ରତିଶତରୁ ଅଧିକ ଏବଂ ଅନୁସୂଚିତ ଜନଜାତି (ଏସଟି)ଙ୍କ ସଂଖ୍ୟା ୧.୬୮ ପ୍ରତିଶତ ରହିଛି। ବିହାରର ଜନସଂଖ୍ୟାରେ ଉଚ୍ଚ ଜାତିଙ୍କ ସଂଖ୍ୟା ୧୫.୫୨ ପ୍ରତିଶତ।

ବିହାର ଜାତି-ଆଧାରିତ ସର୍ବେକ୍ଷଣରେ ମୋଟ ଜନସଂଖ୍ୟାକୁ ୧୩ କୋଟିରୁ ଅଧିକ ରଖାଯାଇଛି। ରିପୋର୍ଟ ଦର୍ଶାଉଛି ପଛୁଆ ବର୍ଗ (ଓବିସି) ଜନସଂଖ୍ୟା ୨୭ ପ୍ରତିଶତ ହୋଇଥିବାବେଳେ ଅତ୍ୟଧିକ ପଛୁଆ ବର୍ଗ (ଇବିସି) ୩୬ ପ୍ରତିଶତ ରହିଛି। ପଛୁଆ ଏବଂ ଅତ୍ୟଧିକ ପଛୁଆ ବର୍ଗ, ଯାହା ଅନ୍ୟ ପଛୁଆ ବର୍ଗ (ଓବିସି) ଭାବରେ ଜଣାଶୁଣା, ବିହାର ଜନସଂଖ୍ୟାର ୬୩ ପ୍ରତିଶତ ରହିଛନ୍ତି। ଏଥି ସହିତ ଭୁମିହରାଙ୍କର ଜନସଂଖ୍ୟା ୨.୮୬ପ୍ରତିଶତ, ବ୍ରାହ୍ମଣ ୩.୬୬ ପ୍ରତିଶତ, କୁର୍ମି ୨.୮୭ ପ୍ରତିଶତ, ମୁସାହର ୩ ପ୍ରତିଶତ ଏବଂ ଯାଦବ ୧୪ ପ୍ରତିଶତ ରହିଛନ୍ତି।

ଏହି ସମୟରେ ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ହେବାର ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଜନଗଣନା ପଛର କାରଣ ବର୍ଣ୍ଣନା କରିବାବେଳେ ବିହାର ସରକାର କହିଥିଲେ ଯେଉଁ ବର୍ଗଙ୍କ ସଂଖ୍ୟା ଅଧିକ, ତାଙ୍କୁ ଅଧିକ ଅଂଶ ଦିଆଯିବା ଉଚିତ।
ଏ ବାବଦରେ ସୋସିଆଲ ମିଡିଆ ୟୁଜରମାନେ ଲେଖିଛନ୍ତି, ସରକାରଙ୍କ କଥା ସତ୍ୟ, ତେଣୁ ଆପଣମାନେ କେବେ ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ଦେବାକୁ ଯାଉଛନ୍ତି?
ବିହାରରେ୧୭.୭୦ ପ୍ରତିଶତ ମୁସଲମାନ ଅଛନ୍ତି, ଯାହା ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସର୍ବାଧିକ। ବିହାର ବର୍ତ୍ତମାନ ମୁସଲମାନ ମୁଖ୍ୟମନ୍ତ୍ରୀ ଆବଶ୍ୟକ କରୁଛି। ଜନସଂଖ୍ୟା ଆଧାରରେ ଏବଂ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ଜଣେ ମୁସଲମାନ ମୁଖ୍ୟମନ୍ତ୍ରୀ ରହିବା ଉଚିତ ବୋଲି ୟୁଜରମାନେ କହିଛନ୍ତି।

ତେବେ ପ୍ରତିଶ୍ରୁତି ଦେଇ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri