ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି ଇଣ୍ଡିଆନ କନ୍‌ଫରେନ୍ସ ଆଟ୍‌ ହାର୍ଭାର୍ଡ (ଆଇସିଏଚ୍‌) ପକ୍ଷରୁ ନିକଟରେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୫ ଫେବୃଆରୀ ୧୫ ଓ ୧୬ରେ ଆମେରିକାର ବୋଷ୍ଟନଠାରେ ହେବାକୁ ଥିବା ସମ୍ମାନଜନକ ହାର୍ଭାର୍ଡ ଇଣ୍ଡିଆ କନଫରେନ୍ସ (ଇଣ୍ଡିଆନ କନ୍‌ଫରେନ୍ସ ଆଟ୍‌ ହାର୍ଭାର୍ଡ ବା ଆଇସିଏଚ୍‌)ର ୨୨ତମ ଏଡିଶନରେ ନୀତା ଅମ୍ବାନୀ ଭାରତର ବିଶ୍ୱ ଶକ୍ତି ଏବଂ ସମ୍ଭାବନା ଉପରେ ନିଜର ମତ ରଖିବେ। ଏପରିକି ଚଳିତ ଥରର ବିଷୟ ବସ୍ତୁ (୨୦୨୫ର ଥିମ୍‌) ‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ଶୀର୍ଷକ ରଖାଯାଇଛି।
ଏ ସମ୍ପର୍କରେ ସମ୍ମିଳନୀର ସହ-ଚେୟାରମ୍ୟାନ୍‌ ଆୟୁଷ ଶୁକ୍ଲା କହିଛନ୍ତି, ଏହି ମଞ୍ଚ ଭାରତର ବୈଷୟିକ ପ୍ରଗତି, ସାଂସ୍କୃତିକ ବିବିଧତା ଏବଂ ସାମୁଦାୟିକ ଦୃଷ୍ଟିକୋଣକୁ ବିଶ୍ୱସ୍ତରରେ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଥାଏ। ଏପରିକି ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତ ଉପରେ ପର୍ଯ୍ୟବସିତ ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପ୍ରଭାବଶାଳୀ ସମ୍ମିଳନୀ ମଧ୍ୟରେ ହାର୍ଭାର୍ଡ ଇଣ୍ଡିଆ କନ୍‌ଫରେନ୍ସ ଅନ୍ୟତମ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ସେହଭଳି ନୀତା ଅମ୍ବାନୀଙ୍କ ସହ ଫାୟାରସାଇଡ ବାର୍ତ୍ତାଳାପରେ ଭାରତ ବିଶ୍ୱସ୍ତରର ଭୂମିକା ଏବଂ ଦୃଷ୍ଟିକୋଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ସହ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥତ୍କ ଅନ୍ତର୍ଭୂକ୍ତିକୁ ନେଇ ଏକ ପଲିସି ହ୍ୟାକାଥନ୍‌ ଏବଂ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ଷ୍ଟାର୍ଟଅପ୍‌ ପିଚ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ।
ସେହିପରି ନୀତା ତାଙ୍କ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ୮କୋଟିରୁ ଅଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛନ୍ତି। ନିକଟରେ ନିଜର ସଫଳ ଉଦ୍ୟମ ବଳରେ ସେ ୪ ଦଶନ୍ଧି ପରେ ଭାରତରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ଅଧିବେଶନ ଆୟୋଜନ କରିବା ସହ ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତର ଆବେଦନକୁ ମଜଭୁତ କରିଛନ୍ତି। ଏପରିକି ତାଙ୍କର ଏହି ସଫଳତା ଭାରତର ବିଶ୍ୱ ପ୍ରଭାବ ଏବଂ ନେତୃତ୍ୱ ସାମର୍ଥ୍ୟର ପ୍ରତୀକ ବୋଲି କୁହାଯାଉଛି।
ଆୟୋଜକଙ୍କ ସୂଚନା ଅନୁସାରେ ୮୦ରୁ ଅଧିକ ବକ୍ତା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ୍‌ର ପ୍ରତିଷ୍ଠାତା ଡିନ୍‌ ପ୍ରମଥ ରାଜ ସିହ୍ନା, ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସିଇଓ ଅନିଶ ଚୌହାନ, ଫ୍ୟାଶନ୍‌ ଡିଜାଇନର୍‌ ସାବ୍ୟାସାଚୀ ମୁଖାର୍ଜୀ ଏବଂ ଅଞ୍ଜଳି ବଂଶଲ ପ୍ରମୁଖ ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri