୨୭-୨୮ ଫିଲ୍ମକୁ ନା କରିଛନ୍ତି ଏହି ଅଭିନେତ୍ରୀ; ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କ ନେଇ…

ବମ୍ବେ: ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନିମ୍‌ରତ କୌର। ୧୯୮୨ ମାର୍ଚ୍ଚ ୧୩ରେ ରାଜସ୍ଥାନର ପିଲାନୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ବାପା ସେନାରେ ଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଶହୀଦ ହୋଇଯାଇଥିଲେ। ପରେ ନିମ୍‌ରତ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ ଅଫ୍‌ କମର୍ସରୁ ପାଠପଢ଼ା ସାରିଥିଲେ। ଏହି ସମୟରେ ସେ ଦିଲ୍ଲୀର ଏକ ଲୋକାଲ୍‌ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ। ପଢ଼ା ଶେଷ ହେବା ପରେ ବମ୍ବେକୁ ଆସିଥିଲେ ସେ। ଏଠାରେ ଥିଏଟର କଳାକାର ଏବଂ ମଡେଲ ଭାବେ ସେ କାମ କରିଥିଲେ। ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ସେ ଆଲବମ୍‌ ଏବଂ ବିଜ୍ଞାପନରେ କାମ କରିଛନ୍ତି। ଏପରିକି ମନଲାଖୀ ଭୂମିକାଟିଏ ନ ମିଳିବାରୁ ସେ ପ୍ରଥମେ ୨୭ରୁ ୨୮ ଫିଲ୍ମକୁ ନା ମଧ୍ୟ କରିଥିଲେ ବୋଲି କୁହାଯାଉଛି।

ଇଂରାଜୀ ଫିଲ୍ମ ‘ଓ୍ବାନ୍‌ ନାଇ୍‌ ଉଇଥ୍‌ ଦ କିଙ୍ଗ’ରୁ ସେ ଚଳଚ୍ଚିତ୍ରରେ ନିଜର ଡେବ୍ୟୁ କରିଥିଲେ। ଏହାପରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ପେଡ୍‌ଲର’ରୁ ସେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାଛଡ଼ା ‘ଲଞ୍ଚବକ୍ସ ଏବଂ ଏୟାରଲିଫ୍ଟ’ ଭଳି ଫିଲ୍ମରେ ନିଜର ସ୍ବତନ୍ତ୍ର ଅଭିନୟ ଶୈଳୀରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଅଭିନୟ ବ୍ୟତିତ ନିମ୍‌ରତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ମୂଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କ ନେଇ ଶୁଣିବାକୁ ମିଳିଥିଲା। ଏହା ନିମ୍‌ରତଙ୍କୁ ଖୁବ୍‌ ଚିନ୍ତାରେ ପକାଇଥିଲା। ତେବେ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଏଭଳି କିଛି ଗୁଜବ ଉଠିଥିଲା। ହେଲେ କେହି ବି ଏନେଇ ମନ୍ତବ୍ୟ ନ ଦେବାରୁ ଚର୍ଚ୍ଚାରେ ବିରାମ ଲାଗିଥିଲା।

ଆଗାମୀ ଦିନରେ ନିମ୍‌ରତଙ୍କ ଫିଲ୍ମ ‘ଦଶ୍‌ବି’ ରିଲିଜ ହେବ। ଏଥିରେ ତାଙ୍କ ସହ ଅଭିଷେକ ବଚ୍ଚନ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri