ନିମାପଡ଼ା ଏନ୍‌ଏସି: ଭୋଟ ନାକଚକୁ ନେଇ ରାଜନୀତି

ନିମାପଡ଼ା,୨୨।୮(ରଞ୍ଜନ ପଟ୍ଟନାୟକ): କିଏ କଲା ନିଜ ଭୋଟକୁ ନାକଚ? ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏଠାକାର ରାଜନୀତି ରୋଚକ ମୋଡ଼ ନେଇଛି। ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛନ୍ତି, ତାକୁ ନେଇ ଭାଜପା ଶିବିରରେ ଚାଲିଛି ତନାଘନା। ସୂଚନାଯୋଗ୍ୟ, ନିମାପଡ଼ା ଏନ୍‌ଏସିରେ ୧୧ ଜଣ ନିର୍ବାଚିତ କାଉନସିଲର ରହିଛନ୍ତି। ୭ ଜଣ ବିଜେଡି କାଉନସିଲର ଥିଲେ। ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡିରେ ଥିବାବେଳେ ଯେଉଁ ୭ ଜଣ ଦଳୀୟ କାଉନସିଲର ରହିଥିଲେ ସେମାନଙ୍କ ମଧ୍ୟରୁ ୬ ଜଣ ତାଙ୍କ ଖାସ ଲୋକ ବୋଲି କୁହାଯାଉଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ସମୀର ସମର୍ଥକଙ୍କ ସହ ଭାଜପାରେ ଯୋଗଦେଇଥିଲେ। ତାଙ୍କ ସମର୍ଥକ କାଉନସିଲରମାନେ ମଧ୍ୟ ଭାଜପାରେ ଯୋଗଦେଇଥିଲେ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ପରେ ଏନ୍‌ଏସି କ୍ଷମତାରେ ଥିବା ବିଜେଡି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ଅଣାଯାଇଥିଲା। ସମୀରଙ୍କ ୬ ଜଣ ଅନୁଗତଙ୍କ ସହ ଭାଜପାର ୨ ଜଣକୁ ମିଶାଇଲେ ଅନାସ୍ଥା ସପକ୍ଷରେ ୮ ଜଣ ଭୋଟ ଦେବେ ବୋଲି ଆକଳନ କରାଯାଉଥିଲା। ଅନାସ୍ଥା ଭୋଟବେଳେ ୮ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ଭୋଟ ନାକଚ କରିଦେଇଥିଲେ। ଏହା ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କିଏ ନାକଚ କରିଛି ତାହା ଜାଣିବା ସମ୍ଭବ ନୁହେଁ। ଭାଜପା ସମର୍ଥିତ ଯେଉଁ ୮ଜଣ କାଉନସିଲର ଭୋଟ ଦେବାକୁ ଯାଇଥିଲେ, ସମସ୍ତଙ୍କୁ ଗୋପ ବ୍ଲକର ପ୍ରସିଦ୍ଧ ମହାଦେବ ମନ୍ଦିରକୁ ଡାକି ସେଠାରେ ଠାକୁରଙ୍କ ନିୟମ କରାଇ କିଏ ନାକଚ କରିଛି ବୋଲି ପଚରା ଉଚରା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଅନାସ୍ଥା ଭୋଟର ୪ ଦିନ ପୂର୍ବରୁ ଏହି କାଉନସିଲରଙ୍କୁ ଅଜ୍ଞାତବାସରେ ରଖାଯାଇଥିଲା। କେତେଜଣଙ୍କୁ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେବାକୁ ଅର୍ଥ ଲୋଭ ସହିତ ଧମକ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ଅନାସ୍ଥା କାଏମ ରଖିବା ନିମନ୍ତେ ଆବଶ୍ୟକ ୮ ଜଣଙ୍କ ସମର୍ଥନ ମିଳିପାରି ନ ପାରିବାରୁ ଏହା କାଟ ଖାଇଯାଇଥିଲା। ଏହାକୁ ନେଇ ଏଠାକାର ରାଜନୀତି ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri