ଜଣେ ସୁଶ୍ରୀ, ଆଉ ଜଣେ ବାବା

ନିମାପଡ଼ା, ୧୬ା୧(ରଞ୍ଜନ କୁମାର ପଟ୍ଟନାୟକ): ନିର୍ବାଚନ ଯେତେ ପାଖେଇ ଆସୁଛି କିଏ କେଉଁଠାରେ ପ୍ରାର୍ଥୀ ହେଉଛନ୍ତି ତାହା ଜାଣିବା ଲାଗି ଭୋଟରଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଉଛି l ଏହି କ୍ରମରେ ନିମାପଡ଼ା ନିର୍ବାଚନମଣ୍ଡଳୀ କଥା ଦେଖିଲେ ଏବେ ବିଜେଡିରୁ ବିଧାୟକ ଅଛନ୍ତି ସମୀର ରଞ୍ଜନ ଦାଶ। ତାଙ୍କ ସହ ଅନ୍ୟ କେତେଜଣ ବିଜେଡି ଟିକେଟ ପାଇବା ପାଇଁ ଲବିରେ ଥିବା ଚର୍ଚ୍ଚା ହେଉଛି। ଅନୁରୂପ ଭାବେ ଭାଜପା ଓ କଂଗ୍ରେସରେ ଏକାଧିକ ଆଶାୟୀ। ତେବେ କିଛି ଏମିତି ବ୍ୟକ୍ତିତ୍ୱ ବର୍ତ୍ତମାନ ନଜରକୁ ଆସୁଛନ୍ତି, ସେମାନଙ୍କ ପଛରେ ଦଳୀୟ ଷ୍ଟାମ୍ପ ନ ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କହି ବୁଲିଲେଣି। ସେଥିମଧ୍ୟରୁ ଜଣେ ସୁଶ୍ରୀ ଥିବା ବେଳେ ଆଉ ଜଣେ ବାବା ଉଭା ହୋଇଛନ୍ତି।
ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପ୍ରାଣକୃଷ୍ଣ ନାୟକଙ୍କ ଝିଅ ସୁଶ୍ରୀ ରୋଜାଲିନ ନାୟକ କୌଣସି ଦଳୀୟ ଟିକେଟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିବା ବେଳେ ଅନ୍ୟଜଣକ ସିଦ୍ଧ ମହାବୀର ସାଧକ ଭାବେ ପରିଚିତ ବାବା ଅରୁଣ ସାହୁ ଦଳରେ ବିଶ୍ୱାସ ନ କରି ସ୍ବାଧୀନ ଲଢ଼ିବେ ବୋଲି କହୁଛନ୍ତି ।
ଉଭୟେ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼। ରୋଜାଲିନ ଉଚ୍ଚଶିକ୍ଷିତା ଓ ପାଇଲଟ ଟ୍ରେନିଂ ନେଇଥିଲେ ମଧ୍ୟ ରାଜନୀତିରେ କ୍ୟାରିୟର କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ନିମାପଡ଼ା ଅଞ୍ଚଳରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନନ୍ଦିଘୋଷ ଫାଉଣ୍ଡେଶନ’ ସହଯୋଗରେ ଅସହାୟଙ୍କୁ ସହାୟତା କରୁଥିବା ଦେଖିବାକୁ ମିଳୁଛି l ସମସ୍ତ ପ୍ରକାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜନସାଧାରଣଙ୍କ ନିକଟତର ହେବାର ସୁଯୋଗକୁ ସେ ହାତଛଡ଼ା କରୁନାହାନ୍ତି। ପୁଣି ଆଲୋଚନା ହେଉଛି ସୁଶ୍ରୀ ରୋଜାଲିନ ଉଭୟ ଭାଜପା ଏବଂ ବିଜେଡି ସହିତ ସମାନ୍ତରାଳ ସମ୍ପର୍କରେ ରହିଛନ୍ତି l ଯେଉଁଠୁ ସୁଯୋଗ ମିଳିବ ସେଥିରୁ ସେ ପ୍ରାର୍ଥୀ ହେବେ ବୋଲି ତାଙ୍କ ସହ ବୁଲୁଥିବା ବ୍ୟକ୍ତିମାନେ କହୁଛନ୍ତି।
ଅରୁଣ ସାହୁ ନୂଆକରି ରାଜନୀତିରେ ପାଦ ଥାପୁଛନ୍ତି । ଅନ୍ୟ ଆଶାୟୀମାନେ ଅଭିନନ୍ଦନ, ବଡ଼ବଡ଼ ତୋରଣ ଲଗାଇ ନିଜକୁ ପ୍ରୋଜେକ୍ଟ କରୁଥିବା ବେଳେ ତାଙ୍କ ପ୍ରଚାର ଶୈଳୀ ଅନ୍ୟମାନଙ୍କ ଠାରୁ ଅଲଗା । ଗାଁଗଣ୍ଡାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜନସାଧାରଣଙ୍କ ନିକଟତର ହେବାକୁ ସେ ପ୍ରଚେଷ୍ଟା କରୁଛନ୍ତି। ଆସନ୍ତା ୨୨ ତାରିଖରୁ ଆଧ୍ୟାତ୍ମିକ ପରିକ୍ରମା ମାଧ୍ୟମରେ ସେ ନିର୍ବାଚନମଣ୍ଡଳୀ ବୁଲିବେ ବୋଲି ସୂଚନା ଦେଲେଣି। ଉଦ୍ଦେଶ୍ୟ ହେଉଛି ନିଜ ଗ୍ରାମରେ ପ୍ରଭୁ ରାମଙ୍କ ମନ୍ଦିର ପ୍ରତିଷ୍ଠା କରିବା ସହିତ ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା । ବାବା ଅରୁଣ କୌଣସି ରାଜନୈତିକ ଦଳରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସିଧାସଳଖ କହୁଛନ୍ତି । ସ୍ବାଧୀନ ଭାବେ ଲଢ଼ିବେ l କାରଣ ସ୍ବାର୍ଥ ନ୍ବେଷୀ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସେ ରାଜନୀତି କରିବେ ବୋଲି କହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri