ନୀଳଗିରି ଏନ୍‌ଏସି ଶଟ୍‌ଡାଉନ୍‌

ସଜନାଗଡ଼,୭ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏନ୍‌ଏସିକୁ ଶଟଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ରଖିବାକୁ ଘୋଷଣା କରିଛନ୍ତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ନିୟମ ମୁତାବକ ଓମଫେଡ୍‌ ଓ ମେଡିସିନ ଦୋକାନ ୨୪ ଘଣ୍ଟିଆ ଖୋଲା ରହିବା ସହ ପରିବା ଓ ଗ୍ରୋସରୀ ଦୋକାନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ, ବ୍ୟାଙ୍କଗୁଡ଼ିକ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଧା କର୍ମଚାରୀରେ ଖୋଲାଯିବା ସହ ସାଧାରଣ ଗ୍ରାହକମାନେ ସକାଳ ୮ରୁ ୧୧ଟା ପର୍ଯ୍ୟନ୍ତ ସେବା ପାଇପାରିବେ। ସେହିପରି ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ପିଇବା ପାଣି ଓ ବିଦ୍ୟୁତ ସରବରାହ କାର୍ଯ୍ୟକ୍ରମ କମ୍‌ କର୍ମଚାରୀରେ ଜାରି ରହିବା ସହ ସାନିଟାଇଜେସନ ଓ କରୋନା ସମ୍ପର୍କିତ କାର୍ଯ୍ୟକ୍ରମ ଜାରି ରହିବ। ଇଲେକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆ ପାଇଁ ଜିଲା ଆରକ୍ଷୀ ଅଧୀକ୍ଷକ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ନୀଳଗିରି ବ୍ଲକରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚି ଥିବାବେଳେ ନୀଳଗିରି ଏନ୍‌ଏସିରେ ମୋଟ ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁବାର ଏନ୍‌ଏସି ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ନୀଳଗିରି କୃଷି ଅଧିକାରୀ ଓ ନୀଳଗିରି ବ୍ଲକ କାର୍ଯ୍ୟାଳୟରେ ଜଣେ ଲେଖାଏ କାର୍ଯ୍ୟରତ କର୍ମଚାରୀ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।