ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ଏଥିସହ ଚଳିତବର୍ଷର ଘୋଷଯାତ୍ରା ସମ୍ପନ୍ନ ହୋଇଛି। ବୁଧବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ। ସେହିପରି ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।

ମଙ୍ଗଳବାର ସକାଳ ୬ଟା ୫୦ରୁ ୭ଟା ୧୦ ମଙ୍ଗଳ ଆଳତି, ମଇଲମ ୭ଟା ୧୫, ତଡ଼ପଲାଗି ୭ଟା ୧୦ରୁ ୭ଟା ୩୦, ଅବକାଶ ୭ଟା ୪୫ରୁ ୮ଟା ୨୦, ବେଶ ୮ଟା ୫୫, ଗୋପାଳବଲ୍ଲଭ ୯ଟା ୪୫ରେ ସରିଥିଲା। ସକାଳଧୂପ ୧୧ଟାରେ ସରି ମଇଲମ ୧୧ଟା ୧୦, ରଥରେ ମହାସ୍ନାନ ଶେଷ ୧୧ଟା ୪୫, ତିନିରଥ ସର୍ବାଙ୍ଗ ୧୨ଟା ୧୦, ମଧ୍ୟାହ୍ନ ଧୂପ ୧ଟା ୪୫, ମଇଲମ ଓ ବେଶ ହୋଇ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଶେଷ ପରେ ତିନି ରଥର ଘୋଡ଼ାଫିଟା ସହ ଚାରମାଳ ବନ୍ଧାଯାଇଥିଲା। ରଥରେ ମୁଦିରସ୍ତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟଠାରୁ ବିଳମ୍ବରେ ପହଣ୍ଡି ଆରମ୍ଭ ହୋଇଥିଲା। ବିଜେ କାହାଳୀ ବାଜିଥିଲା। ଦାରୁବିଗ୍ରହମାନେ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି ହୋଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆମଣୋହୀ କରିବା ସହ ଆଳତି ବନ୍ଦାପନା କରିଥିଲେ। ପ୍ରଥମେ ରଥରୁ ମଦନମୋହନ, ରାମକୃଷ୍ଣ ଓ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟିପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଠିଥିଲା ବଡ଼ଦାଣ୍ଡ। ଶ୍ରୀଜଗନ୍ନାଥ ରଥ ହଂସପଟା ନିକଟକୁ ଆସିବା ପରେ ଲକ୍ଷ୍ମୀଠାକୁରାଣୀଙ୍କୁ ମହାଜନ ସେବକମାନେ ହାତରେ ବିଜେ କରାଇଆଣି ଡମ୍ବରୁ ଉପରେ ବିଜେ କରାଇଥିଲେ। ପତିମହାପାତ୍ର ରଥରେ ମହାପ୍ରଭୁଙ୍କର ଏବଂ ଭେଟମଣ୍ଡପଠାରେ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କ ବନ୍ଦାପନା କରିଥିଲେ। ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶ୍ରୀଜଗନ୍ନାଥ ଆସିବା ପୂର୍ବରୁ ବନ୍ଦ ରଖାଯାଇଥିବା ସିଂହଦ୍ୱାରକୁ ଖୋଲି ଦିଆଯାଇଥିଲା। ମହାପ୍ରଭୁ ପହଣ୍ଡି ହୋଇ ଜୟବିଜୟ ଦ୍ୱାର ପାଖକୁ ଯାଇଥିଲେ। ବନ୍ଦ ଥିବା ଜୟବିଜୟ ଦ୍ୱାର ନିକଟରେ ବଚନିକା ହୋଇଥିଲା। ଏହାପରେ ଜୟବିଜୟ ଦ୍ୱାର ଖୋଲାଯାଇଥିଲା। ଭଣ୍ଡାରଘରଠାରେ ମହାଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ବିଜେ ହୋଇଥିଲେ। ଠାକୁର ଠାକୁରାଣୀଙ୍କ ଗଇଁଠାଳ ଫିଟାଯାଇଥିଲା। ବନ୍ଦାପନା ପରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ କରାଯାଇଥିଲା। ମହାପ୍ରଭୁ ଘଷାବିଡିଆ ମଣୋହୀ ହୋଇ ରତ୍ନସିଂହାସନକୁ ବିଜେ କରିଥିଲେ। ପରେ ଅନ୍ୟାନ୍ୟ ନୀତି ସମ୍ପାଦନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri