ରିଷିଡା ୫।୮(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା ପୋଡସୀ ବୋଡ଼ର୍ ସ୍ଥିତ କନ୍ଧମାଳ ଜିଲା ଜଲେଶପଟ୍ଟା ସୁଡ୍ରା ଗ୍ରାମରେ ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ମହାସଂଘ ପ୍ରତାପପୁର ଗଞ୍ଜାମ ତରଫରୁ ଏକ ନୂତନ ଭାବରେ ଶ୍ରୀଶ୍ରୀ ମାଁ ବିମ୍ବା ଠାକୁରାଣୀ ଗାମ୍ୟ ସମିତି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ସଭାପତି ଭାଗିରଥି ସାହୁ କେନ୍ଦ୍ର ଉପସଭାପତି ଗଙ୍ଗାଧର ପୃଷ୍ଟି କେନ୍ଦ୍ର ଉପଦେଷ୍ଟା ଗଦାଧର ପୃଷ୍ଟି, ରାମଚନ୍ଦ୍ର ସ୍ବାମୀ ଗ୍ରାମ୍ୟ ରିଷିଡା ସମିତିର ସଭାପତି ଅନ୍ତର୍ଯ୍ୟାମୀ ସାହୁ, ଦୁର୍ଯ୍ୟୋଧନ ସାହୁ ସମେତ ଶ୍ରୀଶ୍ରୀ ବିମ୍ବାଠାକୁରାଣୀ ଗ୍ରାମ୍ୟ ସମିତିର ସଭାପତି ଦଣ୍ଡପାଣି ସାହୁ ସଂପାଦକ ସୀମାଞ୍ଚଳ ସାହୁ ପ୍ରମୋଦ କୁମାର ସାହୁ କିଶୋର ଚନ୍ଦ୍ର ସାହୁ,କୁଷ୍ଣଚନ୍ଦ୍ର ସାହୁ,ଆଦିକନ୍ଧ ସାହୁ ଲକ୍ଷ୍ମୀ ସାହୁ, ସନ୍ତୋଷ ସାହୁ, ସମେତ ସମସ୍ତ କର୍ମକର୍ତ୍ତା ତଥା କୂଳ ବହୁତେ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ଶ୍ରୀଶ୍ରୀ ରାମଚନ୍ଦ୍ର ସ୍ବାମୀ ଗ୍ରାମ୍ୟ ସମିତିର ରିଷିଡା ସଂପାଦକ ବାବୁଲା ସାହୁ ସଭାକାର୍ଯ୍ୟ ଆରମ୍ଭରୁ ସର୍ବ ପ୍ରଥମେ ସମସ୍ତ କର୍ମକର୍ତ୍ତା ତଥା କୁଳ ବହୁତେଙ୍କୁ ଫୁଲ ଚନ୍ଦନ ଓ ପାଣି ପ୍ରଦାନ କରାଯାଇଥିଲା। କେନ୍ଦ୍ର ସଭାପତିଙ୍କ ଦ୍ୱାରା କୌଳିକ ପତାକା ଉତ୍ତୋଳନ କରାଯାଇଥିଲା। ଉପଦେଷ୍ଟାଙ୍କ ଦ୍ବାରା କୁଳଦୀପ ପ୍ରଜ୍ଜଳିତ କରି ପୂଜାର୍ଚ୍ଚନା କରାଗଲା ଏବଂ ମଞ୍ଚାସିନ ଅତିଥି ମାନଙ୍କ ଅଭିଭାଷଣ ପ୍ରଦାନ କରାଯାଇ ପ୍ରସାଦ ସେବନ ପରେ ସଭାସାଙ୍ଗ କରାଯାଇଥିଲା।


