ଓଏଫ୍‌ଏସ୍‌ ପରୀକ୍ଷାରେ ୧୨୭ ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଲେ ନିକେଶ, ଗୋଟିଏ ଥରରେ ପରୀକ୍ଷା ଦେଇ…

ଦାରିଙ୍ଗବାଡି, ୨୭।୧୧ (ଅରୁଣ ସାହୁ):ପ୍ରକାଶ ପାଇଥିବା ଓଏଫ୍‌ଏସ୍‌ ପରୀକ୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ନିକେଶ ପ୍ରଧାନ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ୧୨୭ ତମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ଓ ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା ଓ ମା ’ ଏବଂ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ଓଡ଼ିଶା ବ୍ରିଗେଡ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ସେ ତାଙ୍କ ଶିକ୍ଷା ଆରମ୍ଭରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବ୍ରିଗେଡ ବିଦ୍ୟାଳୟରେ ପଢିବା ପରେ ସେ ଫୁଲବାଣୀଠାରେ ରହିଥିବା ନବୋଦୟ ବିଦ୍ୟାଳୟରେ ଦ୍ୱାଦଶ ଏବଂ ପରେ ଭୁବନେଶ୍ୱର ଓୟୁଏଟିରେ ଜଙ୍ଗଲ ଓ ପରିବେଶ ସମ୍ପର୍କିତ ଶିକ୍ଷାରେ ସେ ଡିଗ୍ରୀ ହାସଲ କରିଥିଲେ। ନିକେଶଙ୍କ ସଫଳତା ପାଇଁ ଓଡ଼ିଶା ବ୍ରିଗେଡ ବିଦ୍ୟାଳୟର ପ୍ରିନ୍ସପାଲ କାହ୍ନୁଚରଣ ପାଢ଼ୀ ଏବଂ ଭାଇସ ପ୍ରିନ୍ସପାଲ ଦିନେଶ କୁମାର ସାହୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଦ୍ୟାଳୟରେ ଏକାଧିକ ଛାତ୍ର ଡାକ୍ତର, ଇଞ୍ଜିନିୟର ଏବଂ ରାଜ୍ୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ବୋଲି ସେ କହିଛନ୍ତି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ଫରେଷ୍ଟ ରେଞ୍ଜର ଭାବେ ସିଧା ସରକାରଙ୍କ ଦ୍ୱାରା ଦାୟିତ୍ୱ ତୁଲାଇବେ । ପ୍ରକାଶ ଯେ, ଦାରିଙ୍ଗବାଡିର ପୂର୍ବତନ ସେନା ଅଧିକାରୀ ରାଜେଶ ପ୍ରଧାନଙ୍କ ପୁତ୍ର ହେଉଛନ୍ତି ନିକେଶ। ନିକେସଙ୍କ ମା’ ସୁନ୍ଦରୀ ନାୟକ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟବିଭାଗରେ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ କାର୍ଯ୍ୟରତ ରହିଛନ୍ତି । ଦୁହିଁଙ୍କ ପ୍ରେରଣା ଓ ପରାମର୍ଶରେ ନିକେଶ ଭଲ ପାଠ ପଢିବା ସହ ଗୋଟିଏ ଥର ଓଏଫ୍‌ଏସ୍‌ ପରୀକ୍ଷା ଦେଇ ସଫଳତା ପାଇଥିବା ସେ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

ଗୁରୁତର ପୁଅ ଆମ୍ବୁଲାନ୍ସରେ, ବାପା ଥାନାରେ: ଭଞ୍ଜନଗର ମେଡିକାଲରେ ଡାକ୍ତରଙ୍କ ‘ଗୁଣ୍ଡାରାଜ’, ଦିବ୍ୟାଙ୍ଗ ମହିଳାଙ୍କୁ ବି…

ଭଞ୍ଜନଗର, ୧୩।୩ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ…

ବରଗଡ଼ରେ ପ୍ରଶାସନର ଅତର୍କିତ ଚଢ଼ାଉ: ୧୭ ତମାଖୁ ବ୍ୟବସାୟୀଙ୍କୁ ଜରିମାନା, ହୋଟେଲ ଓ ଔଷଧ ଦୋକାନୀଙ୍କୁ …

ବରଗଡ଼, ୧୩।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଶୁକ୍ରବାର ପ୍ରଶାସନିକ ସ୍କ୍ବାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ତମାଖୁ ନିୟନ୍ତ୍ରଣ…

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

ହାଟକୁ ବାଇଗଣ ବିକିବାକୁ ଯାଉଥିଲେ, ବାଟରେ ଛକିଥିଲା ଯମ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା…

ବଲାଙ୍ଗୀର, ୧୩।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁଷୁରାଗୁଡ଼ଭେଲା ମୁଖ୍ୟ ରାସ୍ତାର ଡୁଙ୍ଗୁରିପାଲି ନିକଟରେ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri