୪ଦିନ ପରେ ଆହୁରି ବଢିବ ରାତି ତାପମତ୍ରା

ଭୁବନେଶ୍ୱର, ୨୫।୧ (ବନ୍ଦନା ସେଠୀ): ରାଜ୍ୟରେ ଶୀତର ପ୍ରକୋପ କିଛି ମାତ୍ରାରେ କମିବା ସହିତ ସର୍ବନିମ୍ନ ରାତି ତାପମାତ୍ରାରେ ବୃଦ୍ଧି ଘଟିଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ କିଛି ପରିବର୍ତ୍ତନ ନ ଥିବାବେଳେ ଏହାର ପର ୩ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଜାନୁଆରୀ ୩୦ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୩ଦିନ ଅର୍ଥାତ୍‌ ଜାନୁଆରୀ ୨୭ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୪ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି.ଉଦୟଗିରିଠାରେ ୫.୭ ଡିଗ୍ରୀ, ସିମିଳିଗୁଡାରେ ୮.୪ ଡିଗ୍ରୀ, ରାଉରକେଲାରେ ୮.୫ ଡିଗ୍ରୀ, ଝାରସୁଗୁଡାରେ ୮.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୨୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ରାଜ୍ୟରେ ଏବେ କୌଣସି ପାଣିପାଗ ନିୟାମକ ନ ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

୭୫ ବର୍ଷୀୟ ବୃଦ୍ଧଙ୍କ ଅଦମ୍ୟ ସାହସ: ଜାଣନ୍ତୁ ପ୍ରେମ ଓ ସଂଘର୍ଷର ହୃଦୟସ୍ପର୍ଶୀ କାହାଣୀ, ବାଟରେ ଘଟିଲା ଏମିତି

ଭୁବନେଶ୍ବର, ୨୫ା୧: ପ୍ରେମ ଓ ସଂଘର୍ଷର ଏକ ହୃଦୟସ୍ପର୍ଶୀ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ବିହାରର “ମାଉଣ୍ଟେନ୍ ମ୍ୟାନ୍” ଦଶରଥ ମାଝୀଙ୍କ ପରି ଜଣେ ୭୫ ବର୍ଷୀୟ…

ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ରଙ୍ଗ ରୁଟରେ ଆସି…

ବୈଶିଙ୍ଗା,୨୫|୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଦିନ ୨ଟା୩୦…

ବିଜେଡିକୁ କଡ଼ା କାଉଣ୍ଟର କଲେ ଜୟନାରାୟଣ ମିଶ୍ର, ‘ବଞ୍ଚିଥାନ୍ତୁ..ସାଲାଇନ ଦରକାର ହେଲେ ଦେବୁ’

ଭୁବନେଶ୍ବର, ୨୫ା୧: ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ…

ଖଣ୍ଡଗିରି ଯାତ୍ରା ପାଇଁ ୧୪ ନିୟମ ଜାରି କଲା ପୋଲିସ, ନଗ୍ନ ନୃତ୍ୟ ପରିବେଷଣ କଲେ….

ଭୁବନେଶ୍ବର, ୨୫ା୧: ଖଣ୍ଡଗିରି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଟିମାନଙ୍କୁ…

ଭାଙ୍ଗିଲା ବ୍ରିିଜ୍‌, ଲଟକି ରହିଲା ମାଟି ବୋଝେଇ ହାଇଓ୍ବା

ବାଣପୁର,୨୫ା୧(ଦିଲ୍ଲୀପ କୁମାର ସ୍ବାଇଁ): ଭାଙ୍ଗିଲା ବ୍ରିଜ୍‌, ଫସିଲା ମାଟି ବୋଝେଇ ହାଇଓ୍ବା। ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗମ୍ଭାରୀମୁଣ୍ଡା ରାସ୍ତାରେ ଥିବା ନଛିପୁର ବ୍ରିଜ୍‌ ଭାଙ୍ଗିଲା। ମାଟି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri