୪ଦିନ ପରେ ଆହୁରି ବଢିବ ରାତି ତାପମତ୍ରା

ଭୁବନେଶ୍ୱର, ୨୫।୧ (ବନ୍ଦନା ସେଠୀ): ରାଜ୍ୟରେ ଶୀତର ପ୍ରକୋପ କିଛି ମାତ୍ରାରେ କମିବା ସହିତ ସର୍ବନିମ୍ନ ରାତି ତାପମାତ୍ରାରେ ବୃଦ୍ଧି ଘଟିଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ କିଛି ପରିବର୍ତ୍ତନ ନ ଥିବାବେଳେ ଏହାର ପର ୩ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଜାନୁଆରୀ ୩୦ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୩ଦିନ ଅର୍ଥାତ୍‌ ଜାନୁଆରୀ ୨୭ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୪ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି.ଉଦୟଗିରିଠାରେ ୫.୭ ଡିଗ୍ରୀ, ସିମିଳିଗୁଡାରେ ୮.୪ ଡିଗ୍ରୀ, ରାଉରକେଲାରେ ୮.୫ ଡିଗ୍ରୀ, ଝାରସୁଗୁଡାରେ ୮.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୨୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ରାଜ୍ୟରେ ଏବେ କୌଣସି ପାଣିପାଗ ନିୟାମକ ନ ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର…

ରାଜ୍ୟ ସଭାରେ ଏମପି ନିରଞ୍ଜନ ବିଶିଙ୍କ ଦାବି, ସମ୍ବଲପୁର-କୋରାପୁଟ-ବାଲେଶ୍ୱରରେ ଏମ୍ସ….

ବଲାଙ୍ଗୀର,୧୩।୩(ସୁନିଲ୍ କୁମାର ମହାନ୍ତି): ରାଜ୍ୟ ସଭା ଏମପି ନିରଞ୍ଜନ ବିଶି ରାଜ୍ୟ ସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri