Posted inଜାତୀୟ

ସହରୀକରଣରୁ ବଢ଼ୁଛି ରାତିର ତାତି

ନୂଆଦିଲ୍ଲୀ, ୨୯।୫ : ଭାରତର ୧୪୦ଟି ମୁଖ୍ୟ ସହରରେ ରାତିରେ ଗ୍ରାମାଞ୍ଚଳଠାରୁ ୬୦ ପ୍ରତିଶତ ଅଧିକ ଗରମ ଅନୁଭୂତ ହେଉଛି। ଏହାର ପ୍ରମୁଖ କାରଣ ସହରୀକରଣ ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ସହରୀକରଣର ସର୍ବାଧିକ ପ୍ରଭାବ ଅହମଦାବାଦ, ରାଜକୋଟ ଏବଂ ଜୟପୁର ସହର ଉପରେ ପଡୁଥିବାବେଳେ ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ପୁଣେ ଏହି ମାମଲାରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ସହରୀକରଣ ଯୋଗୁ ଦେଶରେ କଂକ୍ରିଟ ଜଙ୍ଗଲର ମାତ୍ରା ବଢ଼ିବାରେ ଲାଗିଛି। ଏହାର ପରିଣାମ ଭାରତର ବିଭିନ୍ନ ସହରବାସୀ ଭୋଗୁଥିବା ଅଧ୍ୟୟନରେ କୁହାଯାଇଛି। ବିଶେଷକରି ସହରରେ ଅଧିକ ସଂଖ୍ୟାରେ ଏୟାର କଣ୍ଡିଶନରର ବ୍ୟବହାର ଯୋଗୁ ଉତ୍ତାପ ବଢ଼ିବାରେ ଲାଗିଛି। ବର୍ଦ୍ଧିତ ସହରୀକରଣ ଯୋଗୁ ରାସ୍ତା ଏବଂ ଗୃହ ନିର୍ମାଣରେ ବ୍ୟବହୃତ କଂକ୍ରିଟ୍‌ ଏବଂ ଆସ୍‌ଫାଲ୍ଟ ଦିନରେ ଉତ୍ତାପକୁ ସଂରକ୍ଷଣ କରି ରାତିରେ ଛାଡ଼ୁଛି। ଫଳରେ ସହରର ରାତି ତାପମାତ୍ରା ବୃଦ୍ଧି ପାଉଥିବା ନେଚର ସିଟିଜ୍‌ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଆଇଆଇଟି ଭୁବନେଶ୍ୱରର ଗବେଷକମାନେ ଦର୍ଶାଇଛନ୍ତି। ୨୦୦୩ରୁ ୨୦୨୦ ମଧ୍ୟରେ ସାଟେଲାଇଟ୍‌ ଡାଟାର ସାହାଯ୍ୟ ନେଇ ରାତ୍ରି ସମୟରେ ଭୂପୃଷ୍ଠ ତାପମାତ୍ରାର ତଥ୍ୟକୁ ଏହି ଅଧ୍ୟୟନରେ ବିଶ୍ଳେଷଣ କରାଯାଇଥିଲା। ଦେଶର ବିଭିନ୍ନ ସହରର ତାପମାତ୍ରା ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଠାରୁ ଢ଼େର ଅଧିକ ରହିଥିବା ଅଧ୍ୟୟନରେ କୁହାଯାଇଛି। ଖାସ୍‌କରି ପୂର୍ବ ଏବଂ ମଧ୍ୟଭାରତୀୟ ସହରଗୁଡ଼ିକ ବିକାଶଶୀଳ ହୋଇଥିବାରୁ ଏହାର ବିସ୍ତାର ଦ୍ରୁତ ଗତିରେ ଘଟୁଛି। ତେଣୁ ଏହିସବୁ ସହରରେ ରାତ୍ରି ତାପମାତ୍ରା ବୃଦ୍ଧିର ହାର ଦେଶର ଅନ୍ୟ ପ୍ରାନ୍ତ ଅପେକ୍ଷା ଅଧିକ ରହିଛି। ଭାରତୀୟ ସହରଗୁଡ଼ିକରେ ପ୍ରତି ଦଶନ୍ଧିରେ ରାତ୍ରି ତାପମାତ୍ରା ହାରାହାରି ୦.୫୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଉଥିବା ଏହି ଅଧ୍ୟୟନରେ କୁହାଯାଇଛି। ଅନ୍ୟପକ୍ଷରେ ସହର ଓ ଗ୍ରାମାଞ୍ଚଳର ତାପମାତ୍ରା ହାରାହାରି ୦.୨୬ ଡିଗ୍ରୀ ସେଲ୍‌ସିୟସ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri