Posted inଖେଳ

ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’

ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍‌ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍‌ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା। ଦକ୍ଷିଣ କୋରିଆର ଦୁର୍ବଳ ରଣନୀତି ବ୍ରାଜିଲକୁ ସହଜ ବିଜୟ ଦେଲା। ଏହା ଏକ ବ୍ରାଜିଲ ଶୋ’ର ରାତି (ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’) ଥିଲା। ବ୍ରାଜିଲ ଦଳ ୧୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଏହି ଫୁଟବଲ ଶୋ’ ଆରମ୍ଭ କରିଥିଲା। ଫଳରେ ମାତ୍ର ୩୬ ମିନିଟ ମଧ୍ୟରେ ଦଳ ୪-୦ ଗୋଲରେ ଅଗ୍ରଣୀ ହୋଇ ଯାଇଥିଲା। ପ୍ରଥମାର୍ଦ୍ଧରେ ସେମାନେ କୋରିଆ ଗୋଲପୋଷ୍ଟ ଉପରେ ୬ ଥର ଆକ୍ରମଣ କରିଥିଲେ। ଏଥିରୁ ୪ ଗୋଲ ଦେଇଥିଲେ। ଏହା ମୋତେ ୨୦୦୨ରେ ବ୍ରାଜିଲ-ଚାଇନା ମ୍ୟାଚକୁ ମନେପକାଇ ଦେଇଥିଲା। ସେତେବେଳେ ସ୍କୋଲାରିଙ୍କ ଦଳ ୪-୦ ଗୋଲରେ ଜିତିଥିଲା।
ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ବ୍ରାଜିଲ କେବଳ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ନାହିଁ, ପରବର୍ତ୍ତୀ ରାଉଣ୍ଡର ପ୍ରତିଦ୍ୱନ୍ଦ୍ୱୀ କ୍ରୋଏସିଆର ଚିନ୍ତା ବଢ଼ାଇ ଦେଇଛି। ଏଥିସହ ଚଳିତ ବିଶ୍ୱକପର ସବୁଠାରୁ ଫେଭରାଇଟ ଦଳଭାବେ ବ୍ରାଜିଲ ନିଜକୁ ପ୍ରମାଣିତ କରିଛି। ଦଳପାଇଁ ଏକମାତ୍ର ଚିନ୍ତାର କାରଣ ହେଉଛି ସେମାନେ ଏପର୍ଯ୍ୟନ୍ତ କୌଣସି ଶକ୍ତିଶାଳୀ ଏବଂ ଆକ୍ରମଣାତ୍ମକ ରଣନୀତିରେ ଖେଳୁଥିବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟି ନାହାନ୍ତି। ନେମାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଞ୍ଜୁରିମୁକ୍ତ ଥିବାପରି ପ୍ରତୀୟମାନ ହେଉଛନ୍ତି। ଏବେ ସେ ନିଜ ନେତୃତ୍ୱରେ ଦଳକୁ ଆଗକୁ ନେଇପାରିବେ। ସେ ହିଁ ମ୍ୟାଚରେ ପ୍ରଭେଦ ଆଣିପାରିବେ। ନେମାର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ପେନାଲ୍ଟିରୁ ଏକ ଗୋଲ ସ୍କୋର କରିଛନ୍ତି। ଫ୍ରଣ୍ଟରେ ରାଫିନା, ନେମାର, ଭିନିସିଅସ ଓ ରିଚାର୍ଲିସନ କୋରିଆ ଦଳ ପାଇଁ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଥିଲେ। ନେମାରଙ୍କ ପ୍ରତ୍ୟାବର୍ତ୍ତନରେ ମୋଟିଭେଟ ହୋଇ ବ୍ରାଜିଲ ପ୍ରକୃତ ଫୁଟବଲ ଦକ୍ଷତା ଦେଖାଇଛି। ପ୍ରଥମାର୍ଦ୍ଧରେ ସେମାନେ ୬ ଗୋଲ ଦେବାର ନିକଟତର ହୋଇଥିଲେ ଏବଂ ୪ ଗୋଲ ସ୍କୋର କରିଥିଲେ। ଫଳରେ ଟିଟେ ଜଣକ ପରେ ଜଣେ ମୁଖ୍ୟ ଖେଳାଳିଙ୍କୁ ବିଶ୍ରାମ ଦେବାର ସୁଯୋଗ ପାଇଥିଲେ।
ଟିଟେଙ୍କ ପ୍ରଶିକ୍ଷଣରେ ବ୍ରାଜିଲ ଦଳ ଏବେ ପ୍ରତିଭାରେ ଭରପୂର। ଶାରୀରିକଭାବେ ଫିଟ୍‌ ଥିବାବେଳେ ବୈଷୟିକ ଦୃଷ୍ଟିରୁ ଶକ୍ତିଶାଳୀ। ଫଳରେ ସେମାନେ ଭଲ ଖେଳିବାକୁ ସକ୍ଷମ ହେଉଛନ୍ତି। ପିଏସ୍‌ଜି (ପ୍ୟାରିସ ସେଣ୍ଟ-ଜର୍ମେନ) ପକ୍ଷରୁ ୭ ବର୍ଷ ଖେଳିବାର ଅଭିଜ୍ଞତା ରଖିଥିବା ୨ ଜଣ ସେଣ୍ଟର-ବ୍ୟାକ୍‌ଙ୍କୁ ନେଇ ବେଶ୍‌ ଦୃଢ଼। ମିଡ୍‌ଫିଲ୍ଡର୍ସଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ। ଡିଫେନ୍ସରେ କାସେମିରୋ ବଲ୍‌ ପାସ୍‌ କରିବାରେ ମାହିର ହୋଇଥିବାବେଳେ ପାକ୍ୱେଟା ଜଣେ ରକ୍ଷଣାତ୍ମକ ଖେଳାଳି। ଆକ୍ରମଣାତ୍ମକ ବିଭାଗରେ ରାଫିନା ଡାହାଣ, ନେମାର ମଝି ଏବଂ ଭିନସିଅସ ବାମପଟରୁ ସର୍ବଦା ବିପଜ୍ଜନକ ସାବ୍ୟସ୍ତ ହୋଇଥାନ୍ତି। ରିଚାର୍ଲିସନ ଗୋଲ ସ୍କୋର ପାଇଁ ସବୁବେଳେ ସୁଯୋଗ ଅପେକ୍ଷାରେ ଥାଆନ୍ତି।
ବ୍ରାଜିଲ କ୍ୱାର୍ଟର ଫାଇନାଲରେ ଗତବର୍ଷର ଫାଇନାଲିଷ୍ଟ ୟୁରୋପୀୟ ଦଳ କ୍ରୋଏସିଆକୁ ଭେଟିବ। ପୂର୍ବ ମ୍ୟାଚରେ ଜାପାନକୁ ହରାଇବା ପାଇଁ ଏହି ଦଳକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ତେଣୁ ଆଗାମୀ ମ୍ୟାଚ ପୂର୍ବରୁ ବ୍ରାଜିଲ ଅପେକ୍ଷା କ୍ରୋଏସିଆ ଅଧିକ ଚିନ୍ତାରେ ଥିବ ନିଶ୍ଚିତ। ଆଗାମୀ ମ୍ୟାଚ ସହଜ ନ ହେଲେ ହେଁ ମୋ ମତରେ ବ୍ରାଜିଲ ଫେଭରାଇଟ ରହିବ। କାରଣ ଏପରି ମ୍ୟାଚ ଖେଳିବା ପାଇଁ ବ୍ରାଜିଲ ଦୀର୍ଘ ଦିନରୁ କାମ କରି ଆସୁଛି। ଟିଟେଙ୍କ ନାଁ କମେଇବା ପାଇଁ ଏହା ପ୍ରକୃଷ୍ଟ ସମୟ। ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ। ଆଗାମୀ ଦିନରେ ଅନ୍ୟ ଶକ୍ତିଶାଳୀ ଦଳଗୁଡ଼ିକ ତାଙ୍କୁ ବିସ୍ମିତ କରିବା ଅପେକ୍ଷାରେ ଅଛନ୍ତି ବୋଲି ଟିଟେ ଭଲଭାବେ ଜାଣିଛନ୍ତି।
ନେମାର ଚମତ୍କାର ଫର୍ମ ସହ କାତାରରେ ପହଞ୍ଚତ୍ଥିଲେ। ପରିସଂଖ୍ୟାନ ଦୃଷ୍ଟିରେ ସେ ଚଳିତ ସିଜନର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ସେ ୧୯ଟି ଗେମ୍‌ ଖେଳିଥିବାବେଳେ ୧୫ଟି ଗୋଲ ଦେଇଛନ୍ତି ଏବଂ ୧୨ଟି ଗୋଲ ଦେବାରେ ସହାୟତା କରିଛନ୍ତି। ତୃତୀୟ ବ୍ରାଜିଲୀୟ ଖେଳାଳିଭାବେ ୩ କିମ୍ବା ତଦୂର୍ଦ୍ଧ୍ୱ ବିଶ୍ୱକପ୍‌ରେ ଗୋଲ ଦେଇଛନ୍ତି। ଏବେ ପିଏସ୍‌ଜି ଫର୍ମକୁ ବଜାୟ ରଖିବା, ବିଶ୍ୱକପ୍‌ ଜିତିବା ଏବଂ ବାଲାନ ଡି’ଅର ପୁରସ୍କାର ଜିତିବା ତାଙ୍କର ସ୍ବପ୍ନ ଥିବ। ଯାହାକୁ ସେ କେବେ ହାସଲ କରିପାରି ନାହାନ୍ତି। ୩୦ ବର୍ଷ ହୋଇଯାଇଥିବାରୁ ନେମାର ଜାଣିଛନ୍ତି ଯେ, ଯାହା ଏବେ ନୁହେଁ ତାହା କେବେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri