ରାତ୍ରିକାଳୀନ କଟକଣା କୋହଳ

ନୂଆଦିଲ୍ଲୀ,୩୦।୭: ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଅନୁଧ୍ୟାନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଅନ୍‌ଲକ୍‌-୩ ନିର୍ଦ୍ଦେଶନାମା(ଗାଇଡ୍‌ଲାଇନ) ଜାରି କରାଯାଇଛି। ଏହା ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ। ଜୁନ୍‌ ୨୯ତାରିଖରେ ଜାରି ହୋଇଥିବା ଅନ୍‌ଲକ୍‌-୨ ଆସନ୍ତା ଶୁକ୍ରବାର ଶେଷ ହେଉଛି। ତେଣୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ଅଞ୍ଚଳରେ କେତେକ କଟକଣାକୁ କୋହଳ କରାଯାଇ ଅନ୍‌ଲକ୍‌-୩ ଘୋଷଣା କରାଯାଇଛି। ଅନ୍‌ଲକ୍‌-୩ରେ ରାତ୍ରିକାଳୀନ କଟକଣାକୁ ଉଠାଇ ଦିଆଯାଇଛି। ରାତି ସମୟରେ ସାଧାରଣ ଯାତାୟାତକୁ ଅନୁମତି ମିଳିଛି। ଏଥିସହ ଯୋଗ ଶିକ୍ଷାନୁଷ୍ଠାନ ଏବଂ ଜିମ୍‌ ଆଦି ସଂସ୍ଥାକୁ ଅଗଷ୍ଟ ୫ତାରିଖରୁ ଖୋଲିବାକୁ ଅନୁମତି ମିଳିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର(ଏସ୍‌ଓପି) ଜାରି କରାଯାଇଛି।
ସ୍କୁଲ୍‌, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଏହି ସମୟରେ ପୂର୍ବଭଳି ଅନ୍‌ଲାଇନ୍‌ କ୍ଲାସ ଚାଲୁ ରହିବ। ସେହିପରି ସିନେମା ହଲ୍‌, ସୁଇମିଂ ପୁଲ, ଆମୋଦପ୍ରମୋଦ ଉଦ୍ୟାନ, ପାର୍କ, ଥିଏଟର୍ସ, ବାର୍‌, ଅଡିଟୋରିୟମ୍‌, ଏବଂ ସର୍ବସାଧାରଣ ସଭାସ୍ଥଳ ଆଦି ବନ୍ଦ ରହିବ।

ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ଏବଂ ମେଟ୍ରୋ ରେଳ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ ରହିଛି। ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଶୈକ୍ଷିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ଜନଗହଳି ହେବା ଭଳି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ତେବେ ଏହିସବୁ କଟକଣା ଉପରେ କେବେ କୋହଳ କରାଯିବ ସେନେଇ କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଜାତୀୟ, ରାଜ୍ୟ, ଜିଲା, ସବ୍‌ଡିଭିଜନ, ପୌରପାଳିକା ଏବଂ ପଞ୍ଚାୟତସ୍ତରରେ ସାମାଜିକ ଦୂରତା ବଜାୟ ରଖି ସ୍ବାଧୀନତା ଦିବସ ପାଳନ କରିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ବାସ୍ଥ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଗତ ୨ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ ପାଳନ କରିବାକୁ କୁହାଯାଇଛି।
ସେହିପରି କୋଭିଡ-୧୯ ପରିଚାଳନା ପାଇଁ ଜାରି ହୋଇଥିବା ଗାଇଡ୍‌ଲାଇନକୁ ପାଳନ କରିବା ନିମନ୍ତେ କୁହାଯାଇଛି। ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳ ଏବଂ ଯାନବାହନରେ ଯିବା ଆସିବା ବେଳେ ମାସ୍କ ପରିଧାନ ଜରୁରୀ। ୬ଫୁଟର ସାମାଜିକ ଦୂରତା, ଅଧିକ ଜନଗହଳି ନ କରିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା, ଏପରି କି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ପାନ ଓ ଗୁଟ୍‌ଖା ଆଦି ସେବନକୁ ବାରଣ କରାଯାଇଛି। ଘରୁ କାର୍ଯ୍ୟକରିବା ବା ଓ୍ବାର୍କ ଫ୍ରମ୍‌ ହୋମ୍‌ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। କାର୍ଯ୍ୟସ୍ଥଳରେ କାମ କରିବାର ସମୟକୁ ଯଥାସମ୍ଭବ ହ୍ରାସ କରିବା ସହ ପରିବେଶକୁ ସ୍ବଚ୍ଛ ଏବଂ ହାଇଜେନିକ ରଖାଯିବ। ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କୋଭିଡ୍‌-୧୯ ସ୍ଥିତି ଦେଖି କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ନିର୍ଦ୍ଦିଷ୍ଟ କଟକଣା ଲାଗୁ କରିପାରିବେ। ରାଜ୍ୟ ଭିତରେ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଗମନାଗମନ କିମ୍ବା ସାମଗ୍ରୀ ପରିବହନ ଉପରେ କଟକଣାମୁକ୍ତ କରାଯାଇଛି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ, ଘରୋଇ ବିମାନରେ ଚଳାଚଳ ନିମନ୍ତେ ଜାରି ହୋଇଥିବା ଏସ୍‌ଓପି ପାଳନ କରିବା ଜରୁରୀ। ବିଶେଷକରି ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ପିଲାଙ୍କୁ ଅତି ଜରୁରୀ କାମ ନ ଥିଲେ କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନ ଥିଲେ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳରେ ପୂର୍ବ ଭଳି କଟକଣା ଜାରି ରହିଛି। ଏଠାରେ କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି। ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଯେମିତି ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ଏଠାକୁ ଆସିପାରିବେ ନାହିଁ ତା’ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri