Categories: ବାଣିଜ୍ୟ

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟି-୫୦ରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବିଶେଷ କରି ଗତ ୩ ସପ୍ତାହ ହେଲା ନିଫ୍ଟିର କାରବାର ବେଶ ଉତ୍ସାହଜନକ ରହିଥିଲାବେଳେ ନିଫ୍ଟିର କାରବାର ପ୍ରାୟ ୨୧,୦୦୦ (୨୦,୬୮୬.୮୦) ଅଙ୍କର ନିକଟବର୍ତ୍ତୀ ହୋଇଛି। ଅପରପକ୍ଷରେ ସୋମବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ନିଫ୍ଟି ରେକର୍ଡ (୨୧୦୦୦ ଅଙ୍କ) ସ୍ତରରେ ପହଞ୍ଚତ୍ଛି। ସେହିଭଳି ନିଫ୍ଟିର ବ୍ୟାଙ୍କି କ୍ଷେତ୍ର ସହିତ ସ୍ମଲ କ୍ୟାପ ଓ ମିଡକ୍ୟାପର ଫଳାଫଳ ମଧ୍ୟ ବେଶ ଉତ୍ସାହଜନକ ରହିଛି। ବିଶେଷ କରି ସୋମବାର ନିଫ୍ଟି ସ୍ମଲ କ୍ୟାପ ୧୧୩.୩୫ (୧.୭୨%) ପଏଣ୍ଟ ବଢି ୬୬୯୮.୫୦ ଅଙ୍କରେ ପହଞ୍ଚତ୍ଥିବାବେଳେ ନିଫ୍ଟି ମିଡକ୍ୟାପ ୫୩୬.୨୦ (୧.୨୪%) ପଏଣ୍ଟ ବୃଦ୍ଧି ଘଟି ୪୩,୯୧୮.୬୦ଅଙ୍କରେ ରହିଛି। ସେହିପରି ନିଫ୍ଟି ବ୍ୟାଙ୍କିଙ୍ଗ (ବ୍ୟାଙ୍କ) ୧୬୧୭.୨୦ (୩.୬୧%) ପଏଣ୍ଟ ବୃଦ୍ଧି ଘଟି ୪୬,୪୩୧.୪୦ ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ନିଫ୍ଟିର ସେକ୍ଟରାଲ କାରବାରରେ ପରିବର୍ତ୍ତନ ହୋଇଥିବାବେଳେ ବ୍ୟାଙ୍କିଙ୍ଗ, ଆଇଟି, ପିଏସୟୁଗୁଡିକର ଶେୟାର ସର୍ବାଧିକ ଲାଭ ହାସଲ କରିଛନ୍ତି।

Share