Posted inଫୁରସତ

ଗ୍ରହମାନଙ୍କ ନିକ୍‌ ନେମ୍‌

ଗ୍ରହମାନଙ୍କର ବିଭିନ୍ନ ରଙ୍ଗ ଓ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟକୁ ଆଖି ଆଗରେ ରଖି ବିଭିନ୍ନ ନିକ୍‌ ନେମ୍‌ ବା ଡାକନାମ ରଖାଯାଇଛି। ଜାଣିବା କେତେକ ଗ୍ରହ ମାନଙ୍କ ନିକ୍‌ ନେମ୍‌ ସମ୍ପର୍କରେ…
ବ୍ଲୁ ପ୍ଲାନେଟ୍‌: ପୃଥିବୀପୃଷ୍ଠରେ ୭୦%ରୁ ଊର୍ଦ୍ଧ୍ୱ ବିଶାଳ ମହାସାଗର ବା ଜଳଭାଗ ରହିଛି। ମହାକାଶରେ ରହି ଦୂରରୁ ଦେଖିଲେ ଏହି ଜଳଭାଗ ଉପସ୍ଥିତି ଯୋଗୁ ପୃଥିବୀ ଏକ ନୀଳ ରଙ୍ଗର ବଲ୍‌ ଭଳି ଦେଖାଯାଏ, ଯେଉଁଥିପାଇଁ ଏହାର ନାମ ବ୍ଲୁ ପ୍ଲାନେଟ୍‌ ରଖାଯାଇଛି।
ଗ୍ୟାସ୍‌ ଜିଆଣ୍ଟ: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି। ଏହାର ଭଉଁରି ସଦୃଶ ରଙ୍ଗିନ ବାଦଲ, ଲାଲ୍‌ ରଙ୍ଗର ବଡ଼ ବଡ଼ ଚିହ୍ନ ଏବଂ ଏହାର ଝଡ଼ବତାସ ଭଳି ଗତିଶୀଳ ବାୟୁମଣ୍ଡଳ ସେଠାରେ ପ୍ରବଳ ପ୍ରାକୃତିକ ଗ୍ୟାସ୍‌ ଥିବା ଦର୍ଶାଇଥାଏ। ତେଣୁ ଏହାର ନାମ ଜିଆଣ୍ଟ ଗ୍ୟାସ୍‌ ରଖାଯାଇଛି।
ରେଡ୍‌ ପ୍ଲାନେଟ୍‌: ମଙ୍ଗଳ ଗ୍ରହରେ ଥିବା ମାଟିରେ ଲୌହର ପରିମାଣ ଖୁବ୍‌ ଅଧିକ ହୋଇଥିବାରୁ ଏହାର ରଙ୍ଗ ଲାଲ୍‌। ମହାକାଶରୁ ଏହି ଗ୍ରହକୁ ଦେଖିଲେ ଏକ ଲାଲ୍‌ ରଙ୍ଗର ବଲ୍‌ ସଦୃଶ ଦେଖାଯାଇଥାଏ, ଯେଉଁଥିପାଇଁ ଏହାକୁ ରେଡ୍‌ ପ୍ଲାନେଟ୍‌ କୁହାଯାଏ।
ମର୍ନି ଷ୍ଟାର୍‌/ ଇଭିନିଂ ଷ୍ଟାର୍‌: ଶୁକ୍ର ଗ୍ରହ ହେଉଛି ଆମ ସୌରମଣ୍ଡଳର ଏକମାତ୍ର ଏମିତି ଗ୍ରହ, ଯାହା ଏକ ବଡ଼ ଉଜ୍ଜ୍ୱଳ ତାରା ଭଳି ସଂଧ୍ୟା ହେବା ବେଳେ ପ୍ରଥମେ ଏବଂ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆକାଶରେ ଦେଖାଦେଇଥାଏ, ଯେଉଁଥିପାଇଁ ଏହାକୁ ମର୍ନିଂ କିମ୍ବା ଇଭିନିଂ ଷ୍ଟାର୍‌ ବୋଲି ମଧ୍ୟ କୁହାଯାଇଥାଏ।
ରିଙ୍ଗ୍‌ଡ ପ୍ଲାନେଟ୍‌: ଶନିଗ୍ରହର ଚାରିପଟେ ବରଫ ଖଣ୍ଡ, ଧୂଳିକଣା, ପଥରଖଣ୍ଡ ଦ୍ୱାରା ପ୍ରସ୍ତୁତ ମୋଟା ବଳୟ ରହିଛି, ଯାହାକି ମହାକାଶରୁ ଦେଖିଲେ ସ୍ପଷ୍ଟ ଭାବେ ଏକ ରିଙ୍ଗ ପରି ଦେଖାଯାଉଥିବାରୁ ଏହାକୁ ରିଙ୍ଗ୍‌ଡ ପ୍ଲାନେଟ୍‌ କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri