ପିସିଙ୍କ ସ୍ବାମୀ ନିକ୍‌ଙ୍କ ଜୀବନ ପ୍ରତି ବିପଦ! କନସର୍ଟ ଅଧାରୁ ଷ୍ଟେଜ୍‌ ଛାଡ଼ି ଦୌଡ଼ିଲେ…

ଲଣ୍ଡନ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ପପ୍‌ଷ୍ଟାର ନିକ୍‌ ଜୋନାସଙ୍କ ଜୀବନ ପ୍ରତି ବିପଦ। ନିକଟରେ ‘ଜୋନାସ୍‌ ବ୍ରଦର୍ସ’ଙ୍କର ଏକ କନ୍‌ସର୍ଟ ସମୟରେ ସେଭଳି କିଛି ଘଟଣା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଏହାର ଭିଡିଓ ଭାଇରାଲ ହେଉଛି।

ମଙ୍ଗଳବାର ପରାଗ୍ବେରେ କନସର୍ଟ ସମୟରେ ନିକ୍‌ଙ୍କ ଉପରେ ଏକ ଲେଜର୍‌ ଲାଇଟ୍‌ ପଡ଼ିଥିଲା। ଏହାକୁ ସେ ଲକ୍ଷ୍ୟ କରିବା ପରେ ନିଜର ସୁରକ୍ଷାକର୍ମୀଙ୍କୁ ଇଙ୍ଗୀତ କରିଥିଲେ। କେବଳ ସେତିକି ନୁହେଁ ଷ୍ଟେଜ୍‌ରୁ ଦୌଡ଼ି ପଳାଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭାଇରାଲ ଭିଡିଓରେ ନିକ୍‌ ‘ଟାଇମ୍‌ ଆଉଟ୍‌’ ବୋଲି ଇଙ୍ଗୀତ କରି ଷ୍ଟେଜ୍‌ରୁ ଦୌଡ଼ି ପଳାଇଥିଲେ। ‘ଜୋନାସ୍‌ ବ୍ରଦର୍ସ’ଙ୍କୁ କିଛି ସମୟ ପାଇଁ ଶୋ’ ରୋକିବାକୁ ପଡ଼ିଥିଲା। କାରଣ ଦର୍ଶକ ଗ୍ୟାଲେରିରୁ କେହି ଲେଜର୍‌ ପକାଇ ଟାର୍ଗେଟ କରିଥିଲେ। ସେହି ବ୍ୟକ୍ତି ଧରାପଡ଼ିବା ପରେ ଶୋ’ ପୂର୍ବବତ୍‌ ଚାଲିଥିଲା। ସମସ୍ତେ ସୁରକ୍ଷିତ ରହିଥିଲେ ହେଁ ବଲିଉଡ୍‌ ଭଳି ହଲିଉଡ଼ରେ ମଧ୍ୟ କଳାକାରଙ୍କ ଜୀବନ ବିପଦରେ ବୋଲି ଅନେକେ ପ୍ରତିକ୍ରିୟା ରଖୁଛନ୍ତି।

ଅପରପକ୍ଷେ ଘଟଣା ସମ୍ପର୍କରେ ନିକ୍‌ କିମ୍ବା ତାଙ୍କ ଭାଇମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିିଁ। ରବିବାର ପ୍ୟାରିସରେ ତାଙ୍କ ଶେଷ ଶୋ’ ରହିଥିଲା। ଏବେ ଏଭଳି ଘଟଣା ଘଟିବା ଯୋଗୁ ପିସିଙ୍କ ପ୍ରଶଂସକ ମଧ୍ୟ ଚିନ୍ତାରେ ରହୁଛନ୍ତି। ଏଥିସହ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ଭିଡିଓ:

 

View this post on Instagram

 

A post shared by Jonas Daily News (@jonasdailynews_)


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri