ଏହି ଦିନରୁ ମହଙ୍ଗା ହେବ FASTag ବାର୍ଷିକ ପାସ୍: ଜାଣନ୍ତୁ କେତେ ବଢ଼ିଲା ଦର

ନୂଆଦିଲ୍ଲୀ,୧୫।୩: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ FASTag ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଏହି ପାସ୍ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛି NHAI।

ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ FASTag ବାର୍ଷିକ ପାସ୍ ଦରରେ ସଂଶୋଧନ କରିଛନ୍ତି। ମାର୍ଚ୍ଚ ୧୨ରେ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବେସରକାରୀ ବା ଅଣ-ବ୍ୟବସାୟିକ ଗାଡ଼ିଗୁଡ଼ିକ ପାଇଁ ଏହି ନୂଆ ଦର ଲାଗୁ ହେବ।

କାର୍, ଜିପ୍ ଏବଂ ଭ୍ୟାନ୍ ପାଇଁ ବାର୍ଷିକ ପାସ୍ ମୂଲ୍ୟ ୩,୦୦୦ ଟଙ୍କାରୁ ବୃଦ୍ଧି ପାଇ ୩,୦୭୫ ଟଙ୍କା ହୋଇଛି। ଏହି ନୂଆ ଦର ୨୦୨୬, ଏପ୍ରିଲ୍ ୧ ତାରିଖରୁ।

ଏହି ପାସ୍ ଜରିଆରେ ବର୍ଷକୁ ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କରିପାରିବେ ଗାଡ଼ି ମାଲିକ। ଦେଶରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଏହି ସୁବିଧା ନେଉଛନ୍ତି। ପ୍ରାୟ ୨୮ ପ୍ରତିଶତ କାର୍ କାରବାର ଏହି ପାସ୍ ମାଧ୍ୟମରେ ହେଉଛି।

ଏହି ପାସ୍ ପାଇଁ ଆପଣ ‘ରାଜମାର୍ଗ ଯାତ୍ରା’ (Rajmarg Yatra) ଆପ୍ କିମ୍ବା NHAI ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଟଙ୍କା ପୈଠ କରିବାର ୨୪ ଘଣ୍ଟା ମଧ୍ୟରେ ଏହି ପାସ୍ ସକ୍ରିୟ ହୋଇଯିବ।

ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୧.୮୬ କୋଟି ଫାସଟ୍ୟାଗ୍ ଜାରି କରାଯାଇଥିବା ବେଳେ ୯୮ ପ୍ରତିଶତ ଟୋଲ୍ ଆଦାୟ ଡିଜିଟାଲ୍ ମାଧ୍ୟମରେ ହେଉଛି। ତେଣୁ ଏହି ସାମାନ୍ୟ ଦର ବୃଦ୍ଧି ନିୟମିତ ଯାତ୍ରୀଙ୍କ ପକେଟ୍ ଉପରେ କିଛିଟା ପ୍ରଭାବ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ, ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ…

ତାମିଲନାଡୁ ରାଜନୀତିରେ ହଲଚଲ୍: ସୁପରଷ୍ଟାର ବିଜୟଙ୍କୁ ଡେପୁଟି ସିଏମ୍ ଅଫର୍!

ଚେନ୍ନାଇ,୧୫।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ, ସୁପରଷ୍ଟାର ବିଜୟଙ୍କ ପାର୍ଟି ‘ଟିଭିକେ’…

ସେ ସ୍ବାମୀ ଚାହାଁନ୍ତି ନାହିଁ, ହେଲେ ତାଙ୍କ ଶୁକ୍ରାଣୁ ବ୍ୟବହାର କରି ଏକ ସନ୍ତାନ ଚାହାଁନ୍ତି – ଏହି ମାମଲା ଶୁଣି ବିସ୍ମିତ ହେଲେ ହାଇକୋର୍ଟ

ମୁମ୍ବାଇ,୧୫।୩: ମୁମ୍ବାଇର ଜଣେ ମହିଳାଙ୍କ ସହିତ ଜଡିତ ଏକ ଅନନ୍ୟ ଆଇନଗତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ୪୬ ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା…

ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟରଙ୍କୁ ସର୍ବଶ୍ରେଷ୍ଠ ଟି-୨୦ ଓପନର ବାଛିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୫।୩: କିଏ ସର୍ବଶ୍ରେଷ୍ଠ ଟି-୨୦ ଓପନର ? ଏନେଇ ଏକ ଚମକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ…

ବାଜିଲା ନିର୍ବାଚନି ବିଗୁଲ, ୪ମେ’ରେ ହେବ ଭୋଟ ଗଣତି

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି – ମାର୍ଚ୍ଚ ୧୫। ପଶ୍ଚିମବଙ୍ଗରେ ଭୋଟ…

ମଝି ପଡ଼ିଆରେ ସଲମାନ ଆଗାଙ୍କ ସହ ‘ଖେଳ’ ହୋଇଗଲା! ରନ-ଆଉଟକୁ ନେଇ ହାସ୍ୟାସ୍ପଦ ପୋଷ୍ଟ ଭାଇରାଲ

ରାଓ୍ବଲପିଣ୍ଡି,୧୫।୩: ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚରେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲମାନ ଅଲି…

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ…

ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା ଫେଲ୍‌: ଇରାନୀ ଡ୍ରୋନ୍‌ ମାଡ଼ରେ ୭ ଦେଶ ଥରହର, କାଳ ସାଜିଛି ‘ଶାହେଦ-୧୩୬’

ୱାଶିଂଟନ/ତେହେରାନ,୧୫।୩: ଇରାନର ଡ୍ରୋନ ଆକ୍ରମଣ ଏବେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅତ୍ୟାଧୁନିକ ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା (Defense System) କୁ ଚକମା ଦେଇ ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri