୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା

ଖୋର୍ଦ୍ଧା ଅଫିସ,୨୮।୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାଜପଥର ଖୋର୍ଦ୍ଧା ଓ ଭୁବନେଶ୍ୱର ମଧ୍ୟରେ ଗତ ମେ ମାସରୁ ଡିସେମ୍ବର ୨୭ ସୁଦ୍ଧା ଅର୍ଥାତ୍‌ ୮ ମାସରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଏବେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଅନେକ ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଏକପାଖିଆ ରାସ୍ତା ମଧ୍ୟ କରାଯାଇଛି। ଏଥିଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଥିବା କୁହାଯାଉଛି।
ଖୋର୍ଦ୍ଧାରୁ ଭୁବନେଶ୍ୱର ପଟୁ ଶିଳ୍ପାଞ୍ଚଳ ଫାଣ୍ଡି ଛକ, ଜଟଣୀ ବାଇପାସ୍‌, ପି.ଏନ୍‌. କଲେଜ ଛକ, ଗଙ୍ଗପଡ଼ା ଟୋଲଗେଟ୍‌, ଗଙ୍ଗାପଡ଼ା ଛକ, ତଳକୋଦା ଛକ (ଜଟଣୀ ଗେଟ୍‌), ବାଟ ଭୁଆଶୁଣି ଛକ, ରେତଙ୍ଗ ଛକ, ଗୋଇରା ଛକ ରାସ୍ତା ସଙ୍କୁଚିତ ହୋଇପଡ଼ିଛି। ସେହିପରି ତମାଣ୍ଡୋ, କଳିଙ୍ଗନଗର ଛକ, ଆଇଗିଣିଆ ଛକ, ପିତାପଲି ଛକ, ଏସ୍‌ପି ଅଫିସ ଛକ, କୁରାଢମଲ୍ଲ ଛକ, ଦଳେଇପୁଟ ଛକ, ଗୋଡ଼ିପଡା ଟୋଲ୍‌ଗେଟ୍‌, ଜଙ୍କିଆ ଛକ, ରାମେଶ୍ୱର ଛକ, ତାପଙ୍ଗ ଛକ, ମଲିପଡା ଛକ, ମା ଉଗ୍ରତାରା ପୀଠ ଛକ, କୁହୁଡି ଛକ, ନାଚୁଣୀ ଏବଂ ଟାଙ୍ଗୀ ବାଇପାସ, ବାଲୁଗାଁ ବାଇପାସ ଆଦି ସ୍ଥାନରେ ରାସ୍ତା ସଙ୍କୁଚିତ ରହିଛି।
ସୂଚନାଯୋଗ୍ୟ, ମେ ୫ରେ କୁହୁଡ଼ିି ଛକଠାରେ ଏକ କାର ଧକ୍କାରେ ନୟାଗଡ ଇଟାମାଟି ଥାନା ଅଞ୍ଚଳର ମଦନ ମୋହନ ସେଠୀଙ୍କ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୧୧ରେ ଜଙ୍କିଆ ଥାନା ନନ୍ଦୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଅଟୋ ଧକ୍କାରେ ବାଇକ ଚାଳକ ବେଗୁନିଆ  ଓଗାଳପୁର ଗ୍ରାମର ବିଶ୍ୱନାଥ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୩ ରାତିରେ କୁରାଢମଲ୍ଲ ଛକରେ ଏକ ଟ୍ରକ ସହ ପିଟିହୋଇ ୩ ବାଇକ ଆରୋହୀ ଜୀବନ ହରାଇଥିଲେ। ୨୫ତାରିଖ ରାତିରେ ଭଞ୍ଜନଗର ରେଡକ୍ରସ ସାହିର ସୂର୍ଯ୍ୟକାନ୍ତ ଦାସ ଏକ ଟ୍ରକ ଧକ୍କାରେ ପ୍ରାଣ ହରାଇଥିଲେ। ୨୭ ତାରିଖରେ ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ଟ୍ରକ୍‌ ଧକ୍କାରେ ନୟାଗଡ ଜିଲା ଚାନ୍ଦପୁର ଥାନା ପଟିିଆପାଟଣା ଗ୍ରାମର ରଞ୍ଜିତ ପରିଡ଼ା ଓ ବାଲେଶ୍ୱର ଜିଲା ଶେରଗଡ଼ ଗ୍ରାମର ଗଙ୍ଗାଧର ମଲିକଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ସମ୍ରାଟ କେଶରୀ ହରିଚନ୍ଦନଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁତୁରା ଶାନ୍ତନୁ କୁମାର ବଳିୟାରସିଂ ଗୁରୁତର ଆହତ ହୋଇଛନ୍ତି। ଜିଲା ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ୧୬ ନମ୍ବର ଜାତୀୟ ରାଜପଥ ଏବେ ବିପଦସଙ୍କୁଳ ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଦୁର୍ଘଟଣା ସଂଖ୍ୟା ବଢିଚାଲିଥିଲେ ବି ପଦକ୍ଷେପ ନିଆଯାଉ ନାହିଁ ବୋଲି ଆଇନଜୀବୀ ଶକ୍ତିଶଙ୍କର ମିଶ୍ର, ଅଜିତ ପଟ୍ଟନାୟକ, ସାମାଜିକ କର୍ମୀ ଶୋଭନ ଘୋଷ, ଯୁବନେତା ହରିହର ଖାଡେଙ୍ଗା, ରାକେଶ ସାହୁ ପ୍ରମୁଖ କହିଛନ୍ତି। ତେବେ ଏ ନେଇ ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri