Posted inଜାତୀୟ

୯ବର୍ଷ ପୂର୍ବେ ବ୍ୟାନ ହୋଇଥିଲେ ରାଟ ମାଇନର୍ସ, ଏବେ ୪୧ଶ୍ରମିକଙ୍କ ପାଇଁ ସାଜିଲେ ଦେବଦୂତ

ନୂଆଦିଲ୍ଲୀ,୨୮।୧୧: ଆଉ ମାତ୍ର ୨ମିଟର ଦୂରରେ ୪୧ ଶ୍ରମିକ। ରେସ୍କ୍ୟୁ ପରେ ସେମାନଙ୍କୁ କରାଯିବ ଏୟାର ଲିଫ୍ଟ। ବାହାରେ ପ୍ରସ୍ତୁତ ହୋଇଗଲାଣି ଆମ୍ବୁଲାନ୍ସ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ଅପରେଶନ ସଫଳ ହେବାକୁ ଯାଉଛି। ମେଶିନ ଫଶି ରହିବା ଫଳରେ ରେସ୍କ୍ୟୁ ଟିମ ଏବେ ରାଟ ହୋଲ ମାଇନିଂର ସହାୟତା ନେଇଛି। ଏହି ରାଟ ମାଇନର୍ସ ଡ୍ରିଲିଂ କାମରେ ଲାଗି ପଡିଛନ୍ତି। ପୂର୍ବରୁ ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ହୋଇଥିଲେ ମଧ୍ୟ ସବୁ ପ୍ରକାର ଚେଷ୍ଟା ଫେଲ ମାରିଥିଲା। ତେବେ ଏହି ସମୟରେ ଦେବଦୂତ ସାଜିଛନ୍ତି ରାଟ ମାଇନର୍ସ।
ସୂଚନାଯୋଗ୍ୟ, ସୁଡଙ୍ଗରେ ୪୧ମିଟର ପର୍ଯ୍ୟନ୍ତ ଖୋଳା ସରିଥିଲା। ଠିକ୍‌ ୧୦-୧୨ମିଟର ଡ୍ରିଲିଂ ବାକିଥିବାବେଳେ ଅଚାନକ ମେଶିନ ଖରାପ ହୋଇଯାଇଥିଲା। ଏହି ସମୟରେ ଭଗବାନଙ୍କ ଅବତାର ରୂପେ ଆସିଥିଲେ ରାଟ ମାଇନର୍ସ। ସେମାନେ ମେଶିନ ଛାଡିଥିବା ଅଞ୍ଚଳରୁ ମାନୁଆଲ ଡ୍ରିଲିଂ କାମ ଆରମ୍ଭ କରିଛନ୍ତି।

ରାଟ ହୋଲ ମାଇନିଂ ପ୍ରକ୍ରିୟା ଦ୍ୱାରା ରାଟ ମାଇନର୍ସମାନେ କୋଇଲା ବାହାର କରିବା ପାଇଁ ସଂକୀର୍ଣ୍ଣ ଗର୍ତ୍ତ ଭିତରକୁ ଯାଇଥାନ୍ତି। ବିଶେଷ କରି ମେଘାଳୟରେ ଏହି ପ୍ରକ୍ରିୟାକୁ ବ୍ୟବହାର କରାଯାଇଥାଏ। ମାଇନର୍ସ ଦଉଡି ଓ ବାଉଁଶ ସିଡି ବ୍ୟବହାର କରି ଗାତ ଭିତରକୁ ଓହ୍ଲାଇଥାନ୍ତି। ରାଟ ହୋଲ ମାଇନିଂ ସାଧାରଣତଃ ସଂକୀର୍ଣ୍ଣ ସୁଡଙ୍ଗରେ କରାଯାଇଥାଏ। ଏହାଦ୍ୱାରା ମାଇନର୍ସ ଚଉଡାର ଗାତ ଖୋଳି ଶହ ଶହ ଫୁଟ ତଳକୁ ପଶିଥାନ୍ତି।
କିନ୍ତୁ ୨୦୧୪ରେ ନାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) ଖନନକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଜାରି କରିଥିଲେ। ଏନଜିଟି ଦ୍ୱାରା ଏହା ଉପରେ ନିଷେଧାଦେଶ ଜାରି କରିବା ସତ୍ତ୍ୱେ ଏବେବି ଏହା ବେଆଇନ ଭାବେ ଚାଲୁ ରହିଛି। ପ୍ରତିବର୍ଷ ମେଘାଳୟରେ ରାଟ ହୋଲ ମାଇନିଗଂ ଦ୍ୱାରା ମାଇନର୍ସଙ୍କୁ ନିଜ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ସେଥିପାଇଁ ଏହାକୁ ନେଇ ବିବାଦ ଜାରି ରହିଛି। କିନ୍ତୁ ସବୁ ପରିସ୍ଥିତି ସତ୍ତ୍ୱେ ସବୁ କୌଶଳ ଫେଲ ମାରିବା ଯୋଗୁ ରାଟ ମାଇନର୍ସଙ୍କ କଠିନ ପରିଶ୍ରମ ୪୧ଟି ଜୀବନ ବଞ୍ଚେଇବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri