ଆଗରେ ‘ସିଂଘମ୍‌ ଏଗେନ୍‌’

ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍‌ର ବଲିଉଡ୍‌ ଚଳଚ୍ଚିତ୍ର ‘ସିଂଘମ୍‌ ଏଗେନ୍‌’ ଓ ‘ଭୁଲ୍‌ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍‌ ହେବାର ପ୍ରଥମ ୩ ଦିନ ମଧ୍ୟରେ ଦୀପାବଳି ଓ ୱିକ୍‌ଏଣ୍ଡ ପଡୁଥିବାରୁ ଉଭୟ ଫିଲ୍ମ ବକ୍ସ ଅଫିସ୍‌ରୁ ବମ୍ପର ଓପନିଂ କରିବେ ବୋଲି ଆଶା କରାଯାଉଥିଲା। ରବିବାର ସୁଦ୍ଧା ବକ୍ସ ଅଫିସରେ ଠିକ୍‌ ସେପରି ହିଁ ଘଟିଛି। ରିଲିଜ୍‌ ହେବାର ପ୍ରଥମ ୩ ଦିନ ମଧ୍ୟରେ ଉଭୟ ଚଳଚ୍ଚିତ୍ର କେବଳ ଭାରତରୁ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ତେବେ ଏହି ବକ୍ସ ଅଫିସ ଲଢେଇରେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ ରବିବାର ସୁଦ୍ଧା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ଠାରୁ ସାମାନ୍ୟ ଆଗରେ ରହିଛି।
ରିପୋର୍ଟ ଅନୁଯାୟୀ, ‘ସିଂଘମ୍‌ ଏଗେନ୍‌’ ଚଳଚ୍ଚିତ୍ର ଶୁକ୍ରବାର କେବଳ ଭାରତୀୟ ଫିଲ୍ମ ହଲ୍‌ଗୁଡ଼ିକରୁ ୪୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଶନିବାର ଓ ରବିବାର ଏହା ଯଥାକ୍ରମେ ୪୨ ଏବଂ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ସୁଦ୍ଧା ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିଂଘମ୍‌ ଏଗେନ୍‌’ ଫିଲ୍ମ କେବଳ ଭାରତରୁ ୧୨୧ କୋଟି ଟଙ୍କା ରୋଜଗାର କରିଛି। ଅନ୍ୟପକ୍ଷରେ,‘ଭୁଲ୍‌ ଭୁଲୈୟା ୩’ ଚଳଚ୍ଚିତ୍ର ଶୁକ୍ରବାର କେବଳ ଭାରତୀୟ ଫିଲ୍ମ ହଲ୍‌ଗୁଡ଼ିକରୁ ୩୭ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଶନିବାର ଏବଂ ରବିବାର ଏହା ଯଥାକ୍ରମେ ୩୮ ଏବଂ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ସୁଦ୍ଧା ଅନିସ୍‌ ବଜ୍‌ମୀଙ୍କ ନିର୍ଦ୍ଦେଶିତ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମ କେବଳ ଭାରତରୁ ୧୧୦ କୋଟି ଟଙ୍କାର ରୋଜଗାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri