ଆଗରେ ‘ସିଂଘମ୍‌ ଏଗେନ୍‌’

ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍‌ର ବଲିଉଡ୍‌ ଚଳଚ୍ଚିତ୍ର ‘ସିଂଘମ୍‌ ଏଗେନ୍‌’ ଓ ‘ଭୁଲ୍‌ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍‌ ହେବାର ପ୍ରଥମ ୩ ଦିନ ମଧ୍ୟରେ ଦୀପାବଳି ଓ ୱିକ୍‌ଏଣ୍ଡ ପଡୁଥିବାରୁ ଉଭୟ ଫିଲ୍ମ ବକ୍ସ ଅଫିସ୍‌ରୁ ବମ୍ପର ଓପନିଂ କରିବେ ବୋଲି ଆଶା କରାଯାଉଥିଲା। ରବିବାର ସୁଦ୍ଧା ବକ୍ସ ଅଫିସରେ ଠିକ୍‌ ସେପରି ହିଁ ଘଟିଛି। ରିଲିଜ୍‌ ହେବାର ପ୍ରଥମ ୩ ଦିନ ମଧ୍ୟରେ ଉଭୟ ଚଳଚ୍ଚିତ୍ର କେବଳ ଭାରତରୁ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ତେବେ ଏହି ବକ୍ସ ଅଫିସ ଲଢେଇରେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ ରବିବାର ସୁଦ୍ଧା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ଠାରୁ ସାମାନ୍ୟ ଆଗରେ ରହିଛି।
ରିପୋର୍ଟ ଅନୁଯାୟୀ, ‘ସିଂଘମ୍‌ ଏଗେନ୍‌’ ଚଳଚ୍ଚିତ୍ର ଶୁକ୍ରବାର କେବଳ ଭାରତୀୟ ଫିଲ୍ମ ହଲ୍‌ଗୁଡ଼ିକରୁ ୪୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଶନିବାର ଓ ରବିବାର ଏହା ଯଥାକ୍ରମେ ୪୨ ଏବଂ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ସୁଦ୍ଧା ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିଂଘମ୍‌ ଏଗେନ୍‌’ ଫିଲ୍ମ କେବଳ ଭାରତରୁ ୧୨୧ କୋଟି ଟଙ୍କା ରୋଜଗାର କରିଛି। ଅନ୍ୟପକ୍ଷରେ,‘ଭୁଲ୍‌ ଭୁଲୈୟା ୩’ ଚଳଚ୍ଚିତ୍ର ଶୁକ୍ରବାର କେବଳ ଭାରତୀୟ ଫିଲ୍ମ ହଲ୍‌ଗୁଡ଼ିକରୁ ୩୭ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଶନିବାର ଏବଂ ରବିବାର ଏହା ଯଥାକ୍ରମେ ୩୮ ଏବଂ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ସୁଦ୍ଧା ଅନିସ୍‌ ବଜ୍‌ମୀଙ୍କ ନିର୍ଦ୍ଦେଶିତ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମ କେବଳ ଭାରତରୁ ୧୧୦ କୋଟି ଟଙ୍କାର ରୋଜଗାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ଟିଭି ଦେଖୁଥିଲେ ମା’, ଆସିଲା ପୁଅ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର: ଆଉ ତା’ପରେ ପରିବାର ଲୋକେ ନେଲେ ଏମିତି ପଦକ୍ଷେପ

ପୁଣେ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ, ତାଙ୍କ ମାଆ ଆଶାତାଇ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଖବର ଦେଖୁଥିଲେ। ଯେତେବେଳେ ଅଜିତ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri