ପୂର୍ବତନ ବାଚସ୍ପତିଙ୍କ ପରବର୍ତ୍ତୀ ରାଜନୀତି

ବ୍ରହ୍ମପୁର ଅଫିସ,୨୨ା୬: ଅତୀତରେ ଗଞ୍ଜାମ ଜିଲାରୁ ହୋଇଥିବା ପୂର୍ବତନ ବାଚସ୍ପତିମାନଙ୍କ ପରବର୍ତ୍ତୀ ରାଜନୀତି ଓଲଟପାଲଟ ହୋଇଯାଇଛି। ଏହି ଜିଲାର ଲାଲ ମୋହନ ପଟ୍ଟନାୟକ ୧୯୪୬ରୁ ୫୨ ପର୍ଯ୍ୟନ୍ତ ପ୍ରଥମ ବାଚସ୍ପତି ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ରାଜନୈତିକ ଚିତ୍ରପଟ୍ଟରୁ ଅଦୃଶ୍ୟ ହେଲେ। ୧୯୬୧ ନିର୍ବାଚନରେ କୋଦଳାରୁ ବିଧାୟକ ଲିଙ୍ଗରାଜ ପାଣିଗ୍ରାହୀ ବିଧାନସଭାରେ ଜିଲାର ଦ୍ୱିତୀୟ ବାଚସ୍ପତି ପଦ ପାଇଥିଲେ। ପରେ ସେ ମଧ୍ୟ ରାଜନୀତିରୁ ଉଭେଇଗଲେ। ୧୯୮୦ ନିର୍ବାଚନରେ ଭଞ୍ଜନଗର କଂଗ୍ରେସ ବିଧାୟକ ସୋମନାଥ ରଥ ସେହି ସାମ୍ବିଧାନିକ ପଦ ପାଇଁ ନିର୍ବାଚିତ ହୋଇଥିଲେ। ରଥ ମଧ୍ୟ ମାତ୍ର ଦୁଇବର୍ଷରେ ଓହରି ଯାଇଥିଲେ। ୧୯୯୫ ନିର୍ବାଚନରେ ଚିକିଟିର ସ୍ବାଧୀନ ବିଧାୟକ ହୋଇଥିବା ଚିନ୍ତାମଣି ଦ୍ୟାନ ସାମନ୍ତରା ୯୬ରୁ ୪ ବର୍ଷ ବାଚସ୍ପତି ହେଲେ। ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ସେ ଲଗାତର ଭାବେ ପରାସ୍ତ ହେଲେ। ଏବେ ସେ ସକ୍ରିୟ ରାଜନୀତିରୁ ଏକପ୍ରକାର ଦୂରେଇଛନ୍ତି।
୨୦୧୯ ନିର୍ବାଚନରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଏହି ଜିଲାରୁ ପଞ୍ଚମ ବାଚସ୍ପତି ହୋଇଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ଅସୁସ୍ଥତା ଆଳରେ ସେ ପଦବୀରୁ ଇସ୍ତଫା ଦେଲେ। ସେହି ପଦ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି। ୬ ଥର ବିଧାୟକ ଏବଂ ୩ ଥର କ୍ୟାବିନେଟ ମନ୍ତ୍ରୀ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସେ ଦକ୍ଷତାର ସହ ସମ୍ଭାଳିଥିଲେ। ହଠାତ୍‌ ଅନ୍ୟ ମନ୍ତ୍ରୀମାନଙ୍କ ଭଳି ସେ ମଧ୍ୟ ଇସ୍ତଫା ଦେଲେ ଏବଂ ତାଙ୍କୁ ବାଚସ୍ପତି କରାଯିବାର ଘୋଷଣା କରାଗଲା। ରାଜନୈତିକ କ୍ଷେତ୍ରରେ ଆରୁଖଙ୍କ ଅଭିଜ୍ଞତା ରହିଛି। ତେଣୁ ବିଧାନସଭା ନିରପେକ୍ଷ ଭାବେ ଚଳାଇବା ଆଶା କରାଯାଇଛି।
ବାଚସ୍ପତି ପଦ ଛାଡ଼ିଥିବା ସୂର୍ଯ୍ୟ ପାତ୍ରଙ୍କ ବିଷୟରେ ବିଭିନ୍ନ ଆଲୋଚନା ହେଉଛି। ଦିଗପହଣ୍ଡିର ରାଜନୈତିକ ଚିତ୍ର ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜିଲାରୁ ହୋଇଥିବା ପୂର୍ବତନ ବାଚସ୍ପତିମାନଙ୍କ ପରିବର୍ତ୍ତିତ ରାଜନୀତି ପ୍ରସଙ୍ଗ ଉଠୁଛି।
ଅପରପକ୍ଷରେ ଭଞ୍ଜନଗର ବିଧାନସଭା କ୍ଷେତ୍ରରୁ ସର୍ବାଧିକ ୬ ଥର ଲଗାତର ଭାବେ ବିଧାୟକ ହୋଇଛନ୍ତି ବିକ୍ରମ ଆରୁଖ। ତଥ୍ୟାନୁସାରେ ୧୯୫୭ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିରୁ ଗୋବିନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଥିଲେ। ୧୯୬୧ରେ କଂଗ୍ରେସରୁ ମାଗୁଣି ଚରଣ ପ୍ରଧାନ ଜିତିଥିଲେ। ୧୯୬୭ରେ ଦୀନବନ୍ଧୁ ବେହେରା କଂଗ୍ରେସ ବିଧାୟକ ହୋଇଥିଲେ। ୧୯୭୧, ୭୪ ଓ ୮୦ ନିର୍ବାଚନରେ କଂଗ୍ରେସ ବିଧାୟକ ହୋଇଥିଲେ ସୋମନାଥ ରଥ। ୭୭ ନିର୍ବାଚନରେ ଜାମି ସୁବାରାଓ ପୃଷ୍ଟି ଜନତା ପାର୍ଟିରୁ ଜିତିଥିଲେ। ୧୯୮୫ରେ ଉମାକାନ୍ତ ମିଶ୍ର କଂଗ୍ରେସରୁ ନିର୍ବାଚିତ ହୋଇଥିବା ବେଳେ ୧୯୯୦ ନିର୍ବାଚନରେ ଜନତା ଦଳରୁ ରାମକୃଷ୍ଣ ଗୌଡ଼ ଭଞ୍ଜନଗର ବିଧାୟକ ହୋଇଥିଲେ। ୧୯୯୫ରୁ ୨୦୧୯ ପଯର୍ର୍‌ୟନ୍ତ ହୋଇଥିବା ୬ ନିର୍ବାଚନରେ ଆରୁଖ ଥରେ ଜନତା ଦଳରୁ ଓ ୫ ଥର ବିଜେଡିରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ଟାଣୁଆ ରାଜନେତାଙ୍କ ଆଗାମୀ ନିର୍ବାଚନ ଓ ରାଜନୈତିକ ସ୍ଥିତି ନେଇ ଚର୍ଚ୍ଚା ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri